ଆମେରିକା ସିନେଟ୍‌ରେ ପ୍ରସ୍ତାବ ପାରିତ, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

The Sakala Picture
Published On

ୱାଶିଂଟନ୍: ଅରୁଣାଚଳ ପ୍ରଦେଶସ୍ଥିତ ଆନ୍ତର୍ଜାତିକ ସୀମାରେଖାକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ବିବାଦ ପ୍ରସଙ୍ଗରେ ଆମେରିକା ଭାରତକୁ ଦୃଢ ସମର୍ଥନ କରିଛି। ଅରୁଣାଚଳ ପ୍ରଦେଶର ସର୍ବାଧିକ ଭାଗକୁ ଚୀନ ନିଜର ଏବଂ ଏହା ଦକ୍ଷିଣ ତିବ୍ଦତର ଅଂଶ କହୁଥିବା ବେଳେ ଏହା ଭାରତର ଅଭିନ୍ନ ଅଙ୍ଗ ବୋଲି ଆମେରିକା କହିଛି। ଏହିପ୍ରସଙ୍ଗରେ ଆମେରିକା ସଂସଦର ଉଚ୍ଚ ସଦନ ସିନେଟ୍‌ରେ ଏକ ପ୍ରସ୍ତାବ ଆଗତ କରାଯିବା ସହିତ ଉଭୟ ଡେମୋକ୍ରାଟ୍‌ ଏବଂ ରିପ୍ଳବିକାନ ପାର୍ଟି […]

ୱାଶିଂଟନ୍: ଅରୁଣାଚଳ ପ୍ରଦେଶସ୍ଥିତ ଆନ୍ତର୍ଜାତିକ ସୀମାରେଖାକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ବିବାଦ ପ୍ରସଙ୍ଗରେ ଆମେରିକା ଭାରତକୁ ଦୃଢ ସମର୍ଥନ କରିଛି। ଅରୁଣାଚଳ ପ୍ରଦେଶର ସର୍ବାଧିକ ଭାଗକୁ ଚୀନ ନିଜର ଏବଂ ଏହା ଦକ୍ଷିଣ ତିବ୍ଦତର ଅଂଶ କହୁଥିବା ବେଳେ ଏହା ଭାରତର ଅଭିନ୍ନ ଅଙ୍ଗ ବୋଲି ଆମେରିକା କହିଛି। ଏହିପ୍ରସଙ୍ଗରେ ଆମେରିକା ସଂସଦର ଉଚ୍ଚ ସଦନ ସିନେଟ୍‌ରେ ଏକ ପ୍ରସ୍ତାବ ଆଗତ କରାଯିବା ସହିତ ଉଭୟ ଡେମୋକ୍ରାଟ୍‌ ଏବଂ ରିପ୍ଳବିକାନ ପାର୍ଟି ପକ୍ଷରୁ ଭାରତର ଦାବିକୁ ସମର୍ଥନ କରାଯାଇଛି। କେବଳ ସେତିକି ନୁହେଁ , ଏହି ଅଞ୍ଚଳରେ ଚୀନ୍‌ ବାରମ୍ବାର ହରକତ୍‌ କରୁଥିବାରୁ ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଭାରତକୁ ଆମେରିକା ସହାୟତା କରିବାକୁ ଏହି ପ୍ରସ୍ତାବରେ ଅନୁମୋଦନ ଦିଆଯାଇଛି। ଆମେରିକାର ଦୁଇ ସାଂସଦ ବିଲ ହେଗେର୍ଟି ଏବଂ ଜେଫ୍‌ ମର୍କଲି ସିନେଟ୍‌ରେ ଏହି ପ୍ରସ୍ତାବ ଆଣିଥିଲା ବେଳେ ଏହାକୁ ଆଉ ଜଣେ ସାଂସଦ ମଧ୍ୟ ସମର୍ଥନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ ନିଜର ଔଦ୍ଧତ୍ୟ ଜାରି ରଖିଥିଲା ବେଳେ ଦକ୍ଷିଣ ଚୀନ ସାଗରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଚୀନ୍‌ର ବିସ୍ତାରବାଦୀ ଏବଂ ଏକଚାଟିଆ ନୀତି ଯୋଗୁଁ ବହୁ ରାଷ୍ଟ୍ରଙ୍କ ସାର୍ବଭୌମତ୍ବ ପ୍ରତି ଆଞ୍ଚ ଆସିଛି। ଏହି ନୀତିରେ ଚୀନ୍‌ ଅରୁଣାଚଳ ପ୍ରଦେଶରେ ମଧ୍ୟ ମନମାନୀ ଚଳାଇଛି। ଅରୁଣାଚଳ ପ୍ରଦେଶକୁ ଲାଗି ଚୀନ୍‌ ନୂଆ ନୂଆ ଗାଁ ବସାଇବା ସହିତ ଏଠାରେ ମାଣ୍ଡାରିନ ଭାଷାରେ ଲେଖାଯାଇଥିବା ପୋଷ୍ଟର ଲଗାଯାଉଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଚୀନ୍‌ ସେନା ଦ୍ବାରା ବାରମ୍ବାର ହରକତ୍‌ କରାଯିବାରୁ ଏଠାକାର ଗ୍ରାମାଞ୍ଚଳବାସୀଙ୍କ ବିକାଶ ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ଅରୁଣାଚଳର ୨୫ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ଅତ୍ୟନ୍ତ କଠିନ ଚଳଣି ଦେଇ ଜୀବନ ନିର୍ବାହ କରୁଛନ୍ତି। ବିଗତ ୬ ବର୍ଷ ମଧ୍ୟରେ ଅରୁଣାଚଳ ସୀମାରେ ଭାରତୀୟ ସେନା ସହ ଚୀନ୍‌ ସେନା ମଧ୍ୟ ବହୁବାର ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଏଠାରେ ଆନ୍ତର୍ଜାତିକ ସୀମାରେଖା ଭାବେ ମ୍ୟାକ୍‌ ମୋହନ ଲାଇନକୁ ସମ୍ମାନ ଦେବାକୁ ହେବ। କିନ୍ତୁ ଚୀନ୍‌ ଏହାକୁ ବାରମ୍ବାର ଉଲ୍ଲଘଂନ କରୁଥିବା ଏବଂ ଏହାକୁ ସମ୍ମାନ ଦେଉ ନଥିବାରୁ ସୁରକ୍ଷା ପାଇଁ ଭାରତକୁ ଆମେରିକା ସହାୟତା କରିବା ଦରକାର ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। ଭାରତ ଆମେରିକାର ପ୍ରମୁଖ ଅଂଶୀଦାର ରାଷ୍ଟ୍ର ହୋଇଥିବାରୁ ଦ୍ବିପାକ୍ଷିକ ସ୍ତରରେ ହେଉ କିମ୍ବା ‘କ୍ବାଡ୍‌’ ଏବଂ ‘ଆଇଟୁୟୁଟୁ’ ଭଳି ବୈଶ୍ବିକ ଗୋଷ୍ଠୀ ଦ୍ବାରା ଭାରତକୁ ସହାୟତା କରିବା ଜରୁରୀ ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। ବିଶେଷକରି ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ଯେଭଳି ସଫଳ ନ ହୁଏ ତାହାକୁ ଦୃଷ୍ଟିରେ ରଖି ଭାରତକୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ଦରକାର ବୋଲି ଏହି ପ୍ରସ୍ତାବରେ ଗୁରୁତ୍ବ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

16 Mar 2023 By The Sakala

ଆମେରିକା ସିନେଟ୍‌ରେ ପ୍ରସ୍ତାବ ପାରିତ, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

ୱାଶିଂଟନ୍: ଅରୁଣାଚଳ ପ୍ରଦେଶସ୍ଥିତ ଆନ୍ତର୍ଜାତିକ ସୀମାରେଖାକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ବିବାଦ ପ୍ରସଙ୍ଗରେ ଆମେରିକା ଭାରତକୁ ଦୃଢ ସମର୍ଥନ କରିଛି। ଅରୁଣାଚଳ ପ୍ରଦେଶର ସର୍ବାଧିକ ଭାଗକୁ ଚୀନ ନିଜର ଏବଂ ଏହା ଦକ୍ଷିଣ ତିବ୍ଦତର ଅଂଶ କହୁଥିବା ବେଳେ ଏହା ଭାରତର ଅଭିନ୍ନ ଅଙ୍ଗ ବୋଲି ଆମେରିକା କହିଛି। ଏହିପ୍ରସଙ୍ଗରେ ଆମେରିକା ସଂସଦର ଉଚ୍ଚ ସଦନ ସିନେଟ୍‌ରେ ଏକ ପ୍ରସ୍ତାବ ଆଗତ କରାଯିବା ସହିତ ଉଭୟ ଡେମୋକ୍ରାଟ୍‌ ଏବଂ ରିପ୍ଳବିକାନ ପାର୍ଟି ପକ୍ଷରୁ ଭାରତର ଦାବିକୁ ସମର୍ଥନ କରାଯାଇଛି। କେବଳ ସେତିକି ନୁହେଁ , ଏହି ଅଞ୍ଚଳରେ ଚୀନ୍‌ ବାରମ୍ବାର ହରକତ୍‌ କରୁଥିବାରୁ ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଭାରତକୁ ଆମେରିକା ସହାୟତା କରିବାକୁ ଏହି ପ୍ରସ୍ତାବରେ ଅନୁମୋଦନ ଦିଆଯାଇଛି। ଆମେରିକାର ଦୁଇ ସାଂସଦ ବିଲ ହେଗେର୍ଟି ଏବଂ ଜେଫ୍‌ ମର୍କଲି ସିନେଟ୍‌ରେ ଏହି ପ୍ରସ୍ତାବ ଆଣିଥିଲା ବେଳେ ଏହାକୁ ଆଉ ଜଣେ ସାଂସଦ ମଧ୍ୟ ସମର୍ଥନ କରିଛନ୍ତି।

ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ ନିଜର ଔଦ୍ଧତ୍ୟ ଜାରି ରଖିଥିଲା ବେଳେ ଦକ୍ଷିଣ ଚୀନ ସାଗରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଚୀନ୍‌ର ବିସ୍ତାରବାଦୀ ଏବଂ ଏକଚାଟିଆ ନୀତି ଯୋଗୁଁ ବହୁ ରାଷ୍ଟ୍ରଙ୍କ ସାର୍ବଭୌମତ୍ବ ପ୍ରତି ଆଞ୍ଚ ଆସିଛି। ଏହି ନୀତିରେ ଚୀନ୍‌ ଅରୁଣାଚଳ ପ୍ରଦେଶରେ ମଧ୍ୟ ମନମାନୀ ଚଳାଇଛି। ଅରୁଣାଚଳ ପ୍ରଦେଶକୁ ଲାଗି ଚୀନ୍‌ ନୂଆ ନୂଆ ଗାଁ ବସାଇବା ସହିତ ଏଠାରେ ମାଣ୍ଡାରିନ ଭାଷାରେ ଲେଖାଯାଇଥିବା ପୋଷ୍ଟର ଲଗାଯାଉଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଚୀନ୍‌ ସେନା ଦ୍ବାରା ବାରମ୍ବାର ହରକତ୍‌ କରାଯିବାରୁ ଏଠାକାର ଗ୍ରାମାଞ୍ଚଳବାସୀଙ୍କ ବିକାଶ ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ଅରୁଣାଚଳର ୨୫ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ଅତ୍ୟନ୍ତ କଠିନ ଚଳଣି ଦେଇ ଜୀବନ ନିର୍ବାହ କରୁଛନ୍ତି। ବିଗତ ୬ ବର୍ଷ ମଧ୍ୟରେ ଅରୁଣାଚଳ ସୀମାରେ ଭାରତୀୟ ସେନା ସହ ଚୀନ୍‌ ସେନା ମଧ୍ୟ ବହୁବାର ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଏଠାରେ ଆନ୍ତର୍ଜାତିକ ସୀମାରେଖା ଭାବେ ମ୍ୟାକ୍‌ ମୋହନ ଲାଇନକୁ ସମ୍ମାନ ଦେବାକୁ ହେବ। କିନ୍ତୁ ଚୀନ୍‌ ଏହାକୁ ବାରମ୍ବାର ଉଲ୍ଲଘଂନ କରୁଥିବା ଏବଂ ଏହାକୁ ସମ୍ମାନ ଦେଉ ନଥିବାରୁ ସୁରକ୍ଷା ପାଇଁ ଭାରତକୁ ଆମେରିକା ସହାୟତା କରିବା ଦରକାର ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। ଭାରତ ଆମେରିକାର ପ୍ରମୁଖ ଅଂଶୀଦାର ରାଷ୍ଟ୍ର ହୋଇଥିବାରୁ ଦ୍ବିପାକ୍ଷିକ ସ୍ତରରେ ହେଉ କିମ୍ବା ‘କ୍ବାଡ୍‌’ ଏବଂ ‘ଆଇଟୁୟୁଟୁ’ ଭଳି ବୈଶ୍ବିକ ଗୋଷ୍ଠୀ ଦ୍ବାରା ଭାରତକୁ ସହାୟତା କରିବା ଜରୁରୀ ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। ବିଶେଷକରି ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ଯେଭଳି ସଫଳ ନ ହୁଏ ତାହାକୁ ଦୃଷ୍ଟିରେ ରଖି ଭାରତକୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ଦରକାର ବୋଲି ଏହି ପ୍ରସ୍ତାବରେ ଗୁରୁତ୍ବ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର