କେନ୍ଦ୍ର ସରକାରଙ୍କ ଘୋଷଣା : ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା

The Sakala Picture
Published On

ନୂଆଦିଲ୍ଲୀ : ସୋମବାରଠାରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ। ତେବେ ଟିକା କରଣ ପୂର୍ବରୁ କେନ୍ଦ୍ର ସରକାର କରୋନା ଟିକାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଏଣିକି ଘରୋଇ ହସ୍ପିଟାଲରେ ମଧ୍ୟ ଉପଲବ୍ଧ ହେବ କରୋନା ଟିକା। ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା। କେନ୍ଦ୍ର ସରକାର ଏ ନେଇ ଶନିବାର ଘୋଷଣା କରିଛନ୍ତି। ସରକାର ଡାକ୍ତରଖାନାରେ ଟିକାକରଣ ମାଗଣାରେ କରାଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ। ତେବେ […]

ନୂଆଦିଲ୍ଲୀ : ସୋମବାରଠାରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ। ତେବେ ଟିକା କରଣ ପୂର୍ବରୁ କେନ୍ଦ୍ର ସରକାର କରୋନା ଟିକାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଏଣିକି ଘରୋଇ ହସ୍ପିଟାଲରେ ମଧ୍ୟ ଉପଲବ୍ଧ ହେବ କରୋନା ଟିକା। ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା। କେନ୍ଦ୍ର ସରକାର ଏ ନେଇ ଶନିବାର ଘୋଷଣା କରିଛନ୍ତି। ସରକାର ଡାକ୍ତରଖାନାରେ ଟିକାକରଣ ମାଗଣାରେ କରାଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ। ତେବେ କରୋନା ଟିକାକରଣ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ଘରୋଇ ହସ୍ପିଟାଲରେ ଟିକାର ଗୋଟିଏ ଡୋଜ ମୂଲ୍ୟ ୨୫୦ ଟଙ୍କା ରହିବ ବୋଲି ସରକାର କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର


ପ୍ରତି ଡୋଜ ପିଛା ମୂଲ୍ୟ ୨୫୦ ଟଙ୍କା ରଖିବା ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ସେହିପରି ଦୁଇଟି ଡୋଜର ସର୍ବାଧିକ ମୂଲ୍ୟ ୫୦୦ ଦେବାକୁ ପଡିବ। ସେହିପରି ଘରୋଇ ହସ୍ପିଟାଲରେ ସର୍ଭିସ ଚାର୍ଜ ସମେତ ଏହାର ସର୍ବାଧିକ ମୂଲ୍ୟ ୨୫୦ ଟଙ୍କା ରଖାଯାଉଇଛି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାକୁ ଦେୟମୁକ୍ତ ଭାବେ ଯୋଗାଇବାକୁ ସ୍ଥିର କରିଛନ୍ତି କେନ୍ଦ୍ର ସରକାର ।

ଦେଶର  ୧୦ ହଜାରଟି ସରକାରୀ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସ୍ଥିର ହୋଇଥିବା ବେଳେ ୨୦ ହଜାରଟି ଘରୋଇ ଟିକା କେନ୍ଦ୍ର ଠିକ୍ ହୋଇଥିବା ଜଣାପଡ଼ିଛି। ଘରୋଇ ଟିକା କେନ୍ଦ୍ରରେ ଟିକା ନେଲେ ଗୋଟିଏ ଡୋଜର ଦାମ ୨୫୦ ଟଙ୍କା ହେବ। ଏହାବାଦ୍ ଟିକା ସେବା ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେୟ ଦେବାକୁ ପଡ଼ିବ। ସୂଚନାଯୋଗ୍ୟ ଶୁକ୍ରବାର ପର୍ଯ୍ୟନ୍ତ ଦେଶର ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମିଶାଇଲେ ମୋଟ୍ ୧.୩୭ କୋଟିରୁ ଅଧିକ ଡୋଜ୍ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର