ମେଧାବୀ ବିଦ୍ୟାର୍ଥୀଙ୍କୁ ମାଗଣାରେ ୩୫,୮୦୦ ସ୍କୁଟର୍‌ ବାଣ୍ଟିବେ ଆସାମ ସରକାର

The Sakala Picture
Published On

ଗୌହାଟୀ: ଆସାମର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର ଯୋଗାଇ ଦେବାକୁ ଆସାମ ସରକାର ଘୋଷଣା କରିଛନ୍ତି।ଚଳିତ ବର୍ଷ ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଥିବା ୩୫,୮୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର୍‌ ଯୋଗାଇ ଦେବା ପାଇଁ ଆସାମ ସରକାର ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ୬୦ ପ୍ରତିଶତ ଏବଂ ତା’ଠାରୁ ଅଧିକ ନମ୍ବର ରଖିଥିବା ୨୯,୭୪୮ ଛାତ୍ରୀ ଓ ୭୫ ପ୍ରତିଶତ ଓ ତା’ଠାରୁ […]

ଗୌହାଟୀ: ଆସାମର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର ଯୋଗାଇ ଦେବାକୁ ଆସାମ ସରକାର ଘୋଷଣା କରିଛନ୍ତି।ଚଳିତ ବର୍ଷ ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍‌ କରିଥିବା ୩୫,୮୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର୍‌ ଯୋଗାଇ ଦେବା ପାଇଁ ଆସାମ ସରକାର ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ୬୦ ପ୍ରତିଶତ ଏବଂ ତା’ଠାରୁ ଅଧିକ ନମ୍ବର ରଖିଥିବା ୨୯,୭୪୮ ଛାତ୍ରୀ ଓ ୭୫ ପ୍ରତିଶତ ଓ ତା’ଠାରୁ ଅଧିକ ନମ୍ବର ରଖିଥିବା ୬,୦୫୨ ଛାତ୍ରଙ୍କୁ ସ୍କୁଟର୍‌ ମିଳିବ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ନିକଟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ନଭେମ୍ବର ମାସ ୩୦ ତାରିଖରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଟର୍‌ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ କାମରୁପ (ମେଟ୍ରୋ) ଏବଂ କାମରୁପ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେବଳ ସେତିକି ନୁହେଁ, ନୋଡାଲ୍‌ ପ୍ରିନ୍‌ସିପାଲଙ୍କ ଜରିଆରେ ଉଚ୍ଚଶିକ୍ଷା ବିଭାଗ ହିତାଧିକାରୀମାନଙ୍କୁ ପଞ୍ଜିକରଣ ଓ ବୀମା ବାବଦକୁ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କୁହାଯାଇଛି। ସ୍କୁଟର ବଣ୍ଟନ ଯୋଜନା ବାବଦରେ ରାଜ୍ୟ ସରକାର ମୋଟ ୨୫୮.୯ କୋଟି ଟଙ୍କା ବ୍ୟୟ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର