ମହାମାରୀ ସମୟରେ ସାମ୍ନାକୁ ଆସିଲା ପ୍ରେରଣା ଦାୟକ ଘଟଣା: କରୋନା ସଂକ୍ରମିତ ଶ୍ବଶୁରଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ବୋହୂ

The Sakala Picture
Published On

ଆସାମ: କରୋନା ମହାମାରୀ ସମୟରେ ଏପରି ଅନେକ କାହାଣୀ ଅଛି ଯାହା କେବଳ ପ୍ରେରଣାଦାୟକ ନୁହେଁ ବରଂ ଖରାପ ସମୟରେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିବ ତାହା ମଧ୍ୟ ଶିକ୍ଷା ଦିଏ। ଆସାମର ରାହା ଭାଟିଗାଁରୁ କରୋନା  ମହାମାରୀ ବେଳେ ଏଭଳି ଏକ ପ୍ରରଣା ଦାୟକ ଘଟଣା ସାମ୍ନାକୁ ଆସିଛି। ବୋହୂ ତା’ ଦାୟିତ୍ବକୁ ଟିକେ ହେଲେ ବି ହେଳା କରିନି। ନିଜ କରନୋ ସଂକ୍ରମିତ ଶ୍ବଶୁରଙ୍କୁ କାନ୍ଧରେ ବୋହି ନେଇ ମେଡିକାଲରେ ପହଞ୍ଚାଇଛନ୍ତି। ଡେରି ନ […]

ଆସାମ: କରୋନା ମହାମାରୀ ସମୟରେ ଏପରି ଅନେକ କାହାଣୀ ଅଛି ଯାହା କେବଳ ପ୍ରେରଣାଦାୟକ ନୁହେଁ ବରଂ ଖରାପ ସମୟରେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିବ ତାହା ମଧ୍ୟ ଶିକ୍ଷା ଦିଏ। ଆସାମର ରାହା ଭାଟିଗାଁରୁ କରୋନା  ମହାମାରୀ ବେଳେ ଏଭଳି ଏକ ପ୍ରରଣା ଦାୟକ ଘଟଣା ସାମ୍ନାକୁ ଆସିଛି। ବୋହୂ ତା’ ଦାୟିତ୍ବକୁ ଟିକେ ହେଲେ ବି ହେଳା କରିନି। ନିଜ କରନୋ ସଂକ୍ରମିତ ଶ୍ବଶୁରଙ୍କୁ କାନ୍ଧରେ ବୋହି ନେଇ ମେଡିକାଲରେ ପହଞ୍ଚାଇଛନ୍ତି। ଡେରି ନ କରି ଠିକ ସମୟରେ ପହଞ୍ଚାଇଥିବାରୁ ଏକ ଅମୂଲ୍ୟ ଜୀବନ ବଞ୍ଚିଯାଇଛି। ଯାହାଫଳରେ ସେ ଠିକ୍ ସମୟରେ ଚିକିତ୍ସିତ ହୋଇପାରିଛନ୍ତି। ଏହି ଘଟଣା ଏବେ ଆଧୁନିକ ଯୁଗୋର ବୋହୂ ମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନା ଅନୁଯାୟୀ, ୭୫ ବର୍ଷିୟ ଥୁଲେଶ୍ୱର ଦାସଙ୍କ ପୁଅ ସୁରଜ ସହରରେ ରହି ଚାକିରୀ କରନ୍ତି। ସ୍ୱାମୀଙ୍କ ଅନୁପସ୍ଥିତ ଯୋଗୁଁ ଶ୍ବଶୁରଙ୍କର ଦେଖାଶୁଣା ବୋହୂ କରନ୍ତି। ଯେତେବେଳେ ଥୁଲେଶ୍ୱର ଦାସ କରୋନାରେ ସଂକ୍ରମିତ ହୋଇଥିଲେ, ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଖାନା ଘରୁ କିଛି ଦୂରରେ ଥିଲା, ନିହାରିକା ତାଙ୍କ ଶ୍ୱଶୁରଙ୍କୁ ନେବାକୁ ଚେଷ୍ଟା କରିଥିଲେ। ହେଲେ କାହାରି ସାହାଯ୍ଯ ପାଇ ନ ଥିଲେ। ପରେ ସେ ନିଜେ ଦାୟିତ୍ବ ଗ୍ରହଣ କଲେ। ଶେଷରେ ବୋହୂ ନିହାରିକା ନିଜ କାନ୍ଧରେ ବସାଇ ଶ୍ବଶୁରଙ୍କୁ ମେଡିକାଲରେ ପହଞ୍ଚାଇଥିଲେ। ହେଲେ ଦୁଃଖର କଥା ଶ୍ବଶୁରଙ୍କୁ କାନ୍ଧରେ ନେବା ପରେ ନିହାରିକା ବି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଥୁଲେଶ୍ୱର କରୋନା ସଂକ୍ରମିତ ଚିହ୍ନଟ ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଥୁଲେଶ୍ୱରଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ହେଲେ ନିହାରିକା ତାହା ମାନିବାକୁ ରାଜି ହୋଇ ନ ଥିଲେ। ତାଙ୍କ ଶ୍ୱଶୁରଙ୍କୁ ଡାକ୍ତରଖାନାରେ ଏକୁଟିଆ ଛାଡିବାକୁ ପ୍ରସ୍ତୁତ ନଥିଲେ।ସେ କହିଥିଲେ ଯେ ଘର ପାଖର ଚିକିତ୍ସା ହେଲେ ସେ ତାଙ୍କ ଶ୍ବଶୁରଙ୍କର ଦେଖାଶୁଣା କରିପାରିବେ। ଶେଷରେ ଡାକ୍ତର ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କୁ ତାଙ୍କ ଘର ନିକଟସ୍ଥ ନଙ୍ଗାବ ଭୋଗେଶ୍ୱରୀ ଫୁକନାନୀଙ୍କ କୋଭିଡ ୱାର୍ଡକୁ ପଠାଇଥିଲେ। ନିହାରିକା କଠିନ ସମୟରେ ତାଙ୍କ ଶ୍ୱଶୁରଙ୍କ ପ୍ରତି ଯେଉଁ ଦାୟିତ୍ୱ ତୁଲାଇଛନ୍ତି ଏହି ମହାମାରୀ ସମୟରେ ନିହାତି ଅନ୍ଯମାନଙ୍କ ପାଇଁ ପ୍ରେରଣା ଯୋଗାଇବ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର