ଢାକାର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୫୨ ମୃତ, ୫୦ରୁ ଅଧିକ ଗୁରୁତର

The Sakala Picture
Published On

ବାଂଲାଦେଶର ରାଜଧାନୀ ଢାକା ନିକଟସ୍ଥ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଦିନ ଏହି ସୂଚନା ଦିଆଯାଇଛି। ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ଗୁରୁବାର ଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ନାରାୟଣଗଞ୍ଜର ରୁପଗଞ୍ଜର ଶେଜନ ଜୁସ୍ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ଅଗ୍ନିକାଣ୍ଡ କୋଠାର ତଳ ମହଲାରୁ ଆରମ୍ଭ ହୋଇ ଶୀଘ୍ର […]

ବାଂଲାଦେଶର ରାଜଧାନୀ ଢାକା ନିକଟସ୍ଥ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଦିନ ଏହି ସୂଚନା ଦିଆଯାଇଛି। ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ଗୁରୁବାର ଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ନାରାୟଣଗଞ୍ଜର ରୁପଗଞ୍ଜର ଶେଜନ ଜୁସ୍ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ଅଗ୍ନିକାଣ୍ଡ କୋଠାର ତଳ ମହଲାରୁ ଆରମ୍ଭ ହୋଇ ଶୀଘ୍ର ବ୍ୟାପିଯାଇଥିଲା ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଢାକାର ଟ୍ରିବ୍ୟୁନ୍’ର ଖବର ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୫୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଜଳି ଯାଇଛନ୍ତି। ଭୀଷଣ ଅଗ୍ନିକାଣ୍ଡରୁ ରକ୍ଷା ପାଇବା ପାଇଁ ଅନେକ ଶ୍ରମିକ ବିଲଡିଂରୁ ଡେଇଁ ପଡ଼ିଥିଲେ। ଖବର ଅନୁଯାୟୀ, ହାଶେମ ଫୁଡ୍ସ ଲିମିଟେଡର କାରଖାନା ଭବନରେ ନିଆଁକୁ ଆୟତ୍ତ କରିବା ପାଇଁ ୧୮ ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିବା ଜଣାପଡ଼ିଛି।  ବର୍ତ୍ତମାନ ସୁଦ୍ଧା ୪୪ ଜଣ ଶ୍ରମିକଙ୍କ ପରିଚୟ ମିଳି ପାରିଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଯେଉଁ ପର୍ଯ୍ୟନ୍ତ ନିଆଁ ନିୟନ୍ତ୍ରଣକୁ ନ ଆସିଛି ସେ ପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ଏବଂ ନିଆଁ ପଛର କାରଣ କ’ଣ ତାହା କହିବା ସମ୍ଭବ ନୁହେଁ। ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଏକ ପାଞ୍ଚ ଜଣିଆ ତଦନ୍ତ କମିଟି ଗଠନ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର