ପୃଥିବୀ ପୃଷ୍ଠକୁ ଫେରିବାକୁ ଆହୁରି ୬ ମାସ ଅପେକ୍ଷା କରିବେ ସୁନୀତା ୱିଲିୟମ୍ସ, ଫେବୃଆରୀ ୨୦୨୫ରେ ଫେରିବେ !

The Sakala Picture
Published On

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‌)ରେ ଦୀର୍ଘ ୮୦ ଦିନ ଧରି ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କ ଅପେକ୍ଷାର ଅନ୍ତ ହୋଇନାହିଁ। ମହାକାଶରୁ ଏହି ଦୁଇ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ସାରା ବିଶ୍ବ ଉତ୍ସୁକତାର ସହ ଚାହିଁ ରହିଥିଲା ବେଳେ ନାସା ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ତାହା ଅନେକଙ୍କ ମନରେ ଉଦବେଗ ସୃଷ୍ଟି କରିଛି। ସୁନିତା ଏବଂ ୱିଲମୋର୍‌ ପୃଥିବୀ ପୃଷ୍ଠକୁ ଫେରିବା […]

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ୍‌)ରେ ଦୀର୍ଘ ୮୦ ଦିନ ଧରି ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କ ଅପେକ୍ଷାର ଅନ୍ତ ହୋଇନାହିଁ। ମହାକାଶରୁ ଏହି ଦୁଇ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ସାରା ବିଶ୍ବ ଉତ୍ସୁକତାର ସହ ଚାହିଁ ରହିଥିଲା ବେଳେ ନାସା ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ତାହା ଅନେକଙ୍କ ମନରେ ଉଦବେଗ ସୃଷ୍ଟି କରିଛି। ସୁନିତା ଏବଂ ୱିଲମୋର୍‌ ପୃଥିବୀ ପୃଷ୍ଠକୁ ଫେରିବା ଲାଗି ଆହୁରି ୬ ମାସ ଅପେକ୍ଷା କରିବାକୁ ହେବ। ୨୦୨୫ ଫେବୃଆରୀରେ ସେମାନଙ୍କୁ ଏଲନ ମସ୍କଙ୍କ ସ୍ପେଶ୍‌ ଏକ୍ସ ମହାକାଶ ଯାନ ଯୋଗେ ପୃଥିବୀ ପୃଷ୍ଠକୁ ଅଣାଯିବ ବୋଲି ଶନିବାର ନାସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଗତ ଜୁନ ୫ ତାରିଖରେ ଏହି ଦୁଇ ମହାକାଶଚାରୀ ଆମେରିକାର ଫ୍ଲୋରିଡା ଉତ୍‌କ୍ଷେପଣ କେନ୍ଦ୍ରରୁ ବୋଇଙ୍ଗ ଷ୍ଟାରଲାଇନ ମହାକାଶଯାନ ଯୋଗେ ମହାକାଶକୁ ଉଡ଼ାଣ ଭରିଥିଲେ। ଏହାର ୮ ଦିନ ପରେ ସେମାନେ ପୃଥିବୀ ପଷ୍ଠକୁ ଫେରି ଆସିବା କଥା। କିନ୍ତୁ ଷ୍ଟାରଲାଇନ ମହାକାଶ ଯାନରେ ବୈଷୟିକ ତ୍ରୁଟି ଯୋଗୁ ସେମାନେ ପ୍ରାୟ ୮୦ ଦିନ ହେଲା ଫସି ରହିଛନ୍ତି। ତେବେ ଏହି ମହାକାଶଯାନରେ ଆଉ ମାତ୍ର ୯୬ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ରହିଥିବା ଆମେରିକା ସ୍ପେଶ୍‌ ସିଷ୍ଟମ ପକ୍ଷରୁ କୁହାଯିବା ପରେ ଉଭୟ ମହାକାଶଚାରୀଙ୍କ ଜୀବନ ଧାରଣକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ତୁରନ୍ତ ଫେରାଇ ଆଣିବା ଲାଗି ନାସା ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଇଥିଲେ ହେଁ ସେମାନଙ୍କୁ ଆଗାମୀ ଫେବୃଆରୀରେ ସ୍ପେଶ ଏକ୍ସରେ ଅଣାଯିବ ବୋଲି ନାସା କହିଛି। ଆଇଏସଏସ୍‌ରେ ରହିଥିବା ରୁଷ କିମ୍ବା ଚାଇନାର ମହାକାଶ ଯାନ ଯୋଗେ ସେମାନଙ୍କୁ ଫେରାଇ ଆଣିବା ସମ୍ଭବ ବୋଲି କୁହାଯାଉଥିଲା। କିନ୍ତୁ ଏ ସମ୍ପର୍କରେ ନାସା କିଛି ସ୍ପଷ୍ଟ କରିନାହିଁ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର