ଗୋବିନ୍ଦା-ସୁନିତାଙ୍କ ଛାଡ଼ପତ୍ର !

The Sakala Picture
Published On

ମୁମ୍ବାଇ: ଦୀର୍ଘ ଦିନ ଧରି ବି-ଟାଉନରେ ଚାଲିଥିବା ଚର୍ଚ୍ଚା ସତ ହୋଇଛି। ଶେଷରେ ସୁପରଷ୍ଟାର ଗୋବିନ୍ଦାଙ୍କ ଛାଡ଼ପତ୍ର ହେବାକୁ ଯାଉଛି। ପତ୍ନୀ ସୁନିତା ଏହି ଅଭିନେତାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ବାନ୍ଦ୍ରା ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି। ଆଉ ସ୍ବାମୀ ଗୋବିନ୍ଦାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଛନ୍ତି। ଗୋବିନ୍ଦା ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିବା ଏବଂ ନିଷ୍ଠୁରତାର ଅଭିଯୋଗ ଲଗାଇ ସୁନିତା ଏହି ଆବେଦନ କରିଥିବା […]

ମୁମ୍ବାଇ: ଦୀର୍ଘ ଦିନ ଧରି ବି-ଟାଉନରେ ଚାଲିଥିବା ଚର୍ଚ୍ଚା ସତ ହୋଇଛି। ଶେଷରେ ସୁପରଷ୍ଟାର ଗୋବିନ୍ଦାଙ୍କ ଛାଡ଼ପତ୍ର ହେବାକୁ ଯାଉଛି। ପତ୍ନୀ ସୁନିତା ଏହି ଅଭିନେତାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ବାନ୍ଦ୍ରା ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି। ଆଉ ସ୍ବାମୀ ଗୋବିନ୍ଦାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଛନ୍ତି। ଗୋବିନ୍ଦା ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିବା ଏବଂ ନିଷ୍ଠୁରତାର ଅଭିଯୋଗ ଲଗାଇ ସୁନିତା ଏହି ଆବେଦନ କରିଥିବା ସୂଚନା ମିଳିଛି। ତେବେ ଗୋବିନ୍ଦାଙ୍କ କିଛି ଘନିଷ୍ଠ ଏହି ଖବରକୁ ଭ୍ରମାତ୍ମକ କହିଥିବା ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁଯାୟୀ ପରିବାର କୋର୍ଟ ଏ ନେଇ ଗତ ମେ’ ୨୫ ତାରିଖରେ ଗୋବିନ୍ଦାଙ୍କୁ ସମନ ଜାରି କରିଥିଲେ। ପରେ ଜୁନ୍‌ରୁ ଉଭୟେ ମାମଲାର ସମାଧାନ ଲାଗି ପ୍ରୟାସ କରୁଛନ୍ତି। ସୁନିତା ଶୁଣାଣି ସମୟରେ କୋର୍ଟରେ ହାଜର ହେଉଥିବାବେଳେ ଗୋବିନ୍ଦା ଉପସ୍ଥିତ ହୋଇନାହାନ୍ତି। ପୂର୍ବରୁ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ନାମ ଯୋଡ଼ା ଯାଉଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର