ଅଶାନ୍ତ ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା; ପିଟିପିଟି ମାରିଦେବା ପରେ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଲେ

Madhusudan Das Picture
Published On

ନୂଆଦିଲ୍ଲୀ: ଜଳୁଛି ବାଂଲାଦେଶ । ବାଂଲାଦେଶର ପୁଣି ତେଜିଲା ହିଂସାକାଣ୍ଡ। ଯୁବନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ନେଇ ଜଳୁଛି ବାଂଲାଦେଶର ରାଜଧାନୀ ଢାକା। ଢାକା ସମେତ ଅନେକ ସହରରେ ପୋଡ଼ାଜଳା, ଭଙ୍ଗାରୁଜା ଏବଂ ଆକ୍ରମଣ କରିଛନ୍ତି ପ୍ରଦର୍ଶନକାରୀ । ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଉସମାନ ହାତୀଙ୍କ ହତ୍ୟା ପରେ ଜଳୁଛି ଭାରତର ପଡ଼ୋଶୀ ଦେଶ ବାଂଲାଦେଶ । ଏହାରି ମଧ୍ୟରେ ବାଂଲାଦେଶର ମୈମନସିଂ ଜିଲ୍ଲାରେ  ଜଣେ ହିନ୍ଦୁ ଯୁବକକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି  । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏହାପରେ ମୃତଦେହକୁ ଗଛରେ ଟଙ୍କି ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ । ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ  ପିଟି ପିଟି ହତ୍ୟା କରିଯାଇଛି ।​​​​​​​ ଘଟଣାକୁ ନିନ୍ଦା କରିବା ସହିତ ଉସମାନ ହାଦୀକୁ ସମ୍ମାନ କର ହିଂସା ନୁହେଁ ବୋଲି କହିଛନ୍ତି ବାଂଲାଦେଶ ଅନ୍ତରୀଣ ସରକାର ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଯୁବ ନେତା ଓସମାନ ହାଦିଙ୍କ ମୃତ୍ୟୁ ପରେ ଦେଶରେ ଦେଖାଦେଇଥିବା ଅଶାନ୍ତି ମଧ୍ୟରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, "ମୈମନସିଂହରେ ଯେଉଁଭଳି ଭାବରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ନୂତନ ବାଂଲାଦେଶରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ। ଏହି ବର୍ବର ଅପରାଧରେ ସମ୍ପୃକ୍ତ କାହାରିକୁ ମଧ୍ୟ ଛଡ଼ାଯିବ ନାହିଁ।"

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ୟୁନୁସ୍ ଦେଶବାସୀଙ୍କୁ ଶାନ୍ତି ଓ ସଂଯମ ରକ୍ଷା କରିବାକୁ ଅନୁରୋଧ କରି କହିଛନ୍ତି, "ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ନିରପେକ୍ଷ ଭାବରେ ତଦନ୍ତ କରିବାକୁ ସୁଯୋଗ ଦିଅନ୍ତୁ। ରାଜ୍ୟ ଆଇନର ଶାସନ ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।"

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

କ'ଣ ପାଇଁ ବାଂଲାଦେଶ ଏପରି ହିଂସା 
ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କ୍ଷମତା ବିରୋଧରେ ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିଲେ ଉସମାନ୍ ହାଦୀ । ୨୦୨୪ ଜୁଲାଇ- ଅଗଷ୍ଟ ବିଦ୍ରୋହରେ ପ୍ରମୁଖ ଭୂମିକା ତୁଲାଇଥିଲା ଉସମାନ୍ ହାଦୀ । ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଆବାମୀ ଲିଗ୍ ସରକାରଙ୍କ ପତନ କରାଇଥିଲା ।ଏହା ସହିତ ଭାରତ ବିରୋଧୀ ନାରାବାଜି ଦେଇଥିବା ଉସମାନ୍‌ ହାଦୀଙ୍କର ମୃତ୍ୟୁ ପରେ ଅଶାନ୍ତ ହୋଇଛି ବାଂଲାଦେଶ ।  ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତିରୁ ଢାକାରେ ନିଆଁ ଜଳୁଛି । ବିରୋଧ ପ୍ରଦର୍ଶନ ସହିତ ହିଂସା ଦେଖିବାକୁ ମିଳିଛି । 

19 Dec 2025 By Madhusudan Das

ଅଶାନ୍ତ ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା; ପିଟିପିଟି ମାରିଦେବା ପରେ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଲେ

ନୂଆଦିଲ୍ଲୀ: ଜଳୁଛି ବାଂଲାଦେଶ । ବାଂଲାଦେଶର ପୁଣି ତେଜିଲା ହିଂସାକାଣ୍ଡ। ଯୁବନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ନେଇ ଜଳୁଛି ବାଂଲାଦେଶର ରାଜଧାନୀ ଢାକା। ଢାକା ସମେତ ଅନେକ ସହରରେ ପୋଡ଼ାଜଳା, ଭଙ୍ଗାରୁଜା ଏବଂ ଆକ୍ରମଣ କରିଛନ୍ତି ପ୍ରଦର୍ଶନକାରୀ । ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଉସମାନ ହାତୀଙ୍କ ହତ୍ୟା ପରେ ଜଳୁଛି ଭାରତର ପଡ଼ୋଶୀ ଦେଶ ବାଂଲାଦେଶ । ଏହାରି ମଧ୍ୟରେ ବାଂଲାଦେଶର ମୈମନସିଂ ଜିଲ୍ଲାରେ  ଜଣେ ହିନ୍ଦୁ ଯୁବକକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି  । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏହାପରେ ମୃତଦେହକୁ ଗଛରେ ଟଙ୍କି ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ । ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ  ପିଟି ପିଟି ହତ୍ୟା କରିଯାଇଛି ।​​​​​​​ ଘଟଣାକୁ ନିନ୍ଦା କରିବା ସହିତ ଉସମାନ ହାଦୀକୁ ସମ୍ମାନ କର ହିଂସା ନୁହେଁ ବୋଲି କହିଛନ୍ତି ବାଂଲାଦେଶ ଅନ୍ତରୀଣ ସରକାର ।

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଯୁବ ନେତା ଓସମାନ ହାଦିଙ୍କ ମୃତ୍ୟୁ ପରେ ଦେଶରେ ଦେଖାଦେଇଥିବା ଅଶାନ୍ତି ମଧ୍ୟରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, "ମୈମନସିଂହରେ ଯେଉଁଭଳି ଭାବରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ନୂତନ ବାଂଲାଦେଶରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ। ଏହି ବର୍ବର ଅପରାଧରେ ସମ୍ପୃକ୍ତ କାହାରିକୁ ମଧ୍ୟ ଛଡ଼ାଯିବ ନାହିଁ।"

ୟୁନୁସ୍ ଦେଶବାସୀଙ୍କୁ ଶାନ୍ତି ଓ ସଂଯମ ରକ୍ଷା କରିବାକୁ ଅନୁରୋଧ କରି କହିଛନ୍ତି, "ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାକୁ ନିରପେକ୍ଷ ଭାବରେ ତଦନ୍ତ କରିବାକୁ ସୁଯୋଗ ଦିଅନ୍ତୁ। ରାଜ୍ୟ ଆଇନର ଶାସନ ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।"

କ'ଣ ପାଇଁ ବାଂଲାଦେଶ ଏପରି ହିଂସା 
ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କ୍ଷମତା ବିରୋଧରେ ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିଲେ ଉସମାନ୍ ହାଦୀ । ୨୦୨୪ ଜୁଲାଇ- ଅଗଷ୍ଟ ବିଦ୍ରୋହରେ ପ୍ରମୁଖ ଭୂମିକା ତୁଲାଇଥିଲା ଉସମାନ୍ ହାଦୀ । ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଆବାମୀ ଲିଗ୍ ସରକାରଙ୍କ ପତନ କରାଇଥିଲା ।ଏହା ସହିତ ଭାରତ ବିରୋଧୀ ନାରାବାଜି ଦେଇଥିବା ଉସମାନ୍‌ ହାଦୀଙ୍କର ମୃତ୍ୟୁ ପରେ ଅଶାନ୍ତ ହୋଇଛି ବାଂଲାଦେଶ ।  ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତିରୁ ଢାକାରେ ନିଆଁ ଜଳୁଛି । ବିରୋଧ ପ୍ରଦର୍ଶନ ସହିତ ହିଂସା ଦେଖିବାକୁ ମିଳିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର