ଭାରତ ଆମର ପ୍ରକୃତ ବନ୍ଧୁ, ବିପଦର ସାଥୀ- ବାଂଲାଦେଶ ପ୍ରଧାନମନ୍ତ୍ରୀ

The Sakala Picture
Published On

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି। କିନ୍ତୁ ଏହାପୂର୍ବରୁ ସେ ଭାରତକୁ ପ୍ରଶଂସାରେ ପେତି ପକାଇଛନ୍ତି। ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଂଲାଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ସେହିପରି ଭାରତ ସରକାରଙ୍କ କୋଭିଡ-୧୯ ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ହସିନା। ୟୁକ୍ରେନ୍ ଯୁଦ୍ଧ ସମୟରେ ଆମର ଅନେକ ଛାତ୍ରଙ୍କୁ ମୋଦୀ ଭାରତୀୟ ଛାତ୍ରଙ୍କ ସହ ସେଠାରୁ […]

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି। କିନ୍ତୁ ଏହାପୂର୍ବରୁ ସେ ଭାରତକୁ ପ୍ରଶଂସାରେ ପେତି ପକାଇଛନ୍ତି। ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଂଲାଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ସେହିପରି ଭାରତ ସରକାରଙ୍କ କୋଭିଡ-୧୯ ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ହସିନା। ୟୁକ୍ରେନ୍ ଯୁଦ୍ଧ ସମୟରେ ଆମର ଅନେକ ଛାତ୍ରଙ୍କୁ ମୋଦୀ ଭାରତୀୟ ଛାତ୍ରଙ୍କ ସହ ସେଠାରୁ ଉଦ୍ଧାର କରିବାରେ ସାହାଯ୍ୟ କରି ବିପଦ ସମୟରେ ପ୍ରକୃତ ବନ୍ଧୁତ୍ୱ ଦେଖାଇଛନ୍ତି। ତାଙ୍କର ଏହି ଉଦାରତା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି। ତାଙ୍କର ଭାରତଗସ୍ତ ପୂର୍ବରୁ ଢାକାରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ହସିନା କହିଛନ୍ତି ଯେ,ଦୁଇ ଦେଶ ଉତ୍ତମ ସମ୍ପର୍କ ପାଇଁ ସେ ଗୁରୁତ୍ୱ ଦେଇଆସିଛନ୍ତି। ସେ କହିଛନ୍ତି ଯେ, କିଛି ପ୍ରସଙ୍ଗରେ ମତଭେଦ ରହିଥାଇପାରେ । କିନ୍ତୁ ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ଏଭଳି କରିଆସିଛନ୍ତି ବୋଲି ସେ କହିଛନ୍ତି। କରୋନା ସମୟରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଭ୍ୟାକ୍ସି ମୈତ୍ରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଏହି ପଦକ୍ଷେପ ପାଇଁ ମୁଁ ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛି। ସେ କେବଳ ବାଂଲାଦେଶ ନୁହେଁ ବରଂ କିଛି ଦକ୍ଷିଣ ଏସିଆ ଦେଶକୁ ବି ଟିକା ଦେଇଛନ୍ତି। ଏହାଦ୍ବାରା ସେ ମାନବିକତାର ପରିଚୟ ଦେଇଛନ୍ତି। ଭାରତରୁ ଟିକା କିଣି ବାଂଲାଦେଶରେ ୯୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇପାରିଛି। ଏହାବ୍ୟତୀତ ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ପାଇଁ ଭାରତର ସହଯୋଗକୁ ଏହି ମାଟି କଦାଚିତ ଭୁଲିବ ନାହିଁ। ବିଶେଷକରି ୧୯୭୫ରେ ଯେତେବେଳେ ମୁଁ ମୋ ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇଥିଲି ସେତେବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମୋତେ ଭାରତରେ ଆଶ୍ରୟ ଦେଇ ଯେଭଳି ବଦାନ୍ୟତା ଦେଖାଇଥିଲେ ତାହା ମୋ ଜୀବନରେ ଅବିସ୍ମରଣୀୟ ହୋଇ ରହିବ ବୋଲି ହସିନା କହିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର