ଅଫିସରଙ୍କ ସ୍ଥାନାନ୍ତର ପୋଷ୍ଟିଂ ଦିଲ୍ଲୀ ସରକାରଙ୍କ ଅଧିକାର: ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଇ ଥିବା ରାୟରେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ। ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି। […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଇ ଥିବା ରାୟରେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ। ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି। କେନ୍ଦ୍ରର ଦଖଲରେ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି। ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ। ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଛନ୍ତି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ଦିଲ୍ଲୀ ଅଲଗା ବୋଲି ଖଣ୍ଡପୀଠ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପରେ ଏବେ ଉପରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ହେଲେ ଦିଲ୍ଲୀର ଅସଲ ବସ୍। ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ବା GNCTD ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର। ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି ବୋଲି ପ୍ରଧାନ ବିାରପତିଙ୍କ ଖଣ୍ଡପୀଠ କହିଛନ୍ତି। ସବୁ ପ୍ରସଙ୍ଗରେ କେନ୍ଦ୍ରର ଦଖଲ ଯୋଗୁ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ହେବ। ହେଲେ ପୋଲିସ, ସରକାରୀ ନିର୍ଦ୍ଦେଶନାମା ଓ ଜମି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ରହିବ। ୨୦୨୧ରେ କେନ୍ଦ୍ର ସରକାର GNCTD ଆକ୍ଟରେ ସଂଶୋଧନ କରିଥିଲେ। ଏଥିରେ ଉପରାଜ୍ୟପାଳଙ୍କୁ ଅତିରିକ୍ତ ଅଧିକାର ମିଳିଥିଲା। ସଂଶୋଧନ ମୁତାବକ, ନିର୍ବାଚିତ ସରକାର କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହେଲେ ଦିଲ୍ଲୀ ଉପରାଜ୍ୟପାଳଙ୍କ ମତ ନେବା ନିହାତି ଆବଶ୍ୟକ। ଏହି ସଂଶୋଧନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଆମ ଆଦମୀ ପାର୍ଟି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର