ପାକିସ୍ତାନ ରାଜନୀତିରେ ଏବେ ଟ୍ରେଣ୍ଡ କରୁଛି ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ, ବାଜପେୟୀଙ୍କ ପାଖରୁ କିଛି ଶିଖିବାକୁ ଇମ୍ରାନଙ୍କୁ ବିରୋଧୀଙ୍କ ପ୍ରସ୍ତାବ

The Sakala Picture
Published On

ଇସଲାମାବାଦ: ପାକିସ୍ତାନରେ ଜାରି ରହିଛି ରାଜନୈତିକ ସଙ୍କଟ। ଆଜି ପାକିସ୍ତାନରେ ଇମ୍ରାନ ଖାନ୍‌ଙ୍କ ସରକାର ରହିବ ନା ହାତରୁ ଯିବ ସେ ନେଇ ଫଇସଲା ହେବ। ଯେବେଠୁ ଇମ୍ରାନଙ୍କ ଉପରକୁ ସଙ୍କଟ ଆସିଲାଣି ସେବେଠୁ ସେ ଭାରତର ଭୁରି ଭୁରି ପ୍ରଶଂସା କରିବାରେ ଲାଗିଛନ୍ତି। ଅନାସ୍ଥା ପ୍ରସ୍ତାବର ଭୋଟିଂରୁ ବଞ୍ଚିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନାନା ବାହାନା କରୁଛନ୍ତି। ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭାଷଣ ପାକିସ୍ତାନରେ ଟ୍ରେଣ୍ଡ କରୁଛି। […]

ଇସଲାମାବାଦ: ପାକିସ୍ତାନରେ ଜାରି ରହିଛି ରାଜନୈତିକ ସଙ୍କଟ। ଆଜି ପାକିସ୍ତାନରେ ଇମ୍ରାନ ଖାନ୍‌ଙ୍କ ସରକାର ରହିବ ନା ହାତରୁ ଯିବ ସେ ନେଇ ଫଇସଲା ହେବ। ଯେବେଠୁ ଇମ୍ରାନଙ୍କ ଉପରକୁ ସଙ୍କଟ ଆସିଲାଣି ସେବେଠୁ ସେ ଭାରତର ଭୁରି ଭୁରି ପ୍ରଶଂସା କରିବାରେ ଲାଗିଛନ୍ତି। ଅନାସ୍ଥା ପ୍ରସ୍ତାବର ଭୋଟିଂରୁ ବଞ୍ଚିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନାନା ବାହାନା କରୁଛନ୍ତି। ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭାଷଣ ପାକିସ୍ତାନରେ ଟ୍ରେଣ୍ଡ କରୁଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁକ୍ରବାର ରାତିରେ ଦେଶକୁ ଦେଇଥିବା ଅଭିଭାଷଣରେ କହିଥିଲେ ଯେ, ବର୍ତ୍ତମାନ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆମ ପଡୋଶୀ ଦେଶ ଭାରତର ଆଭିମୁଖ୍ୟକୁ କୌଣସି ଦେଶ ପ୍ରଶ୍ନ କରିପାରିବ ନାହିଁ। ଭାରତ ନିଜ ସା‌ର୍ବଭୌମତ୍ବ ରକ୍ଷା କରିବାକୁ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ବିଦେଶ ନୀତି ଆପଣାଉଛି ତାହା ପ୍ରଶଂସନୀୟ। ନିଜ ଆତ୍ମଗୌରବ ରକ୍ଷା କରିବାକୁ ସବୁବେଳେ ଚେଷ୍ଟା କରି ଆସୁଛି। ତେଣୁ ପାକିସ୍ତାନ ଭାରତଠାରୁ ଆତ୍ମଗୌରବ ଶିଖିବା ଉଚିତ। ଏହାପୂର୍ବରୁ ମଧ୍ୟ ଗତ ସପ୍ତାହରେ ମଧ୍ୟ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ। ମାର୍ଚ୍ଚ ୨୭ରେ ଇସଲାମାବାଦରେ ଏକ ବିଶାଳ ଜନସଭାକୁ ସମ୍ବଧିତ କରିବା ସମୟରେ ସ୍ୱତନ୍ତ୍ର ବିଦେଶ ନୀତି ଆପଣେଇବା ନେଇ ଭାରତର ବହୁ ପ୍ରଶଂସା କରିଥିଲେ। ଇମ୍ରାନ କହିଥିଲେ, ‘ହିନ୍ଦୁସ୍ତାନ ଓ ପାକିସ୍ତାନ ଏକା ସାଙ୍ଗରେ ସ୍ୱାଧିନ ହୋଇଥିଲେ। ଆଜି କିନ୍ତୁ ହିନ୍ଦୁସ୍ତାନ ସ୍ୱାଭୀମାନର ସହ ବଞ୍ଚିଛି। ଭାରତ ବିରୋଧରେ କହିବାର ସାହସ କୌଣସି ମହାଶକ୍ତିର ନାହିଁ ବୋଲି କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଇମ୍ରାନ ବାରମ୍ବାର ଭାରତର ପ୍ରଶଂସା କରିବା ସହ ଅନାସ୍ଥା ପ୍ରସ୍ତାବର ଭୋଟିଂରୁ ବଞ୍ଚିବା ପାଇଁ  ନାନା ବାହାନା କରୁଥିବା ବେଳେ ପାକିସ୍ତାନରେ ସୋସିଆଲ ମିଡିଆରେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭାଷଣ ଟ୍ରେଣ୍ଡ କରୁଛି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ ନେତା ତଥା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ୍‌ ନୱାଜ ସରିଫ୍‌ ମଧ୍ୟ  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଉଦାହରଣ ଦେଇ ଇମ୍ରାନଙ୍କ ଉଦେଶ୍ୟରେ ଲେଖିଛନ୍ତି ଯେ , ‘ଯେଉଁମାନେ ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ସେମାନେ ଜାଣିବା ଉଚିତ ଯେ ଭାରତର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୨୭ଟି ଅନାସ୍ଥା ପ୍ରସ୍ତାବ ଆସିଥିବା ରେକର୍ଡ ରହିଛି। କିନ୍ତୁ ସମ୍ବିଧାନ, ଗଣତନ୍ତ୍ର ଏବଂ ନୈତିକତା ସହିତ କେହି ଖେଳିନାହାଁନ୍ତି। ଅଟଳ ବିହାରି ବାଜପେୟୀ ଗୋଟିଏ ଭୋଟରେ ହାରି ଘରକୁ ଯାଇଥିଲେ। କିନ୍ତୁ ସେମାନେ ତୁମ ପରି ଦେଶ, ସମ୍ବିଧାନ ଏବଂ ରାଷ୍ଟ୍ରକୁ ତୁମଭଳି ବନ୍ଧକ କରିନଥିଲେ।’

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସେହିପରି ପାକିସ୍ତାନର ବରିଷ୍ଠ ସାମ୍ବାଦିକ ହମିଦ ମୀରଙ୍କ କହିବା ଅନୁଯାୟୀ, କିଛି ଦିନ ହେଲା ଇମ୍ରାନ ଖାନ ଭାରତକୁ ପ୍ରଶଂସା କରିବା ଏବଂ ଅନାସ୍ଥା ପ୍ରସ୍ତାବକୁ ଏଡ଼ାଇବାକୁ ଚେଷ୍ଟା କରିବା ମଧ୍ୟରେ ଏକ ବଡ଼ ପ୍ରଭେଦ ରହିଛି। ହମିଦ ମୀର କହିଛନ୍ତି ଯେ, “ଇମ୍ରାନ ଖାନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ କିଛି ଶିଖିବା ଉଚିତ। ଯେତେବେଳେ ବାଜପେୟୀ ସାହେବ ଜାଣିବାକୁ ପାଇଲେ ଯେ ତାଙ୍କ ସରକାର ଗୋଟିଏ ଭୋଟରେ କ୍ଷମତାଚ୍ୟୁତ ହେବାକୁ ଯାଉଛି, ସେତେବେଳେ ସେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଇମ୍ରାନ ଖାନ ଯଦି ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ତେବେ ସେ କାହିଁକି ଏହା କରୁନାହାନ୍ତି’ ।

ସୂଚନାଯୋଗ୍ୟ ୧୯୯୯ ମସିହାରେ ବାଜପେୟୀଙ୍କ ସରକାର ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଥିଲା। ଗୋଟିଏ ଭୋଟ ଉଣା ହେଉଥିବା ବାଜପେୟୀ ଜାଣିବା ପରେ ସିଧା ରାଷ୍ଟ୍ରପତି ଭବନକୁ ଯାଇ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହି ଘଟଣା କାଳର ଭାଷଣ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଇମ୍ରାନ ଯଦି ଭାରତ ଓ ଏହାର ନୀତିକୁ ଏତେ ପ୍ରଶଂସା କରୁଛନ୍ତି ତେବେ ବାଜପେୟୀଙ୍କ ଭଳି ପଦକ୍ଷେପ ନେଉ ନାହାନ୍ତି କାହିଁକି ବୋଲି ବିପକ୍ଷ କହୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର