ବଜେଟ ୨୦୨୪-୨୫: କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ପ୍ରାବଧାନ

The Sakala Picture
Published On

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି।  କୃଷି ଉପରେ ଅଧିକ ଗବେଷଣା କରାଯିବ । ଘରୋଇ କ୍ଷେତ୍ରକୁ ମଧ୍ୟ କୃଷି କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରାଯିବ। ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦିଆଯିବ। ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ ଦିଆଯିବ। ତୈଳ ବିହନ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ମାଛ ଚାଷ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ୩୨ ଫସଲର […]

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି।  କୃଷି ଉପରେ ଅଧିକ ଗବେଷଣା କରାଯିବ । ଘରୋଇ କ୍ଷେତ୍ରକୁ ମଧ୍ୟ କୃଷି କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରାଯିବ। ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦିଆଯିବ। ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ ଦିଆଯିବ। ତୈଳ ବିହନ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ମାଛ ଚାଷ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ବଜେଟରେ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ପ୍ରାବଧାନ ହୋଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

 

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର