ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର: ପ୍ରିୟଙ୍କା ଓ ମମତା ମଧ୍ଯରେ ହୋଇପାରେ କଡ଼ା ଟକ୍କର

The Sakala Picture
Published On

କୋଲ୍‌କାତା: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଭବାନୀପୁର ଉପନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର । ସେହିପରି ସମଶେରଗଞ୍ଜ ଓ ଜଙ୍ଗିପୁର ଆସନର ମଧ୍ୟ ଆସିବ ରେଜଲ୍ଟ । ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଆଜି ପଶ୍ଚିମବଙ୍ଗର ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ରାଜ୍ୟର ତିନୋଟି ବିଧାନସଭା ଆସନ ଯଥା:- ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନ କରାଯାଇଥିଲା। ସେଥିମଧ୍ୟରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ […]

କୋଲ୍‌କାତା: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଭବାନୀପୁର ଉପନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର । ସେହିପରି ସମଶେରଗଞ୍ଜ ଓ ଜଙ୍ଗିପୁର ଆସନର ମଧ୍ୟ ଆସିବ ରେଜଲ୍ଟ । ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଆଜି ପଶ୍ଚିମବଙ୍ଗର ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ରାଜ୍ୟର ତିନୋଟି ବିଧାନସଭା ଆସନ ଯଥା:- ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନ କରାଯାଇଥିଲା। ସେଥିମଧ୍ୟରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦକ୍ଷିଣ କୋଲ୍‌କାତାର ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରତି ସମସ୍ତଙ୍କର ନଜର ରହିଛି। ଏହି ଆସନରୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଆଜି ଆରମ୍ଭ ହୋଇଥିବା ଭୋଟ୍‌ ଗଣନାରେ ପ୍ରଥମେ ଗଣନା କରାଯାଉଛି ପୋଷ୍ଟାଲ୍‌ ବାଲଟ୍‌ । ପରେ ‘ଇଭିଏମ୍‌’ ଭୋଟ୍‌ ଗଣନା କରାଯିବ। ଭବାନୀପୁର ବିଧାନସଭା ଆସନରେ ୨୧ ରାଉଣ୍ଡ୍‌ ଭୋଟ୍‌ ଗଣତି କରାଯିବ ବୋଲି ନିର୍ବାଚନ କମିସନ୍ କହିଛି। କୌଣସି ପ୍ରକାର ହିଂସାକାଣ୍ଡ ବା ସଂଘର୍ଷ ଏଡ଼ାଇବା ଲାଗି ଭବାନୀପୁର ନିର୍ବାଚନ ମଣ୍ଡଳୀରେ ୨୪ କମ୍ପାନି କେନ୍ଦ୍ରୀୟ ବଳ ସହ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯଇଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

03 Oct 2021 By The Sakala

ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର: ପ୍ରିୟଙ୍କା ଓ ମମତା ମଧ୍ଯରେ ହୋଇପାରେ କଡ଼ା ଟକ୍କର

କୋଲ୍‌କାତା: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଭବାନୀପୁର ଉପନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର । ସେହିପରି ସମଶେରଗଞ୍ଜ ଓ ଜଙ୍ଗିପୁର ଆସନର ମଧ୍ୟ ଆସିବ ରେଜଲ୍ଟ । ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଆଜି ପଶ୍ଚିମବଙ୍ଗର ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ରାଜ୍ୟର ତିନୋଟି ବିଧାନସଭା ଆସନ ଯଥା:- ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନ କରାଯାଇଥିଲା। ସେଥିମଧ୍ୟରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦକ୍ଷିଣ କୋଲ୍‌କାତାର ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରତି ସମସ୍ତଙ୍କର ନଜର ରହିଛି। ଏହି ଆସନରୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ରହିଛି।

ଆଜି ଆରମ୍ଭ ହୋଇଥିବା ଭୋଟ୍‌ ଗଣନାରେ ପ୍ରଥମେ ଗଣନା କରାଯାଉଛି ପୋଷ୍ଟାଲ୍‌ ବାଲଟ୍‌ । ପରେ ‘ଇଭିଏମ୍‌’ ଭୋଟ୍‌ ଗଣନା କରାଯିବ। ଭବାନୀପୁର ବିଧାନସଭା ଆସନରେ ୨୧ ରାଉଣ୍ଡ୍‌ ଭୋଟ୍‌ ଗଣତି କରାଯିବ ବୋଲି ନିର୍ବାଚନ କମିସନ୍ କହିଛି। କୌଣସି ପ୍ରକାର ହିଂସାକାଣ୍ଡ ବା ସଂଘର୍ଷ ଏଡ଼ାଇବା ଲାଗି ଭବାନୀପୁର ନିର୍ବାଚନ ମଣ୍ଡଳୀରେ ୨୪ କମ୍ପାନି କେନ୍ଦ୍ରୀୟ ବଳ ସହ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯଇଛି।

https://www.thesakala.in/national-international/bhabanipur-bypoll-result-west-bengal-by-election/article-5825
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର