ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ୍ 'ନ୍ୟୁ ଗ୍ଲେନ୍' ରକେଟ୍ ପରୀକ୍ଷଣ ବେଳେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ସମସ୍ତ କର୍ମଚାରୀ

Madhusudan Das Picture
Published On

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡା ସ୍ଥିତ କେପ୍ କାନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନ୍ ଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁରୁବାର ରାତିରେ ପରୀକ୍ଷଣ ବେଳେ ବ୍ଲୁ ଅରିଜିନ୍ କମ୍ପାନୀର 'ନ୍ୟୁ ଗ୍ଲେନ୍' ରକେଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ସିବିଏସ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସ୍ଥାନୀୟ ସମୟ ରାତି ପ୍ରାୟ ୯ଟା ବେଳେ ସ୍ପେସ୍ ଲଞ୍ଚ୍ କମ୍ପ୍ଲେକ୍ସ ୩୬ ରେ ଏକ ଇଞ୍ଜିନ୍ ଟେଷ୍ଟ (ଷ୍ଟାଟିକ୍-ଫାୟାର) ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏକ୍ସ (X) ରେ ଏକ ବିବୃତ୍ତି ଜାରି କରି ବ୍ଲୁ ଅରିଜିନ୍ ଏହି ତ୍ରୁଟିକୁ ସ୍ୱୀକାର କରିଛି ଏବଂ ପରୀକ୍ଷଣରେ ସମ୍ପୃକ୍ତ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ସୂଚନା ଦେଇଛି। ଏଥିସହ, କେପ୍ କାନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନ୍ ମଧ୍ୟ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ନିଶ୍ଚିତ କରିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୪ ତାରିଖରେ ଏହି ରକେଟର ଚତୁର୍ଥ ମିଶନ ଧାର୍ଯ୍ୟ କରାଯାଇଥିଲା। ଏହି ମିଶନରେ ଆମାଜନର 'ପ୍ରୋଜେକ୍ଟ କୁଇପର' (Project Kuiper) ର ୪୮ଟି ସାଟେଲାଇଟ୍ ମହାକାଶକୁ ପ୍ରେରଣ କରାଯିବାର ଥିଲା, ଯାହାକି ଇଲନ୍ ମସ୍କଙ୍କ ସ୍ପେସ୍ ଏକ୍ସର 'ଷ୍ଟାରଲିଙ୍କ୍' ସେବାକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ସୌଭାଗ୍ୟବଶତଃ, ବିସ୍ଫୋରଣ ସମୟରେ ରକେଟରେ ଏହି ସାଟେଲାଇଟ୍ ଗୁଡ଼ିକ ନଥିଲା। ଏହି ଦୁର୍ଘଟଣାରେ ଲଞ୍ଚ୍ ପ୍ୟାଡ୍ ଏବଂ ଭିତ୍ତିଭୂମିର କେତେ କ୍ଷତି ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ଲୁ ଅରିଜିନ୍ ର ପ୍ରତିଷ୍ଠାତା ଜେଫ୍ ବେଜୋସ। ସେ ଏକ୍ସରେ ଲେଖିଛନ୍ତି ଯେ, ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ, ଟେସଲା ସିଇଓ ତଥା ଟେକ୍ ବିଲିୟନେୟାର ଇଲନ୍ ମସ୍କ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କମ୍ପାନୀ ଖୁବଶୀଘ୍ର ଏହି କ୍ଷତିରୁ ମୁକୁଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର