ଗୁଗୁଲ୍‌କୁ ୧୩୦୦ କୋଟିର ଜରିମାନା

The Sakala Picture
Published On

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ଉପରେ ୧୭୭ ନିୟୁତ ଡଲାର (ପାଖାପାଖୁ ୧୩୦୫ କୋଟି ଟଙ୍କା)ର ଜରିମାନା ଲାଗିଛି। ମୋବାଇଲ୍ ଅପରେଟିଂ ସିଷ୍ଟମ ଏବଂ ଆପ୍ ମାର୍କେଟରେ ଏକଚାଟିଆ ମନୋଭାବ ପାଇଁ ଗୁଗଲକୁ ଏହି ଝଟକା ଲାଗିଛି। ଗୁଗଲର ମମମୁଖୀ ବ୍ୟବହାର ଉପରେ ପ୍ରହାର କରିବାକୁ ଦକ୍ଷିଣ କୋରିଆ ଏକ ବିଲ୍ ପାସ କରାଇଥିଲା । ଏବେ ଏହା ଆଇନ୍‌ରେ ପରିଣତ ହୋଇଛି। ସବୁଠୁ ବଡ଼ କଥା ହେଉଛି ଆଇନ୍ ଆସିବା ପରେ […]

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ଉପରେ ୧୭୭ ନିୟୁତ ଡଲାର (ପାଖାପାଖୁ ୧୩୦୫ କୋଟି ଟଙ୍କା)ର ଜରିମାନା ଲାଗିଛି। ମୋବାଇଲ୍ ଅପରେଟିଂ ସିଷ୍ଟମ ଏବଂ ଆପ୍ ମାର୍କେଟରେ ଏକଚାଟିଆ ମନୋଭାବ ପାଇଁ ଗୁଗଲକୁ ଏହି ଝଟକା ଲାଗିଛି। ଗୁଗଲର ମମମୁଖୀ ବ୍ୟବହାର ଉପରେ ପ୍ରହାର କରିବାକୁ ଦକ୍ଷିଣ କୋରିଆ ଏକ ବିଲ୍ ପାସ କରାଇଥିଲା । ଏବେ ଏହା ଆଇନ୍‌ରେ ପରିଣତ ହୋଇଛି। ସବୁଠୁ ବଡ଼ କଥା ହେଉଛି ଆଇନ୍ ଆସିବା ପରେ ପ୍ରଥମେ ଗୁଗଲ ଉପରେ ଏତେ ବଡ଼ ଜରିମାନା ଲାଗିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଅନେକ ବର୍ଷ ହେଲା ଗୁଗଲ୍ ଆପ୍ ଡେଭଲପର୍ସଙ୍କୁ ନିଜର ପେମେଣ୍ଟ ସିଷ୍ଟମ ବ୍ୟବହାର କରିବାକୁ ଚାପ ପକାଇ ଆସୁଥିଲା। ଲାଗୁ ହୋଇଥିବା ଆଇନ ଗୁଗଲ ଏବଂ ଆପଲ ଭଳି ବଡ଼ କମ୍ପାନୀର ଏକଚାଟିଆ କାରବାର ଉପରେ ପ୍ରହାର ସଦୃଶ। କୋରିଆନ୍ ଫେୟାର ଟ୍ରେଣ୍ଡ କମିଶନ (କେଏଫଟିସି) ୨୦୧୬ରୁ ଗୁଗଲ୍ ଉପରେ ନଜର ରଖୁଥିଲା। ଗୁଗଲ ଦକ୍ଷିଣ କୋରିଆର ମୋବାଇଲ୍ ନିର୍ମାତା ସାମସଙ୍ଗ ଭଳି କମ୍ପାନୀକୁ ନିଜର ନୀତି ନିର୍ଭରଣ କରିବାରେ ବାଧା ଦେଉଥିବା କେଏଫଟିସିକୁ ପ୍ରମାଣ ମିଳିଥିଲା । ଗୁଗଲ୍ ଆଣ୍ଟି ଫ୍ରାଗମେଣ୍ଟେସନ୍ ଏଗ୍ରିମେଣ୍ଟ ଜରିଆରେ କମ୍ପାନୀ ଉପରେ ପ୍ରତିବନ୍ଧ ଲଗାଇବା ଯୋଗୁଁ ବଜାର ପ୍ରତିଯୋଗିତାରେ କମ୍ପାନୀକୁ ବହୁ କ୍ଷତି ସହିବାକୁ ପଡ଼ୁଥିଲା ବୋଲି ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ସର୍ଚ୍ଚ ଇଞ୍ଜିନର ଏଭଳି ଏକଚାଟିଆ ବିଚାରଧାରା ପାଇଁ ସ୍ମାର୍ଟଫୋନ୍ ପ୍ରସ୍ତୁତକାରୀ କମ୍ପାନୀ ଆଣ୍ଡ୍ରଏଡ୍ ମୋଡିଫାଏଡ୍ ଭର୍ଜନ ମାର୍କେଟକୁ ଛାଡ଼ିପାରୁ ନ ଥିଲେ। ନିଜ ଉପରେ ଲାଗିଥିବା ମୋଟାଅଙ୍କର ଜରିମାନାକୁ ନେଇ ଗୁଗଲ ପକ୍ଷରୁ ପ୍ରତିକ୍ରିୟା ମିଳିଛି | କମ୍ପାନୀ ମତରେ ଏଭଳି ଆଇନ୍ ଦ୍ୱାରା ଆଣ୍ଡ୍ରଏଡ୍ ବ୍ୟବହାରାଙ୍କୁ ଭଲ ସୁବିଧା ମିଳିପାରିବନାହିଁ । ଏହା ବ୍ୟତୀତ ଦକ୍ଷିଣ କୋରିଆ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧ ଆବେଦନ କରିବ ବୋଲି କହିଛି ଗୁଗଲ୍ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର