ପିଇବା ପାଣି ଟାଙ୍କିରୁ ୩୦ ମାଙ୍କଡଙ୍କ ମୃତଦେହ ଉଦ୍ଧାର

The Sakala Picture
Published On

ହାଇଦ୍ରାବାଦ: ଯେଉଁ ପାଣି ଟାଙ୍କିରୁ ପାଣି ପିଉଥିଲେ ଗ୍ରାମବାସୀ ସେହି ଟାଙ୍କିରୁ ଉଦ୍ଧାର ହେଲା ୩୦ଟି ମାଙ୍କଡ଼ର ମୃତଦେହ। ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର ଏକ ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଟାଙ୍କିରୁ ୨୦୦ରୁ ଅଧିକ ପରିବାର ପାଣି ବ୍ୟବହାର କରୁଥିଲେ। ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମୁନସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ନନ୍ଦିକୋଣ୍ଡା ପୌରପାଳିକା ଅନ୍ତର୍ଗତ ନାଗାର୍ଜୁନ ସାଗର ନିକଟରେ ଥିବା […]

ହାଇଦ୍ରାବାଦ: ଯେଉଁ ପାଣି ଟାଙ୍କିରୁ ପାଣି ପିଉଥିଲେ ଗ୍ରାମବାସୀ ସେହି ଟାଙ୍କିରୁ ଉଦ୍ଧାର ହେଲା ୩୦ଟି ମାଙ୍କଡ଼ର ମୃତଦେହ। ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର ଏକ ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଟାଙ୍କିରୁ ୨୦୦ରୁ ଅଧିକ ପରିବାର ପାଣି ବ୍ୟବହାର କରୁଥିଲେ। ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସୂଚନା ଅନୁଯାୟୀ, ମୁନସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ନନ୍ଦିକୋଣ୍ଡା ପୌରପାଳିକା ଅନ୍ତର୍ଗତ ନାଗାର୍ଜୁନ ସାଗର ନିକଟରେ ଥିବା ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ବାହାର କରିଥିଲେ। ଏହି ପାଣି ଟାଙ୍କିଟି ହିଲ କଲୋନୀର ପ୍ରାୟ ୨୦୦ ପରିବାରକୁ ପାନୀୟ ଜଳ ଯୋଗାଇବା ପାଇଁ ଏହି ସ୍ଥାପନ କରାଯାଇଥିଲା । ମୁନସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ଏହା ଉପରେ ଏକ ଢାଙ୍କୁଣି ଦେଇଥିଲେ । ତେବେ ଅଧିକାରୀମାନଙ୍କ କହିବା ଅନୁସାରେ, ଅସହ୍ୟ ଉତ୍ତାପ ହେତୁ ମାଙ୍କଡମାନେ ପାଣି ପିଇବା ପାଇଁ ଢାଙ୍କୁଣି ବାହାର କରି ଟାଙ୍କି ଭିତରକୁ ପ୍ରବେଶ କରିଥାଇ ପାରନ୍ତି । କିନ୍ତୁ ବାହାରକୁ ନବାହାରି ପାରି ସେଠାରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି ।ଏତେ ସଂଖ୍ୟକ ମାଙ୍କଡ଼ଙ୍କ ମୃତଦେହ ପାଣି ଟାଙ୍କି ଭିତରୁ ଉଦ୍ଧାର କରାଯିବା ପରେ ସେହି ଅଞ୍ଚଳର ବାସିନ୍ଦା ଯେଉଁମାନେ ସେହି ଟାଙ୍କି ପାଣିକୁ ବ୍ୟବହାର କରୁଥିଲେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମାଙ୍କଡମାନେ ୧୦ ଦିନ ପୂର୍ବରୁ ମରିଥିବା ନେଇ ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର