ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ, ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ…

The Sakala Picture
Published On

ଦୁବାଇ: ଗତକାଲି ରାତିରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତିି ସୃଷ୍ଟି ହୋଇଛି। ଆକ୍ରମଣକୁ ୟୁରୋପୀୟ ଦେଶ ବିରୋଧ କରିଥିବା ବେଳେ ଆରବ ଦେଶ ନିରବ ରହିଛନ୍ତି। ଆକ୍ରମଣର ପ୍ରତିଶୋଧ ନେବ ବୋଲି ଘୋଷଣା କରିଛି ଇସ୍ରାଏଲ। ଆମେରିକା ସହିତ ଆଲୋଚନା କରି ରଣନୀତି ଚୂଡ଼ାନ୍ତ କରୁଛି। ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଇରାନର ଆଧ୍ୟାତ୍ମିକ ନେତା ଖାମନେଇ ଏବଂ ଇରାନର […]

ଦୁବାଇ: ଗତକାଲି ରାତିରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତିି ସୃଷ୍ଟି ହୋଇଛି। ଆକ୍ରମଣକୁ ୟୁରୋପୀୟ ଦେଶ ବିରୋଧ କରିଥିବା ବେଳେ ଆରବ ଦେଶ ନିରବ ରହିଛନ୍ତି। ଆକ୍ରମଣର ପ୍ରତିଶୋଧ ନେବ ବୋଲି ଘୋଷଣା କରିଛି ଇସ୍ରାଏଲ। ଆମେରିକା ସହିତ ଆଲୋଚନା କରି ରଣନୀତି ଚୂଡ଼ାନ୍ତ କରୁଛି। ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ମିଳିଥିବା ସୂଚନା ଅନୁସାରେ ଇରାନର ଆଧ୍ୟାତ୍ମିକ ନେତା ଖାମନେଇ ଏବଂ ଇରାନର ଆଣବିକ କେନ୍ଦ୍ରକୁ ଟାର୍ଗେଟ କରିବା ଲାଗି ଇସ୍ରାଏଲ ଯୋଜନା କରିଛି। ଏହାସହିତ ଇରାନର ତୈଳ ଉତ୍ପାଦନ କେନ୍ଦ୍ର, ବିମାନଘାଟୀ ଓ ସାମରିକ ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ କରିବ। ତେବେ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ଯୋଜନାକୁ ନେଇ ଇସ୍ରାଏଲ ଓ ଆମେରିକା ମଧ୍ୟରେ ମତଭେଦ ରହିଛି। ଇସ୍ରାଏଲ ପାଲଟା ଆକ୍ରମଣ କଲେ କଡ଼ା ଜବାବ ଦିଆଯିବ ବୋଲି ଇରାନ ଧମକ ଦେଇଥିବାରୁ ସୀମିତ କାର୍ଯ୍ୟାନୁଷ୍ଠାନ ପାଇଁ ଇସ୍ରାଏଲକୁ ପରାମର୍ଶ ଦେଇଛି ଆମେରିକା। ଇରାନର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ନ କରିବା ଲାଗି ଇସ୍ରାଏଲକୁ ପରାମର୍ଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ୍। ଏହା ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ସେ ସତର୍କ କରାଇଛନ୍ତି। ଇସ୍ରାଏଲକୁ ସବୁ ପ୍ରକାର ସହାୟତା ଦେବାଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସାମରିକ କାର୍ଯ୍ୟାନୁଷ୍ଠାନରେ ଆମେରିକା ପ୍ରତ୍ୟକ୍ଷ ଭାବେ ସାମିଲ ହେବନାହିଁ। ଇରାନ ଉପରେ କଠୋର କଟକଣା ଜାରି କରାଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ କହିଛନ୍ତି ଯେ ଗତକାଲି ଇରାନ ୧୮୧ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ପ୍ରତ୍ୟେକ କ୍ଷେପଣାସ୍ତ୍ରରେ ୭୦୦ରୁ ହଜାର କିଲୋ ଓଜନର ବିସ୍ଫୋରକ ଥିଲା। ଆକାଶରେ ଏହାକୁ ନଷ୍ଟ କରାଯାଇ ନଥିଲେ ଇସ୍ରାଏଲର ବଡ଼ ଧରଣର କ୍ଷତି ଘଟିଥାଆନ୍ତା। ତେବେ ଇରାନର ଏଭଳି ଆକ୍ରମଣର ଇସ୍ରାଏଲ ଜୋରଦାର ଜବାବ ଦେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଇତିମଧ୍ୟରେ ଇସ୍ରାଏଲରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଇରାନ ଆକ୍ରମଣ କରିବା ପୂର୍ବରୁ ଇସ୍ରାଏଲର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇବାରୁ ୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ୨୦ରୁ ଅଧିକ ଆହତ ହୋଇଥିଲେ। ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଡର ମୁଖ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସେପଟେ ହିଜବୁଲ୍ଲାକୁ ମୂଳପୋଛ କରିବା ଲାଗି ଲେବାନନରେ ଇସ୍ରାଲର ସ୍ଥଳ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସେମାନେ ହିଜବୁଲ୍ଲା ପକ୍ଷରୁ ଦୃଢ଼ ବିରୋଧର ସମ୍ମୁଖୀନ ହେଉଛନ୍ତି। ମୁହାଁମୁହିଁ ସଂଘର୍ଷରେ ଇସ୍ରାଏଲର ୮ ଜଣ ସୈନ୍ୟ ନିହତ ହୋଇଥିବା ତେଲ ଆଭିଭ ପକ୍ଷରୁ କୁହାଯାଇଛି। ତେବେ ହିଜବୁଲ୍ଲାର ରକେଟ ମାଡ଼ କ୍ଷମତା ଧ୍ବଂସ ନହେବା ପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର