କଂଗ୍ରେସରେ ମିଶିବେ ସୋନୁ ସୁଦ୍‌!

The Sakala Picture
Published On

ଚଣ୍ଡିଗଡ : କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କଂଗ୍ରେସରେ ସାମିଲ ହୋଇପାରନ୍ତି। ପଞ୍ଜାବ ରାଜନୀତିରେ ଏହି ଖବର ଅଚାନକ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଖୁବଶୀଗ୍ର ସୋନୁ ସୁଦ୍‌ଙ୍କୁ ଭେଟିବା ପାଇଁ ମୋଗାରେ ପହଞ୍ଚିବେ ବୋଲି କୁହାଯାଉଛି। ସିଦ୍ଧୁଙ୍କ ଆସିବା ଖବର ମିଳିବା ପରେ ମୋଗା ସ୍ଥିତ ସୋନୁଙ୍କ ଘର ଚଳଚଞ୍ଚଳ ହୋଇ ଉଠିଛି। ବଡ଼ ବଡ଼ ପ୍ରଶାସନିକ ଏବଂ […]

ଚଣ୍ଡିଗଡ : କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କଂଗ୍ରେସରେ ସାମିଲ ହୋଇପାରନ୍ତି। ପଞ୍ଜାବ ରାଜନୀତିରେ ଏହି ଖବର ଅଚାନକ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଖୁବଶୀଗ୍ର ସୋନୁ ସୁଦ୍‌ଙ୍କୁ ଭେଟିବା ପାଇଁ ମୋଗାରେ ପହଞ୍ଚିବେ ବୋଲି କୁହାଯାଉଛି। ସିଦ୍ଧୁଙ୍କ ଆସିବା ଖବର ମିଳିବା ପରେ ମୋଗା ସ୍ଥିତ ସୋନୁଙ୍କ ଘର ଚଳଚଞ୍ଚଳ ହୋଇ ଉଠିଛି। ବଡ଼ ବଡ଼ ପ୍ରଶାସନିକ ଏବଂ ପୁଲିସ ଅଧିକାରୀ ସେଠାରେ ପହଞ୍ଚିଛନ୍ତି। ଏହା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଏହା ପୂର୍ବରୁ ସୋନୁ ଶୁକ୍ରବାର ଚଣ୍ଡିଗଡରେ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କୁ ଭେଟିଥିଲେ। ତାଙ୍କ ସହ ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସେଠାରେ କ’ଣ ଆଲୋଚନା ହୋଇଥିଲା ତାହା ଜଣାପଡିନାହିଁ। ବୈଠକରେ  କ’ଣ ଚର୍ଚ୍ଚା ହୋଇଥିଲା ତାହାକୁ କଂଗ୍ରେସ ଗୁପ୍ତ ରଖିଛି। ଏ ବିଷୟରେ ରବିବାର ସାମ୍ବାଦିକ ସମ୍ମିଳନୀ କରି ସୋନୁ ନିଜ ସ୍ଥିତି ସ୍ପଷ୍ଟ କରିପାରନ୍ତି। ଏହା ପୂର୍ବରୁ ସେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହୋଇଥିଲା। ସୂଚନା ଅନୁଯାୟୀ ସୋନୁ ନିଜେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି କି ପରିବାର ସଦସ୍ୟଙ୍କୁ ପାଇଁ ଟିକେଟ ଆଶା କରୁଛନ୍ତି ତାହା କଂଗ୍ରେସ ଜାଣିବାକୁ ଚାହୁଁଛି। ସୋନୁ ମୋଗାରେ ରହୁଛନ୍ତି। ସେ ତୃଣମୂଳସ୍ତରର ରାଜନୀତିରେ ଖୁବ୍‌ ସକ୍ରିୟ ଅଛନ୍ତି। ସେ କିଛି ଦିନ ତଳେ ପଞ୍ଜାବ ରାଜନୀତିରେ ଚର୍ଚ୍ଚାରେ ଆସିଥିଲେ। ସେ ଏକ ଭିଡିଓ ଜାରି କରି କହିଥିଲେ ଯେ ନେତାମାନେ ନିର୍ବାଚନୀ ଇସ୍ତାହାରକୁ ନେଇ ଲୋକଙ୍କ ସହ ଚୁକ୍ତି କରିବା ଉଚିତ। ପୁଣି ଜିତିବା ପରେ ଶପଥ ନେବା ସମୟରେ ଇସ୍ତଫା ରଖିବା ଆବଶ୍ୟକ। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରି ନପାରନ୍ତି ତେବେ ଇସ୍ତଫା ଦେଇଦେବା ଉଚିତ୍‌।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର