ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବିରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Madhusudan Das Picture
Published On

ନୂଆଦିଲ୍ଲୀ: ଆଜି ସାରା ଦେଶରେ ବନ୍ଦ ବ୍ୟାଙ୍କ ସେବା ବନ୍ଦ୍ ।  ଧର୍ମଘଟକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ ।  ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫେରମ ଅଫ ବ୍ୟାଙ୍କ ୟୁନିଅନ୍ସ – UFBU ।  ସପ୍ତାହରେ ଦୁଇ ଦିନ ଛୁଟି ତଥା ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବିରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି । ଧର୍ମଘଟ ପାଇଁ ବ୍ୟାଙ୍କ ସେବା ବନ୍ଦ ହେବା ଯୋଗୁଁ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି  ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ବର୍ତ୍ତମାନ ବ୍ୟାଙ୍କ ଗୁଡିକରେ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହିଛି । କିନ୍ତୁ ମାସର ସବୁ ଶନିବାର ଛୁଟି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ୨୦୧୫ରେ ସ୍ୱାକ୍ଷରିତ ଦଶମ ଦ୍ଵିପାକ୍ଷିକ ଚୁକ୍ତି/ସପ୍ତମ ଯୁଗ୍ମ ସୂଚନା ଅନୁଯାୟୀ, ଆଇବିଏ ଏବଂ ସରକାର ଏହାକୁ ସ୍ୱୀକାର କରିଥିଲେ । ସେହି ଅନୁଯାୟୀ, ପ୍ରତି ମାସର ୨ୟ ଏବଂ ୪ର୍ଥ ଶନିବାର ଛୁଟି ଘୋଷିତ ହୋଇଛି । କିନ୍ତୁ ଅନ୍ୟ ଶନିବାର ଗୁଡ଼ିକ ଅଧା ଦିନ କାର୍ଯ୍ୟ ବଦଳରେ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ସପ୍ତାହରେ ଦୁଇ ଦିନ ଛୁଟି ନେଇ ଜାନୁଆରୀ ୨୩ ତାରିଖ ଦିନ ଲେବର କମିଶନଙ୍କ ଆଲୋଚନାରୁ କିଛି ସୁଫଳ ନମିଳିବାରୁ ଧର୍ମଘଟ ଡାକରା ଦେଇଛି ସଂଘ । ଆଜି ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ ଗ୍ରାହକ । ରବିବାର ଛୁଟି ପରେ ସୋମବାର ସାଧାରଣତନ୍ତ୍ର ଦିବସ ଛୁଟି ଥିଲା ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର