’ବାବା କା ଢାବା’: କାନ୍ତ ପ୍ରସାଦଙ୍କ ଆତ୍ମହାତ୍ୟା ଉଦ୍ୟମ, ଆଇସିୟୁରେ ଭର୍ତ୍ତି

The Sakala Picture
Published On

ନୂଆଦିଲ୍ଲୀ:  ଭାଇରାଲ ଭିଡିଓ ମାଧ୍ୟମରେ ରାତାରାତି ପ୍ରସିଦ୍ଧ ’ବାବା କା ଢାବା’ ଚଳାଉଥିବା କାନ୍ତ ପ୍ରସାଦ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ମାତ୍ରାଧିକ ଶୋଇବା ବଟିକା ଖାଇବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। କାନ୍ତ ପ୍ରସାଦଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ସେ ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁ ୟୁନିଟ୍-୨ରେ ଭେଣ୍ଟିଲେଟରରେ ଅଛନ୍ତି। କୁହାଯାଉଛି ଯେ, ସେ ଗତ କିଛି ଦିନ ହେବ ମାନସିକ ଚାପରେ […]

ନୂଆଦିଲ୍ଲୀ:  ଭାଇରାଲ ଭିଡିଓ ମାଧ୍ୟମରେ ରାତାରାତି ପ୍ରସିଦ୍ଧ ’ବାବା କା ଢାବା’ ଚଳାଉଥିବା କାନ୍ତ ପ୍ରସାଦ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ମାତ୍ରାଧିକ ଶୋଇବା ବଟିକା ଖାଇବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। କାନ୍ତ ପ୍ରସାଦଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ସେ ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁ ୟୁନିଟ୍-୨ରେ ଭେଣ୍ଟିଲେଟରରେ ଅଛନ୍ତି। କୁହାଯାଉଛି ଯେ, ସେ ଗତ କିଛି ଦିନ ହେବ ମାନସିକ ଚାପରେ ଥିଲେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର: ବିମାନରେ ବଞ୍ଚାଇଥିଲେ ୧୭୪ ଯାତ୍ରୀଙ୍କ ଜୀବନ

ସୂଚନାଯୋଗ୍ୟ, ଗତ ବର୍ଷ ଗୌରବ ନାମକ ଜଣେ ୟୁଟ୍ୟୁବର୍ କାନ୍ତା ପ୍ରସାଦଙ୍କ ’ବାବା କା ଢାବା’ର ଏକ ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ଯାହା ପରେ କାନ୍ତ ପ୍ରସାଦଙ୍କ ଢାବା ରାତାରାତି ପ୍ରସିଦ୍ଧ ହୋଇଯାଇଥିଲା। ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ପରେ ସେ ଏକ ରେସ୍ତୋରାଁ ଖୋଲିଥିଲେ। ହେଲେ ଉକ୍ତ ରେସ୍ତୋରାଁ ପ୍ରଥମେ ପ୍ରଥମେ ଭଲ ଚାଲିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଲାଭ ପରିବର୍ତ୍ତେ କ୍ଷତି ସହିବାକୁ ପଡ଼ିଥିଲା। ସେ କିଛି ଦିନ ତଳେ ପୁଣି ତାଙ୍କର ସେଇ ରାସ୍ତକାଡ଼ର ଢାବାକୁ ଫେରିଥିଲେ।  ରେସ୍ତୋରାଁ ଖୋଲିବା ତାଙ୍କର ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ବିଶ୍ୱ ରାଜନୀତିରେ ଟ୍ରମ୍ପଙ୍କ ଧମାକା: ଋଷିଆ ସହ ବନ୍ଧୁତା ଓ ୟୁକ୍ରେନକୁ କ୍ଷମତା ଛାଡ଼ିବାକୁ ପରାମର୍ଶ

https://www.thesakala.in/baba-ka-dhaba-couple-shuts-down-new-restaurant-after-heavy-losses-returns-to-old-eatery/

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତରରେ ପହଞ୍ଚିବା ପରେ CJP ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରଙ୍କା ଓ ଆଜିଙ୍କ୍ୟ ସିନ୍ଦେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର