ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ASI ଟିମ୍‌ର ସର୍ଭେ ଆରମ୍ଭ

The Sakala Picture
Published On

ନୂଆଦିଲ୍ଲୀ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ର ସର୍ଭେ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ କରାଯାଉଛି। ସର୍ଭେ ଟିମରେ ଦୁଇ ଜଣ ଓକିଲଙ୍କୁ ମଧ୍ୟ ସାମିଲ ଅଛନ୍ତି। ଗତ ୨୧ ତାରିଖରେ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ୍ ସର୍ଭେ କରିବାକୁ ଅନୁମତି […]

ନୂଆଦିଲ୍ଲୀ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ର ସର୍ଭେ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ କରାଯାଉଛି। ସର୍ଭେ ଟିମରେ ଦୁଇ ଜଣ ଓକିଲଙ୍କୁ ମଧ୍ୟ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ଗତ ୨୧ ତାରିଖରେ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ୍ ସର୍ଭେ କରିବାକୁ ଅନୁମତି ଦେଇଥିଲେ। ଏହି ସର୍ଭେ ରିପୋର୍ଟ ଜରିଆରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

ସୂଚନା ଥାଉକି, ଏଏସ୍‌ଆଇକୁ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ସର୍ଭେ କରିବାକୁ ବାରାଣାସୀ କୋର୍ଟ ଅନୁମତି ଦେବା ବେଳେ କିଛି ସର୍ତ୍ତ ରଖିଥିଲେ କୋର୍ଟ। କୋର୍ଟ କହିଛନ୍ତି ଏଏସ୍‌ଆଇ ମସ୍‌ଜିଦ୍‌ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ। କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ। ତେଣୁ ଆଜି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି କ୍ୟାମ୍ପସରେ ସର୍ବେକ୍ଷଣ କରିବେ ବୋଲି ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଅବରୋଧ: ଆସନ୍ତା ସପ୍ତାହରେ ହେଡ୍ସ ଅଫ୍ ମିଶନ୍ ସମ୍ମିଳନୀରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ସେପଟେ ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଛି। ତେବେ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷ ଏହି ସର୍ଭେକୁ ବିରୋଧ କରିଥିଲେ। କିନ୍ତୁ କୋର୍ଟ ସମସ୍ତ ତଥ୍ୟ, ପ୍ରମାଣ, ଦସ୍ତାବିଜ୍ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି, ଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜୁଲାଇ ୧୪ ତାରିଖରେ ଫଇସଲାକୁ ସଂରକ୍ଷିତ ରଖିଥିଲେ ବାରାଣାସୀ କୋର୍ଟ। କିନ୍ତୁ ୧୬ ତାରିଖରେ କିଛି ମହିଳାଗୋଷ୍ଠୀ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ, ବିବାଦୀୟ ସ୍ଥାନକୁ ଛାଡ଼ି ASI ଅନ୍ୟ ସବୁ ସ୍ଥାନକୁ ସର୍ଭେ ଅନ୍ତର୍ଭୁକ୍ତ କରନ୍ତୁ। ପରେ ଜୁଲାଇ ୨୧ ତାରିଖରେ ଏହି ମାମଲାରେ ଫଇସଲା ଶୁଣାଯିବ ବୋଲି କୁହାଯାଇଥିଲା।

24 Jul 2023 By The Sakala

ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ASI ଟିମ୍‌ର ସର୍ଭେ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ର ସର୍ଭେ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ କରାଯାଉଛି। ସର୍ଭେ ଟିମରେ ଦୁଇ ଜଣ ଓକିଲଙ୍କୁ ମଧ୍ୟ ସାମିଲ ଅଛନ୍ତି।

ଗତ ୨୧ ତାରିଖରେ ବାରଣାସୀ ଜିଲ୍ଲା ଦୌରାଜଜ କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ୍ ସର୍ଭେ କରିବାକୁ ଅନୁମତି ଦେଇଥିଲେ। ଏହି ସର୍ଭେ ରିପୋର୍ଟ ଜରିଆରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଏହି ପ୍ରସଙ୍ଗରେ ଜିଲ୍ଲା ଦୌରାଜଜ କୋର୍ଟ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ଏଏସ୍‌ଆଇକୁ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ସର୍ଭେ କରିବାକୁ ବାରାଣାସୀ କୋର୍ଟ ଅନୁମତି ଦେବା ବେଳେ କିଛି ସର୍ତ୍ତ ରଖିଥିଲେ କୋର୍ଟ। କୋର୍ଟ କହିଛନ୍ତି ଏଏସ୍‌ଆଇ ମସ୍‌ଜିଦ୍‌ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ। କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ। ତେଣୁ ଆଜି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି କ୍ୟାମ୍ପସରେ ସର୍ବେକ୍ଷଣ କରିବେ ବୋଲି ସୂଚନା ରହିଛି ।

ସେପଟେ ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଛି। ତେବେ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷ ଏହି ସର୍ଭେକୁ ବିରୋଧ କରିଥିଲେ। କିନ୍ତୁ କୋର୍ଟ ସମସ୍ତ ତଥ୍ୟ, ପ୍ରମାଣ, ଦସ୍ତାବିଜ୍ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି, ଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜୁଲାଇ ୧୪ ତାରିଖରେ ଫଇସଲାକୁ ସଂରକ୍ଷିତ ରଖିଥିଲେ ବାରାଣାସୀ କୋର୍ଟ। କିନ୍ତୁ ୧୬ ତାରିଖରେ କିଛି ମହିଳାଗୋଷ୍ଠୀ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ, ବିବାଦୀୟ ସ୍ଥାନକୁ ଛାଡ଼ି ASI ଅନ୍ୟ ସବୁ ସ୍ଥାନକୁ ସର୍ଭେ ଅନ୍ତର୍ଭୁକ୍ତ କରନ୍ତୁ। ପରେ ଜୁଲାଇ ୨୧ ତାରିଖରେ ଏହି ମାମଲାରେ ଫଇସଲା ଶୁଣାଯିବ ବୋଲି କୁହାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର