NCERT ପାଠ୍ୟ ପୁସ୍ତକରେ ‘ଇଣ୍ଡିଆ’ ବଦଳରେ ଲେଖା ହେବ ‘ଭାରତ’

The Sakala Picture
Published On

ନୂଆଦିଲ୍ଲୀ: ନ୍ୟାସନାଲ କାଉଁସିଲ୍ ଅଫ୍ ଏଡୁକେସନ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ବା NCERTର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପାଠ୍ୟ ପୁସ୍ତକରୁ ହଟିବ ‘ଇଣ୍ଡିଆ’ ନାଁ । ବିଦ୍ୟାଳୟ ବହିରେ ଇଣ୍ଡିଆ ବଦଳରେ ଲେଖା ହେବ ‘ଭାରତ’ । ଏନେଇ ଦିଲ୍ଲୀରେ ବସିଥିବା NCERT ପ୍ୟାନେଲ ବୈଠକରେ ନାମ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ବାଜିଛି । ପ୍ୟାନେଲ୍ ସଦସ୍ୟ ଏସକେ ସିଆଇ ଇସାକଙ୍କ ଅନୁଯାୟୀ, ଏନସିଇଆରଟି ସମସ୍ତ ପୁସ୍ତକରୁ ଦେଶର ନାଁ ‘ଇଣ୍ଡିଆ’ ବଦଳାଇ ‘ଭାରତ’ ଲେଖାଯିବ […]

ନୂଆଦିଲ୍ଲୀ: ନ୍ୟାସନାଲ କାଉଁସିଲ୍ ଅଫ୍ ଏଡୁକେସନ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ବା NCERTର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପାଠ୍ୟ ପୁସ୍ତକରୁ ହଟିବ ‘ଇଣ୍ଡିଆ’ ନାଁ । ବିଦ୍ୟାଳୟ ବହିରେ ଇଣ୍ଡିଆ ବଦଳରେ ଲେଖା ହେବ ‘ଭାରତ’ । ଏନେଇ ଦିଲ୍ଲୀରେ ବସିଥିବା NCERT ପ୍ୟାନେଲ ବୈଠକରେ ନାମ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ବାଜିଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ପ୍ୟାନେଲ୍ ସଦସ୍ୟ ଏସକେ ସିଆଇ ଇସାକଙ୍କ ଅନୁଯାୟୀ, ଏନସିଇଆରଟି ସମସ୍ତ ପୁସ୍ତକରୁ ଦେଶର ନାଁ ‘ଇଣ୍ଡିଆ’ ବଦଳାଇ ‘ଭାରତ’ ଲେଖାଯିବ । କିଛି ମାସ ତଳେ ଏନସିଇଆରଟି ଦ୍ବାରା ଗଠିତ କମିଟି ଏହା ଉପରେ ତର୍ଜମା କରି ନାମ ପରିବର୍ତ୍ତନ ପାଇଁ ସୁପାରିସ୍ ଦେଇଥିଲା । ଏହାକୁ ଏବେ NCERT ପ୍ୟାନେଲ୍ ସ୍ବୀକାର କରିନେଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

କମିଟି ଅନୁସାରେ, ‘ଇଣ୍ଡିଆ’ ଶବ୍ଦର ପ୍ରଚଳନ ବିଶେଷ ଭାବେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ୧୭୫୭ର ପଲାସୀ ଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା । ‘ଭାରତ’ ଶବ୍ଦ ବିଷ୍ଣୁପୁରାଣରେ ଉଲ୍ଲେଖ ରହିଛି । ଯାହାକି ୭ ହଜାର ବର୍ଷ ପୁରୁଣା ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରାଯାଇ ‘ଭାରତ’ କରାଯିବାକୁ ନେଇ ନିକଟରେ ସାରା ଦେଶରେ ବିରୋଧୀଙ୍କ ପକ୍ଷରୁ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଗତ ସେପ୍ଟେମ୍ବର ମାସ ୧୮-୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶରେ କେନ୍ଦ୍ର ସରକାର ଏନେଇ ଏକ ବିଲ୍‌ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜି ୨୦ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା । ଏହାପରେ ସେପ୍ଟେମ୍ବରରେ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ନେମପ୍ଲେଟ ଟେବୁଲ ଦେଖିବାକୁ ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର