ଗର୍ଭାବସ୍ଥା ବେଳେ ମିଳିଲାନି ୱାର୍କ ଫ୍ରମ ହୋମ୍‌ ଅନୁମତି, କମ୍ପାନୀକୁ ୨୦୦ କୋଟି ଜୋରିମାନା

Madhusudan Das Picture
Published On

ୱାସିଂଟନ: ମହିଳା କର୍ମଚାରୀଙ୍କୁ ଗର୍ଭଧାରଣ ସମୟରେ ୱାର୍କ ଫ୍ରମ ହୋମ୍‌ (ଡବ୍ଲ୍ୟୁଏଫ୍‌ଏଚ) ପାଇଁ ଅନୁମତି ଦିଆଗଲାନି। ଛୁଟି ନେଲେ ଦରମା କାଟି ଦିଆଯିବ ବୋଲି କୁହାଯାଇଥିଲା। ଏଥିପାଇଁ ମହିଳା ଅଫିସ ଯାଇ କାମ କରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ଏହାର କୁପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥିଲା। ସମୟ ପୂର୍ବରୁ ସନ୍ତାନ ଜନ୍ମ ହୋଇଥିଲା। ଏହା ଫଳରେ କିଛି ଘଣ୍ଟା ମଧ୍ୟରେ ନବଜାତକର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଆମେରିକାର ଓହିଓର ମହିଳା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମାମଲାର ବିଚାର କରି ଟୋଟାଲ କ୍ବାଲିଟି ଲଜିଷ୍ଟିକ (ଟିକ୍ୟୁଏଲ) କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କମ୍ପାନୀ ଉପରେ ୨.୨୫ କୋଟି ଡଲାର ଅର୍ଥାତ ପ୍ରାୟ ୨୦୦ କୋଟି ଟଙ୍କାର ବିପୁଳ ଜୋରିମାନା ଲଗାଇଛନ୍ତି। ଯଦି ମହିଳାଙ୍କୁ ଘରେ ରହି କାମ କରିବାକୁ ଦିଆଯାଇ ଥାଆନ୍ତା, ତେବେ ସ୍ଥିତି ଏପରି ହୋଇ ନ ଥାଆନ୍ତା ବୋଲି କୋର୍ଟ କହିଛନ୍ତି। ଏହି ଆଧାରରେ କମ୍ପାନୀ ଉପରେ ଜୋରିମାନା ଲଗାଇଛନ୍ତି। କର୍ମଚାରୀଙ୍କ ସ୍ଥିତି ବିଷୟରେ କମ୍ପାନୀ ଅବଗତ ହେବା ଜରୁରୀ ବୋଲି କହିଛନ୍ତି। 

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସୂଚନା ଅନୁଯାୟୀ, ଚେଲ୍‌ସି ୱାଲ୍ସ ୨୦୨୧ ଫେବୃଆରୀରେ ଟିକ୍ୟୁଏଲ ୱାର୍କ ଫ୍ରମ ହୋମ୍‌ ପାଇଁ ଅନୁମତି ମାଗିଥିଲେ। ମାତ୍ର କମ୍ପାନୀ ବିନା ଦରମାରେ କାମ କରିବାକୁ କିମ୍ବା ଅଫିସ ଆସିବାକୁ ବିକଳ୍ପ ଦେଇଥିଲା। ଏହାର ପ୍ରଭାବ ଆୟ ଏବଂ ସ୍ବାସ୍ଥ୍ୟ ବୀମା ଉପରେ ପଡ଼ିଥାନ୍ତା। ତେଣୁ ମହିଳା ଫେବୃଆରୀ ୨୨ରୁ ଅଫିସକୁ ଯାଇ କାମ କରିଥିଲେ। କ୍ରମାଗତ ତିନି ଦିନ କାମ କରିବା ପରେ ଫେବୃଆରୀ ୨୪ରେ ତାଙ୍କର ଡେଲିଭରି ହୋଇଥିଲା। ଗର୍ଭଧାରଣ ପାଇଁ ମହିଳାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଡାକ୍ତର ଘରେ ଆରାମ କରିବାକୁ କହିଥିଲେ। ମାତ୍ର କମ୍ପାନୀର ଅମାନବୀୟ ଗୁଣ ପାଇଁ ନବଜାତକର ମୃତ୍ୟୁ ହୋଇଥିଲା। ଚାକିରିର ସର୍ତ୍ତ ମାନବିକତା ଏବଂ ସମ୍ବେଦନଶୀଳତାରୁ ଊର୍ଦ୍ଧ୍ବରେ ନ ହେବା ଉଚିତ ବୋଲି ଏହି ଘଟଣା ଦର୍ଶାଉଛି। 

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର