‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ’: ଅଶୋକ ଗେହଲଟ

The Sakala Picture
Published On

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କ ଉପରେ ବର୍ଷିଛନ୍ତି । ‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ସେ କେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେ ଦଳକୁ ଧୋକା ଦେଇଛନ୍ତି, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ..’; ଏମିତି କିଛି କହି […]

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କ ଉପରେ ବର୍ଷିଛନ୍ତି । ‘ସଚିନ୍‌ ପାଇଲଟ୍‌ ଜଣେ ଗଦ୍ଦାର, ସେ କେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ସେ ଦଳକୁ ଧୋକା ଦେଇଛନ୍ତି, ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ..’; ଏମିତି କିଛି କହି ଆଜି ସଚିନ୍‌ ପାଇଲଟ୍‌ଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଗୁଜୁରାଟରେ ପ୍ରଚାର କରିବାକୁ ଆସିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଜାତୀୟ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ନିଜ ମନର ଉଦ୍‌ବେଗକୁ ପ୍ରକାଶ କରିଛନ୍ତି। ସେ ପୂର୍ବତନ ଡେପୁଟି ସଚିନ୍ ପାଇଲଟଙ୍କୁ ‘ଦଳଦ୍ରୋହୀ’ ବୋଲି ସମ୍ବୋଧନ କରିଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କିଛି ଦିନ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ଗେହଲଟଙ୍କ ସପକ୍ଷରେ ଥିବା ୯୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବେ ବୋଲି ଧମକ ଦେଇଥିଲେ। ଦୁଇ ବର୍ଷ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ଗେହଲଟଙ୍କ ବିରୋଧରେ କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଥିଲେ। ଏହି ସବୁ ପ୍ରସଙ୍ଗକୁ ଯୋଡ଼ି ସଚିନଙ୍କ ଉପରେ ଆଜି ବର୍ଷିଛନ୍ତି ଗେହଲଟ। ଏଥିସହ ସଚିନ ପାଇଲଟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଶି କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବୋଲି ଗେହଲଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର