ନିର୍ମଳାଙ୍କ ଅଷ୍ଟମ ବଜେଟ: ମଧ୍ୟବିତ୍ତଙ୍କୁ ଫୋକସ୍‌ , ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବେ। ପୂର୍ବାହ୍ନ ୧୧ଟାରେ ଗୃହରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ରହିଛି। ଦରଦମ୍‌ ବୃଦ୍ଧି ବର୍ଷରେ ଏହି ବଜେଟକୁ ନେଇ ସାଧାରଣ ଲୋକଙ୍କ ଭିତରେ ବଢ଼ିଛି ଉତ୍କଣ୍ଠା। ସାମ୍ପ୍ରତିକ ପରିସ୍ଥିତିରେ ଚଳିଥର ବଜେଟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଗୁରୁତ୍ବ ଦେବା ଅନୁମାନ କରାଯାଉଛି। ବଜେଟରେ ବିଶେଷକରି ମଧ୍ୟବିତ୍ତ ବର୍ଗ ଆୟକର ସୀମା ବଢ଼ିବା ନେଇ ଆଶା ରଖିଥିବାବେଳେ ବିଭିନ୍ନ କ୍ଷେତ୍ରରେ ଦ୍ରବ୍ୟ […]

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବେ। ପୂର୍ବାହ୍ନ ୧୧ଟାରେ ଗୃହରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ରହିଛି। ଦରଦମ୍‌ ବୃଦ୍ଧି ବର୍ଷରେ ଏହି ବଜେଟକୁ ନେଇ ସାଧାରଣ ଲୋକଙ୍କ ଭିତରେ ବଢ଼ିଛି ଉତ୍କଣ୍ଠା। ସାମ୍ପ୍ରତିକ ପରିସ୍ଥିତିରେ ଚଳିଥର ବଜେଟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଗୁରୁତ୍ବ ଦେବା ଅନୁମାନ କରାଯାଉଛି। ବଜେଟରେ ବିଶେଷକରି ମଧ୍ୟବିତ୍ତ ବର୍ଗ ଆୟକର ସୀମା ବଢ଼ିବା ନେଇ ଆଶା ରଖିଥିବାବେଳେ ବିଭିନ୍ନ କ୍ଷେତ୍ରରେ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ହାର କୋହଳ ପାଇ ଅପେକ୍ଷା ରହିଛି। ଅନ୍ୟପଟେ କାରଦାତା ଟିକସ କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ଆଶା ରଖିଛନ୍ତି। ଯେପରିକି ଆୟକର ସ୍ଲାବ୍‌ ୧୦ ଲକ୍ଷକୁ ଟଙ୍କା ବୃଦ୍ଧି ଏବଂ ଷ୍ଟାଣ୍ଡାର୍ଡ ଡିଡକ୍‌ସନ୍‌ ୧.୨୦ ଲକ୍ଷକୁ ବଢ଼ିବା ଅାଶା କରାଯାଉଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା । ଏହି ବଜେଟକୁ ନେଇ ଲୋକଙ୍କ ଅନେକ ଆଶା ରହିଛି। ସବୁ ରାଜ୍ୟର ନଜର କେନ୍ଦ୍ର ସରକାରଙ୍କ ଏହି ବଜେଟ ଉପରେ ରହିଛି। ସେହିଭଳି  ଦିନକୁ ଦିନ ବଜାର ଦରବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅପରପକ୍ଷେ ବଜାର ଚାହିଦା ହ୍ରାସ ଘଟିବାରେ ଲାଗିଛି। ଲୋକେ ଆୟକର  ଏବଂ ଉଚ୍ଚ ଜିଏସଟି ହାର ଭିତରେ ଛନ୍ଧି ହୋଇଯାଇଛନ୍ତି। ବିଶେଷ ଭାବେ ମଧ୍ୟବିତ୍ତ ପରିବାର ଆୟକର ସ୍ଲାବରେ ପରିବର୍ତ୍ତନ ପାଇଁ ଅାଶା ବାନ୍ଧିଛନ୍ତି। କେନ୍ଦ୍ର ସରକାର ନୂଆ ପୁରୁଣା  ଆୟକର ବ୍ୟବସ୍ଥା ବନ୍ଦ କରି ନୂଆ ଆୟକର ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ସେଥିପାଇଁ ନୂଆ ଆୟକର ପଦ୍ଧତିରେ ଆୟକର ସ୍ଲାବକୁ  ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଅଶା ରଖିଛନ୍ତି  ମଧ୍ୟବିତ୍ତ ବର୍ଗ। ଏହା ସହିତ ମଧ୍ୟବିତ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ ଯୋଜନା ଘୋଷଣା କରିପାରନ୍ତି ସରକାର। ଏଥିରେ ଆୟୁଷ୍ମାନ ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ପାଇଁ ମଧ୍ୟ ଘୋଷଣା ହୋଇପାରେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏହାଛଡା ଶିକ୍ଷା ଋଣ କ୍ଷେତ୍ରରେ ବଡ ସରକାର ଘୋଷଣା କରିପାରନ୍ତି। ଷ୍ଟକ ବଜାର କ୍ଷେତ୍ରରେ ମଧ୍ୟ କିଛି ଟିକସ ରିଆତି ଦେଇପାରନ୍ତି କେନ୍ଦ୍ର ସରକାର। ଏଥିରେ ପୁଞ୍ଜି ଆୟ ଟିକସ କମାଇବା ଉପରେ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର।  ଏହାସହିତ ଯୁବକଙ୍କୁ  ନିଯୁକ୍ତି ଦେବା ପାଇଁ ଏମଏସଏମଇ  କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବେ। ଗାମାଞ୍ଚଳର ଲୋକଙ୍କ ହାତକୁ ଅଧିକ କାମ ଦେଇ ସେମାନଙ୍କର ଆୟ ବଢ଼ାଇବା କ୍ଷେତ୍ରରେ ସରକାର ପଦକ୍ଷେପ ନେଇପାରନ୍ତି। ଏହାସହିତ ବିଭିନ୍ନ  କୃଷି ଉତ୍ପାଦ ଉପରୁ ଜିଏସ୍‌ଟି ହାର ପ୍ରତାହାର କରିପାରନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର