ବାଇଡେନ ଡାକିଲେ ବୈଠକ: ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ !

The Sakala Picture
Published On

ୱାଶିଂଟନ: ୟୁକ୍ରେନ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ଏବଂ ଏହାକୁ ନେଇ ଦୁଇ ମହାଶକ୍ତି ମଧ୍ୟରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷ ଆଣିବକ ସମରାଭ୍ୟାସ ସହ ସେନା ସଂଖ୍ୟା ବଢ଼ାଇ ଚାଲିଥିବା ବେଳେ ଏକାଧିକ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷଣ କରିଛି। କେବଳ ସେତିକି ନୁହେଁ, ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ମଧ୍ୟ ରୁଷ ସମର୍ଥନ ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ହମଲା କରିପାରେ […]

ୱାଶିଂଟନ: ୟୁକ୍ରେନ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ଏବଂ ଏହାକୁ ନେଇ ଦୁଇ ମହାଶକ୍ତି ମଧ୍ୟରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷ ଆଣିବକ ସମରାଭ୍ୟାସ ସହ ସେନା ସଂଖ୍ୟା ବଢ଼ାଇ ଚାଲିଥିବା ବେଳେ ଏକାଧିକ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷଣ କରିଛି। କେବଳ ସେତିକି ନୁହେଁ, ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ମଧ୍ୟ ରୁଷ ସମର୍ଥନ ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ହମଲା କରିପାରେ ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଛି। ଏ ସମ୍ପର୍କରେ ରବିବାର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ ସୂଚନା ଦେଇଥିବା ବେଳେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀ ବୈଠକ ଡାକିଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବାଇଡେନଙ୍କ ଜାତୀୟ ସୁରକ୍ଷା ଟିମ୍‌ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହିତ ଠିକଣା ସମୟରେ ସମୁଚିତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ଆଜିର ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ କ୍ରିମିଆରୁ ରୁଷିଆର ସେନା ପ୍ରତ୍ୟାହାର ବିଷୟକୁ ପୂର୍ବରୁ ଆମେରିକା ଅସ୍ବୀକାର କରିଥିବା ବେଳେ ଆଜି ଜି-୭ ବୈଦେଶିକ ବ୍ୟାପାର ମନ୍ତ୍ରୀ ଗୋଷ୍ଠୀ ମଧ୍ୟ ଏହାକୁ ପରୋକ୍ଷରେ ଅସ୍ବୀକାର କରିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ଏଥିସହ ସେମାନେ ମଧ୍ୟ ରୁଷର ଆଚରଣକୁ ନେଇ ଚିନ୍ତା ପ୍ରକଟ କରିଛି।ଏସବୁ ଭିତରେ ସୀମାନ୍ତରେ ଗୁଳିମାଡ଼ ଓ ବିସ୍ଫୋରଣର ଖବର ଆସିଛି। ଏଥିପାଇଁ କିଭ ଓ ମସ୍କୋ ପରସ୍ପରକୁ ଦାୟୀ କରୁଛନ୍ତି। ଦିନକୁ ଦିନ ସ୍ଥିତି ବିଗୁଡ଼ୁ ଥିବାରୁ ଜର୍ମାନୀ ଓ ଫ୍ରାନ୍ସ ନିଜ ଦେଶ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ଆମେରିକାର ବୈଦେଶିକ ସଚିନ ଲୟଡ ଅଷ୍ଟିନ ମଧ୍ୟ ରୁଷର ଆଚରଣ ଓ କାର୍ଯ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ରୁଷ ଯବାନମାନେ ଆକ୍ରମଣ ମୁଦ୍ରାରେ ରହିଛନ୍ତି ଓ ସେମାନେ ପୂର୍ବାପେକ୍ଷା ୟୁକ୍ରେନ ସୀମାର ଆହୁରି ନିକଟତର ହେଉଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପୁଟିନଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ପ୍ରକୃତରେ ରୁଷ କ’ଣ ଚାହୁଁଛି ତାହା ବୁଝାପଡୁ ନ ଥିବାରୁ ସେ ଆପୋଷ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ଜେଲେନସ୍କି କହିଛନ୍ତି। ୟୁକ୍ରେନ ଆପୋଷ ଆଲୋଚନା ଓ କୁଟନୀତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ସପକ୍ଷରେ ରହିଛି ବୋଲି ସେ କହିଛନ୍ତି। କିନ୍ତୁ ରୁଷ ସୀମାନ୍ତ ଅଞ୍ଚଳରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବାରୁ ସ୍ଥିତି ଜଟିଳ ରହିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

21 Feb 2022 By The Sakala

ବାଇଡେନ ଡାକିଲେ ବୈଠକ: ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ !

ୱାଶିଂଟନ: ୟୁକ୍ରେନ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ଏବଂ ଏହାକୁ ନେଇ ଦୁଇ ମହାଶକ୍ତି ମଧ୍ୟରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷ ଆଣିବକ ସମରାଭ୍ୟାସ ସହ ସେନା ସଂଖ୍ୟା ବଢ଼ାଇ ଚାଲିଥିବା ବେଳେ ଏକାଧିକ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷଣ କରିଛି। କେବଳ ସେତିକି ନୁହେଁ, ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ମଧ୍ୟ ରୁଷ ସମର୍ଥନ ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ହମଲା କରିପାରେ ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଛି। ଏ ସମ୍ପର୍କରେ ରବିବାର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ ସୂଚନା ଦେଇଥିବା ବେଳେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀ ବୈଠକ ଡାକିଛନ୍ତି।

ବାଇଡେନଙ୍କ ଜାତୀୟ ସୁରକ୍ଷା ଟିମ୍‌ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହିତ ଠିକଣା ସମୟରେ ସମୁଚିତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ଆଜିର ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ କ୍ରିମିଆରୁ ରୁଷିଆର ସେନା ପ୍ରତ୍ୟାହାର ବିଷୟକୁ ପୂର୍ବରୁ ଆମେରିକା ଅସ୍ବୀକାର କରିଥିବା ବେଳେ ଆଜି ଜି-୭ ବୈଦେଶିକ ବ୍ୟାପାର ମନ୍ତ୍ରୀ ଗୋଷ୍ଠୀ ମଧ୍ୟ ଏହାକୁ ପରୋକ୍ଷରେ ଅସ୍ବୀକାର କରିଛି।

ଏଥିସହ ସେମାନେ ମଧ୍ୟ ରୁଷର ଆଚରଣକୁ ନେଇ ଚିନ୍ତା ପ୍ରକଟ କରିଛି।ଏସବୁ ଭିତରେ ସୀମାନ୍ତରେ ଗୁଳିମାଡ଼ ଓ ବିସ୍ଫୋରଣର ଖବର ଆସିଛି। ଏଥିପାଇଁ କିଭ ଓ ମସ୍କୋ ପରସ୍ପରକୁ ଦାୟୀ କରୁଛନ୍ତି। ଦିନକୁ ଦିନ ସ୍ଥିତି ବିଗୁଡ଼ୁ ଥିବାରୁ ଜର୍ମାନୀ ଓ ଫ୍ରାନ୍ସ ନିଜ ଦେଶ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ଆମେରିକାର ବୈଦେଶିକ ସଚିନ ଲୟଡ ଅଷ୍ଟିନ ମଧ୍ୟ ରୁଷର ଆଚରଣ ଓ କାର୍ଯ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ରୁଷ ଯବାନମାନେ ଆକ୍ରମଣ ମୁଦ୍ରାରେ ରହିଛନ୍ତି ଓ ସେମାନେ ପୂର୍ବାପେକ୍ଷା ୟୁକ୍ରେନ ସୀମାର ଆହୁରି ନିକଟତର ହେଉଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପୁଟିନଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ପ୍ରକୃତରେ ରୁଷ କ’ଣ ଚାହୁଁଛି ତାହା ବୁଝାପଡୁ ନ ଥିବାରୁ ସେ ଆପୋଷ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ଜେଲେନସ୍କି କହିଛନ୍ତି। ୟୁକ୍ରେନ ଆପୋଷ ଆଲୋଚନା ଓ କୁଟନୀତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ସପକ୍ଷରେ ରହିଛି ବୋଲି ସେ କହିଛନ୍ତି। କିନ୍ତୁ ରୁଷ ସୀମାନ୍ତ ଅଞ୍ଚଳରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବାରୁ ସ୍ଥିତି ଜଟିଳ ରହିଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର