ହେମନ୍ତ ସୋରେନଙ୍କ ଘୋଷଣା : ଜାନୁଆରୀ ୨୬ରୁ ୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ, କେବଳ ବିପିଏଲ୍ କାର୍ଡଧାରୀଙ୍କୁ ମିଳିବ ଏହି ସୁବିଧା

The Sakala Picture
Published On

ରାଞ୍ଚି : ଜାନୁଆରୀ ୨୬ରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ। ଝାଡଖଣ୍ଡରେ ପେଟ୍ରୋଲ-ଡିଜେଲ ଦର ୨୫ ଟଙ୍କା ହ୍ରାସ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବୁଧବାର ସେ ଘୋଷଣ କରିଛନ୍ତି ଯେ ଜାନୁଆରୀ ୨୬ ତାରିଖରୁ ରାଜ୍ୟରେ ଦୁଇ ଚକିଆ ଯାନ ଥିବା ବ୍ୟକ୍ତିଙ୍କୁ ୨୫ ଟଙ୍କା କମ୍‌ରେ ମିଳିବ। ତେବେ ଏଭଳି ସୁବିଧା କେବଳ ବିପିଏଲ୍ କାର୍ଡଧାରୀଙ୍କୁ ମିଳିବ। ଆସନ୍ତା ଜାନୁଆରି ୨୬ରୁ ଏହି ଯୋଜନା ଲାଗୁ ହେବ । ତେବେ କେବଳ […]

ରାଞ୍ଚି : ଜାନୁଆରୀ ୨୬ରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ। ଝାଡଖଣ୍ଡରେ ପେଟ୍ରୋଲ-ଡିଜେଲ ଦର ୨୫ ଟଙ୍କା ହ୍ରାସ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବୁଧବାର ସେ ଘୋଷଣ କରିଛନ୍ତି ଯେ ଜାନୁଆରୀ ୨୬ ତାରିଖରୁ ରାଜ୍ୟରେ ଦୁଇ ଚକିଆ ଯାନ ଥିବା ବ୍ୟକ୍ତିଙ୍କୁ ୨୫ ଟଙ୍କା କମ୍‌ରେ ମିଳିବ। ତେବେ ଏଭଳି ସୁବିଧା କେବଳ ବିପିଏଲ୍ କାର୍ଡଧାରୀଙ୍କୁ ମିଳିବ।

ଆହୁରି ପଢ଼ନ୍ତୁ: ୩୦,୦୦୦ କର୍ମଚାରୀଙ୍କୁ ବାହାର କଲା ଓରାକଲ୍‌ କମ୍ପାନୀ, ସହ-ପ୍ରତିଷ୍ଠାତା ଲାରି ଏଲିସନଙ୍କୁ ୧୮ ଲକ୍ଷ କୋଟି ଟଙ୍କାର ଝଟକା

ଆସନ୍ତା ଜାନୁଆରି ୨୬ରୁ ଏହି ଯୋଜନା ଲାଗୁ ହେବ । ତେବେ କେବଳ ଦୁଇ ଚକିଆ ଯାନ ପାଇଁ ଏହି ରିହାତି ଦରରେ ପେଟ୍ରୋଲ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି । ଏହି ସ୍କିମ୍ ଲାଗୁ ହେଲେ ରାଜ୍ୟର ଗରିବ ଓ ମଧ୍ୟବିତ୍ତ ଖାଉଟି ଉପକୃତ ହେବେ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣା: ଅପରାଧିକ ଲିଙ୍କ୍‌, ଆତଙ୍କୀ ହମ୍‌ଲା ସମ୍ପର୍କିତ ତଦନ୍ତ କରିବ NIA

ସୋରେନ ଟ୍ବିଟ୍‌ କରି କହିଛନ୍ତି “ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଗରିବ ଏବଂ ମଧ୍ୟବିତ୍ତ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ରାଜ୍ୟ ସ୍ତରରୁ ଦୁଇ ଚକିଆ ଯାନ ପାଇଁ ପେଟ୍ରୋଲ ଉପରେ ସରକାର ଲିଟର ପିଛା ୨୫ ରିଲିଫ ଦେବେ। ଏହି ଲାଭ ୨୬ ଜାନୁୟାରୀ ୨୦୨୨ ରୁ ଆରମ୍ଭ ହେବ ବୋଲି ସେ ଟ୍ୱଟି୍ କରି ଜଣାଇଛନ୍ତି।

ବୁଧବାର ଝାଡ଼ଖଣ୍ଡରେ ଜେଏମଏମ ସରକାର କ୍ଷମତାକୁ ଆସିବାର ୨ୟ ବର୍ଷ ପୂର୍ତ୍ତି ଅବସରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜେଏମଏମ-କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳକୁ ନେଇ ଗଠିତ ୟୁପିଏ ମେଣ୍ଟ ବିଜୟ ହାସଲ କରିଥିଲା । ଝାରଖଣ୍ଡରେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାକୁ ସୋରେନ ସରକାର ଏହି ସ୍କିମ ଘୋଷଣା କରିଥିବା ଅନୁମାନ କରାଯାଉଛି ।

29 Dec 2021 By The Sakala

ହେମନ୍ତ ସୋରେନଙ୍କ ଘୋଷଣା : ଜାନୁଆରୀ ୨୬ରୁ ୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ, କେବଳ ବିପିଏଲ୍ କାର୍ଡଧାରୀଙ୍କୁ ମିଳିବ ଏହି ସୁବିଧା

ରାଞ୍ଚି : ଜାନୁଆରୀ ୨୬ରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ। ଝାଡଖଣ୍ଡରେ ପେଟ୍ରୋଲ-ଡିଜେଲ ଦର ୨୫ ଟଙ୍କା ହ୍ରାସ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବୁଧବାର ସେ ଘୋଷଣ କରିଛନ୍ତି ଯେ ଜାନୁଆରୀ ୨୬ ତାରିଖରୁ ରାଜ୍ୟରେ ଦୁଇ ଚକିଆ ଯାନ ଥିବା ବ୍ୟକ୍ତିଙ୍କୁ ୨୫ ଟଙ୍କା କମ୍‌ରେ ମିଳିବ। ତେବେ ଏଭଳି ସୁବିଧା କେବଳ ବିପିଏଲ୍ କାର୍ଡଧାରୀଙ୍କୁ ମିଳିବ।

ଆସନ୍ତା ଜାନୁଆରି ୨୬ରୁ ଏହି ଯୋଜନା ଲାଗୁ ହେବ । ତେବେ କେବଳ ଦୁଇ ଚକିଆ ଯାନ ପାଇଁ ଏହି ରିହାତି ଦରରେ ପେଟ୍ରୋଲ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି । ଏହି ସ୍କିମ୍ ଲାଗୁ ହେଲେ ରାଜ୍ୟର ଗରିବ ଓ ମଧ୍ୟବିତ୍ତ ଖାଉଟି ଉପକୃତ ହେବେ ବୋଲି ସେ କହିଛନ୍ତି ।

ସୋରେନ ଟ୍ବିଟ୍‌ କରି କହିଛନ୍ତି “ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଗରିବ ଏବଂ ମଧ୍ୟବିତ୍ତ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ରାଜ୍ୟ ସ୍ତରରୁ ଦୁଇ ଚକିଆ ଯାନ ପାଇଁ ପେଟ୍ରୋଲ ଉପରେ ସରକାର ଲିଟର ପିଛା ୨୫ ରିଲିଫ ଦେବେ। ଏହି ଲାଭ ୨୬ ଜାନୁୟାରୀ ୨୦୨୨ ରୁ ଆରମ୍ଭ ହେବ ବୋଲି ସେ ଟ୍ୱଟି୍ କରି ଜଣାଇଛନ୍ତି।

ବୁଧବାର ଝାଡ଼ଖଣ୍ଡରେ ଜେଏମଏମ ସରକାର କ୍ଷମତାକୁ ଆସିବାର ୨ୟ ବର୍ଷ ପୂର୍ତ୍ତି ଅବସରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜେଏମଏମ-କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳକୁ ନେଇ ଗଠିତ ୟୁପିଏ ମେଣ୍ଟ ବିଜୟ ହାସଲ କରିଥିଲା । ଝାରଖଣ୍ଡରେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାକୁ ସୋରେନ ସରକାର ଏହି ସ୍କିମ ଘୋଷଣା କରିଥିବା ଅନୁମାନ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର