ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ: ଆଫଗାନିସ୍ତାନ ଦଖଲ ପରେ ଭାରତ ସହ ସମସ୍ତ ରପ୍ତାନୀ ଆମଦାନୀ ବନ୍ଦ କଲା ତାଲିବାନ

The Sakala Picture
Published On

ଆଫଗାନିସ୍ତାନ: ଆଫଗାନିସ୍ତାନ କବଜା ପରେ ତାଲିବାନର ଉଗ୍ରରୂପ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ ସୃଷ୍ଟି କରିଛି ତାଲିବାନ । ଭାରତ ସହ ଚାଲିଥିବା ସମସ୍ତ ରପ୍ତାନୀ ଆମଦାନୀକୁ ବନ୍ଦ କରିଦେଇଛି ତାଲିବାନ । ଭାରତୀୟ ରପ୍ତାନୀ ମହାସଂଘ ସଂଗଠନର ସୂଚନା ଅନୁସାରେ, ତାଲିବାନ ପାକିସ୍ତାନ ମାର୍ଗ ଦେଇ ସମସ୍ତ ମାଲ ପରିବହନକୁ ବନ୍ଦ କରି ଦେଇଛି। ଯାହାର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ପଡ଼ିଛି […]

ଆଫଗାନିସ୍ତାନ: ଆଫଗାନିସ୍ତାନ କବଜା ପରେ ତାଲିବାନର ଉଗ୍ରରୂପ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ ସୃଷ୍ଟି କରିଛି ତାଲିବାନ । ଭାରତ ସହ ଚାଲିଥିବା ସମସ୍ତ ରପ୍ତାନୀ ଆମଦାନୀକୁ ବନ୍ଦ କରିଦେଇଛି ତାଲିବାନ । ଭାରତୀୟ ରପ୍ତାନୀ ମହାସଂଘ ସଂଗଠନର ସୂଚନା ଅନୁସାରେ, ତାଲିବାନ ପାକିସ୍ତାନ ମାର୍ଗ ଦେଇ ସମସ୍ତ ମାଲ ପରିବହନକୁ ବନ୍ଦ କରି ଦେଇଛି। ଯାହାର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ପଡ଼ିଛି । ବିଶେଷକରି ଡ୍ରାଏ ଫୁଡ୍ସର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବା ନେଇ ସମ୍ଭାବନା ଦେଖା ଦେଇଛି ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ବ୍ୟବସାୟ କ୍ଷେତ୍ରରେ ଆଫଗାନିସ୍ତାନର ସବୁଠାରୁ ବଡ ପାର୍ଟନର ହେଉଛି ଭାରତ । ପାକିସ୍ତାନ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ । ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାର୍ଗୋ ଉପରେ ରୋକ ଲାଗାଇଛି । ଯାହାଫଳରେ ଆମଦାନୀ ରପ୍ତାନୀରେ ବାଧା ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ପରିବହନ ବନ୍ଦ ହେବାରୁ ଭାରତ ବ୍ୟାପକ କ୍ଷତିର ସାମ୍ନା କରିବା ଭଳି ଆଶଙ୍କା ସୃଷ୍ଟି ହୋଇଛି । ଭାରତ ଆଫଗାନକୁ ଚିନି, ଔଷଧ, ବିଭିନ୍ନ ପ୍ରକାରର କପଡ଼ା, ଚା’, କଫି, ମସଲା ଆଦି ରପ୍ତାନୀ କରିଥାଏ । ସେହିପରି ଭାରତ ବିଶେଷକରି ଡ଼୍ରାଏଫୁଡ୍ସ ପାଇଁ ଆଫଗାନିସ୍ତାନ ଉପରେ ନିର୍ଭର କରେ । ପିଆଜ ଓ ବିଭିନ୍ନ ପ୍ରକାରର ଚକଲେଟ ମଧ୍ୟ ଆଫଗାନରୁ ଆମଦାନୀ ହୋଇଥାଏ । ତାଲିବାନ ଆଫଗାନକୁ କବଜା କରିବା ପରେ ଏସବୁ କାରବାର ଠପ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା

19 Aug 2021 By The Sakala

ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ: ଆଫଗାନିସ୍ତାନ ଦଖଲ ପରେ ଭାରତ ସହ ସମସ୍ତ ରପ୍ତାନୀ ଆମଦାନୀ ବନ୍ଦ କଲା ତାଲିବାନ

ଆଫଗାନିସ୍ତାନ: ଆଫଗାନିସ୍ତାନ କବଜା ପରେ ତାଲିବାନର ଉଗ୍ରରୂପ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ ସୃଷ୍ଟି କରିଛି ତାଲିବାନ । ଭାରତ ସହ ଚାଲିଥିବା ସମସ୍ତ ରପ୍ତାନୀ ଆମଦାନୀକୁ ବନ୍ଦ କରିଦେଇଛି ତାଲିବାନ । ଭାରତୀୟ ରପ୍ତାନୀ ମହାସଂଘ ସଂଗଠନର ସୂଚନା ଅନୁସାରେ, ତାଲିବାନ ପାକିସ୍ତାନ ମାର୍ଗ ଦେଇ ସମସ୍ତ ମାଲ ପରିବହନକୁ ବନ୍ଦ କରି ଦେଇଛି। ଯାହାର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ପଡ଼ିଛି । ବିଶେଷକରି ଡ୍ରାଏ ଫୁଡ୍ସର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବା ନେଇ ସମ୍ଭାବନା ଦେଖା ଦେଇଛି ।

ବ୍ୟବସାୟ କ୍ଷେତ୍ରରେ ଆଫଗାନିସ୍ତାନର ସବୁଠାରୁ ବଡ ପାର୍ଟନର ହେଉଛି ଭାରତ । ପାକିସ୍ତାନ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ । ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାର୍ଗୋ ଉପରେ ରୋକ ଲାଗାଇଛି । ଯାହାଫଳରେ ଆମଦାନୀ ରପ୍ତାନୀରେ ବାଧା ସୃଷ୍ଟି ହୋଇଛି ।

ପରିବହନ ବନ୍ଦ ହେବାରୁ ଭାରତ ବ୍ୟାପକ କ୍ଷତିର ସାମ୍ନା କରିବା ଭଳି ଆଶଙ୍କା ସୃଷ୍ଟି ହୋଇଛି । ଭାରତ ଆଫଗାନକୁ ଚିନି, ଔଷଧ, ବିଭିନ୍ନ ପ୍ରକାରର କପଡ଼ା, ଚା’, କଫି, ମସଲା ଆଦି ରପ୍ତାନୀ କରିଥାଏ । ସେହିପରି ଭାରତ ବିଶେଷକରି ଡ଼୍ରାଏଫୁଡ୍ସ ପାଇଁ ଆଫଗାନିସ୍ତାନ ଉପରେ ନିର୍ଭର କରେ । ପିଆଜ ଓ ବିଭିନ୍ନ ପ୍ରକାରର ଚକଲେଟ ମଧ୍ୟ ଆଫଗାନରୁ ଆମଦାନୀ ହୋଇଥାଏ । ତାଲିବାନ ଆଫଗାନକୁ କବଜା କରିବା ପରେ ଏସବୁ କାରବାର ଠପ ହୋଇଯାଇଛି ।

https://www.thesakala.in/national-international/taliban-stop-all-exports-imports-with-india/article-4735
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର