ଅପରେସନ କାଗାର-୨: ଯବାନଙ୍କ ଏନକାଉଣ୍ଟରରେ ୫ ମାଓବାଦୀ ସଫା, ବିପୁଳ ପରିମାଣରେ ବିସ୍ଫୋରକ ଜବତ

Madhusudan Das Picture
Published On

ଛତିଶଗଡ଼: ତେଲେଙ୍ଗାନା ଏବଂ ଛତିଶଗଡ ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁରୁବାର ସକାଳେ ମୁଲୁଗୁ (Mulugu) ଜିଲ୍ଲା ଅନ୍ତର୍ଗତ କାରେଗୁଟ୍ଟା ଜଙ୍ଗଲର ଡୋଲିଜେଲା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଘଟିଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା ଯେ ଏହି ଜଙ୍ଗଲରେ କିଛି ବରିଷ୍ଠ ମାଓବାଦୀ ନେତା ଏବଂ ସେମାନଙ୍କ ସହଯୋଗୀମାନେ ଆଶ୍ରୟ ନେଇଛନ୍ତି। ଏହାକୁ ଭିତ୍ତି କରି ଡିଆରଜି (DRG), ବସ୍ତର ଫାଇଟର୍ସ, କୋବ୍ରା (COBRA), ସିଆରପିଏଫ (CRPF) ଏବଂ ଏସଟିଏଫ (STF) ଯବାନଙ୍କ ମିଳିତ ସହଯୋଗରେ 'ଅପରେସନ କାଗର-୨' ଆରମ୍ଭ କରାଯାଇଥିଲା। ଏହି ଅପରେସନ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ନିହତମାନଙ୍କ ମଧ୍ୟରେ କିଛି ବରିଷ୍ଠ କ୍ୟାଡର ମାଓବାଦୀ ଥିବା ସନ୍ଦେହ କରାଯାଉଛି, ଯଦିଓ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଲୁଗୁ ଏବଂ ଜୟଶଙ୍କର ଭୂପାଲପଲ୍ଲୀ ଜିଲ୍ଲାରେ ପୋଲିସକୁ ହାଇ ଆଲର୍ଟରେ ରଖାଯାଇଛି। ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଜଙ୍ଗଲ ରାସ୍ତାରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ବିଶେଷକରି ଏଟୁରୁନାଗରମ, ମଙ୍ଗାପେଟା, ଭେଙ୍କଟାପୁରମ ଏବଂ ୱାଜେଡୁ ପୋଲିସ ସୀମା ଅନ୍ତର୍ଗତ ଅଞ୍ଚଳରେ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ଅନ୍ୟପଟେ ଏହି ଏନକାଉଣ୍ଟର ଛତିଶଗଡ ସୀମା ଭିତରେ ହୋଇଥିବା ନେଇ ଏଟୁରୁନାଗରମ ଏଏସପି ମନନ ଭଟ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର