ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ ! କାର୍ ନିକଟରେ ହେଲା ଭୟଙ୍କର ବିସ୍ଫୋରଣ

The Sakala Picture
Published On

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ଋଷରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ହୋଇଛି ଆତ୍ମଘାତି ହମ୍‌ଲା । କଡା ସୁରକ୍ଷା ଭେଦ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବାବେଳେ ସେ ଅଳ୍ପକରେ ବର୍ତ୍ତି ଯାଇଛନ୍ତି । ଋଷ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ତାଙ୍କ କାର୍‌ ନିକଟରେ ବିସ୍ଫୋରଣ କରାଯାଇଛି। ଦ ମିରର୍‌ର […]

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ଋଷରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ହୋଇଛି ଆତ୍ମଘାତି ହମ୍‌ଲା । କଡା ସୁରକ୍ଷା ଭେଦ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବାବେଳେ ସେ ଅଳ୍ପକରେ ବର୍ତ୍ତି ଯାଇଛନ୍ତି । ଋଷ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ତାଙ୍କ କାର୍‌ ନିକଟରେ ବିସ୍ଫୋରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଦ ମିରର୍‌ର ରିପୋର୍ଟ ମୁତାବକ, ପୁଟିନ୍‌ଙ୍କ ଲିମୋଜିନି କାର୍‌ ନିକଟରେ ବମ୍ ଫୋପାଡି ବିସ୍ଫୋରଣ କରାଯାଇଥିଲା। ଯେଉଁଥିରେ ସେ ଆତଙ୍କିତ ହୋଇପଡିଥିଲେ। କୁହାଯାଉଛି ଯେ ପୁଟିନଙ୍କ କାରର ବାମ ପାର୍ଶ୍ୱରେ ‘ପ୍ରବଳ ବିସ୍ଫୋରଣ’ ଘଟିଥିଲା ଏବଂ ଏହା ପରେ ‘ଧୂଆଁ’ ମଧ୍ୟ ବାହାରିଥିଲା। ତେବେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପୁଟିନ୍। ତାଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ହତ୍ୟା ଉଦ୍ୟମ ପ୍ରୟାସ କେବେ ହୋଇଥିଲା ତାହା ଜଣା ପଡିନାହିଁ ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର