ନଦୀକୁ ଖସିଲା ବସ୍‌; ୧ ମୃତ, ୧୧ ନିଖୋଜ

The Sakala Picture
Published On

ଉତ୍ତରାଖଣ୍ଡ: ଆଜି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ଘୋଲଥିରରେ ଅଳକନନ୍ଦା ନଦୀରେ ଏକ ସମ୍ପୂର୍ଣ୍ଣ ବସ୍ ବୁଡ଼ି ଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛ। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ବର୍ଷର ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଆହତ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଝଊଜୠ ଦଳ ଉପସ୍ଥିତ […]

ଉତ୍ତରାଖଣ୍ଡ: ଆଜି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ଘୋଲଥିରରେ ଅଳକନନ୍ଦା ନଦୀରେ ଏକ ସମ୍ପୂର୍ଣ୍ଣ ବସ୍ ବୁଡ଼ି ଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛ। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ବର୍ଷର ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଆହତ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଝଊଜୠ ଦଳ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୁହାଯାଉଛି ଯେ ବର୍ତ୍ତମାନ ୧୧ ଜଣ ଯାତ୍ରୀ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୟୀ, ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଘୋଲଥିର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ଏକ ମିନି ବସ୍ ଖାଇକୁ ଖସି ପଡ଼ିଥିଲା । ବସରେ ୧୯ ଜଣ ଥିଲେ, ଯେଉଁଥିରୁ ୭ ଜଣ ବସରୁ ବାହାରକୁ ଡେଇଁ ପଡ଼ିଥିଲେ । ବସର ଅନ୍ୟ ଲୋକମାନେ ନଦୀରେ ବୁଡ଼ି ଯାଇଥିଲେ । କୁହାଯାଉଛି ଯେ କେଦାରନାଥରୁ ଯାତ୍ରା କରିବା ପରେ ଯାତ୍ରୀମାନେ ରୁଦ୍ରପ୍ରୟାଗରେ ରାତିସାରା ରହିଥିଲେ। ସେମାନେ ଆଜି ସକାଳେ ବଦ୍ରିନାଥ ଅଭିମୁଖେ ବାହାରିଥିଲେ କିନ୍ତୁ ଗୋଚର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ବସଟି ଖାଇକୁ ଖସି ପଡ଼ିଲା ଏବଂ ତା’ ପରେ ଅଳକନନ୍ଦା ନଦୀରେ ବୁଡ଼ିଗଲା ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପୋଲିସ ମୁଖ୍ୟାଳୟର ମୁଖପାତ୍ର ଆଇଜି ନିଲେଶ ଆନନ୍ଦ ଭରଣେ କହିଛନ୍ତି, ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲାଥିର ଅଞ୍ଚଳରେ ଏକ ବସ୍ ନିୟନ୍ତ୍ରଣ ହରାଇ ଅଳକନନ୍ଦା ନଦୀକୁ ଖସି ପଡ଼ିଲା ।  ମିଳିଥିବା ସୂଚନା ଅନୁଯାୟୀ, ବସରେ ୧୮ ଜଣ ଲୋକ ଥିଲେ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର