’ବାବା କା ଢାବା’: କାନ୍ତ ପ୍ରସାଦଙ୍କ ଆତ୍ମହାତ୍ୟା ଉଦ୍ୟମ, ଆଇସିୟୁରେ ଭର୍ତ୍ତି

The Sakala Picture
Published On

ନୂଆଦିଲ୍ଲୀ:  ଭାଇରାଲ ଭିଡିଓ ମାଧ୍ୟମରେ ରାତାରାତି ପ୍ରସିଦ୍ଧ ’ବାବା କା ଢାବା’ ଚଳାଉଥିବା କାନ୍ତ ପ୍ରସାଦ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ମାତ୍ରାଧିକ ଶୋଇବା ବଟିକା ଖାଇବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। କାନ୍ତ ପ୍ରସାଦଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ସେ ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁ ୟୁନିଟ୍-୨ରେ ଭେଣ୍ଟିଲେଟରରେ ଅଛନ୍ତି। କୁହାଯାଉଛି ଯେ, ସେ ଗତ କିଛି ଦିନ ହେବ ମାନସିକ ଚାପରେ […]

ନୂଆଦିଲ୍ଲୀ:  ଭାଇରାଲ ଭିଡିଓ ମାଧ୍ୟମରେ ରାତାରାତି ପ୍ରସିଦ୍ଧ ’ବାବା କା ଢାବା’ ଚଳାଉଥିବା କାନ୍ତ ପ୍ରସାଦ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ମାତ୍ରାଧିକ ଶୋଇବା ବଟିକା ଖାଇବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। କାନ୍ତ ପ୍ରସାଦଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ସେ ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁ ୟୁନିଟ୍-୨ରେ ଭେଣ୍ଟିଲେଟରରେ ଅଛନ୍ତି। କୁହାଯାଉଛି ଯେ, ସେ ଗତ କିଛି ଦିନ ହେବ ମାନସିକ ଚାପରେ ଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ସୂଚନାଯୋଗ୍ୟ, ଗତ ବର୍ଷ ଗୌରବ ନାମକ ଜଣେ ୟୁଟ୍ୟୁବର୍ କାନ୍ତା ପ୍ରସାଦଙ୍କ ’ବାବା କା ଢାବା’ର ଏକ ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ଯାହା ପରେ କାନ୍ତ ପ୍ରସାଦଙ୍କ ଢାବା ରାତାରାତି ପ୍ରସିଦ୍ଧ ହୋଇଯାଇଥିଲା। ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ପରେ ସେ ଏକ ରେସ୍ତୋରାଁ ଖୋଲିଥିଲେ। ହେଲେ ଉକ୍ତ ରେସ୍ତୋରାଁ ପ୍ରଥମେ ପ୍ରଥମେ ଭଲ ଚାଲିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଲାଭ ପରିବର୍ତ୍ତେ କ୍ଷତି ସହିବାକୁ ପଡ଼ିଥିଲା। ସେ କିଛି ଦିନ ତଳେ ପୁଣି ତାଙ୍କର ସେଇ ରାସ୍ତକାଡ଼ର ଢାବାକୁ ଫେରିଥିଲେ।  ରେସ୍ତୋରାଁ ଖୋଲିବା ତାଙ୍କର ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

https://www.thesakala.in/baba-ka-dhaba-couple-shuts-down-new-restaurant-after-heavy-losses-returns-to-old-eatery/

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

18 Jun 2021 By The Sakala

’ବାବା କା ଢାବା’: କାନ୍ତ ପ୍ରସାଦଙ୍କ ଆତ୍ମହାତ୍ୟା ଉଦ୍ୟମ, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ:  ଭାଇରାଲ ଭିଡିଓ ମାଧ୍ୟମରେ ରାତାରାତି ପ୍ରସିଦ୍ଧ ’ବାବା କା ଢାବା’ ଚଳାଉଥିବା କାନ୍ତ ପ୍ରସାଦ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରାଯାଇ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ମାତ୍ରାଧିକ ଶୋଇବା ବଟିକା ଖାଇବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। କାନ୍ତ ପ୍ରସାଦଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ସେ ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁ ୟୁନିଟ୍-୨ରେ ଭେଣ୍ଟିଲେଟରରେ ଅଛନ୍ତି। କୁହାଯାଉଛି ଯେ, ସେ ଗତ କିଛି ଦିନ ହେବ ମାନସିକ ଚାପରେ ଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଗୌରବ ନାମକ ଜଣେ ୟୁଟ୍ୟୁବର୍ କାନ୍ତା ପ୍ରସାଦଙ୍କ ’ବାବା କା ଢାବା’ର ଏକ ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ଯାହା ପରେ କାନ୍ତ ପ୍ରସାଦଙ୍କ ଢାବା ରାତାରାତି ପ୍ରସିଦ୍ଧ ହୋଇଯାଇଥିଲା। ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ପରେ ସେ ଏକ ରେସ୍ତୋରାଁ ଖୋଲିଥିଲେ। ହେଲେ ଉକ୍ତ ରେସ୍ତୋରାଁ ପ୍ରଥମେ ପ୍ରଥମେ ଭଲ ଚାଲିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଲାଭ ପରିବର୍ତ୍ତେ କ୍ଷତି ସହିବାକୁ ପଡ଼ିଥିଲା। ସେ କିଛି ଦିନ ତଳେ ପୁଣି ତାଙ୍କର ସେଇ ରାସ୍ତକାଡ଼ର ଢାବାକୁ ଫେରିଥିଲେ।  ରେସ୍ତୋରାଁ ଖୋଲିବା ତାଙ୍କର ଭୁଲ ନିଷ୍ପତ୍ତି ଥିଲା ବୋଲି ସେ କହିଥିଲେ।

https://www.thesakala.in/baba-ka-dhaba-couple-shuts-down-new-restaurant-after-heavy-losses-returns-to-old-eatery/

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର