ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ

The Sakala Picture
Published On

ନୂଆଦିଲ୍ଲୀ: ବଦଳିଳା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ପୂର୍ବରୁ ନଭେମ୍ବର ୨୩ରେ ମତଦାନ ହେବ ବୋଲି ସ୍ଥିର କରାଯାଇଥିଲା। ବର୍ତ୍ତମାନ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ଆୟୋଗ ଏବେ ନଭେମ୍ବର ୨୫ରେ ମତଦାନ କରିବାକୁ ଘୋଷଣା କରିଛନ୍ତି। ମତଦାନର ତାରିଖ ବଦଳି ଥିଲେ ହେଁ ଭୋଟ ଗଣତି ଓ ଫଳାଫଳ ବାକି ୪ ରାଜ୍ୟ ସହ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ନଭେମ୍ବର […]

ନୂଆଦିଲ୍ଲୀ: ବଦଳିଳା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ପୂର୍ବରୁ ନଭେମ୍ବର ୨୩ରେ ମତଦାନ ହେବ ବୋଲି ସ୍ଥିର କରାଯାଇଥିଲା। ବର୍ତ୍ତମାନ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ଆୟୋଗ ଏବେ ନଭେମ୍ବର ୨୫ରେ ମତଦାନ କରିବାକୁ ଘୋଷଣା କରିଛନ୍ତି। ମତଦାନର ତାରିଖ ବଦଳି ଥିଲେ ହେଁ ଭୋଟ ଗଣତି ଓ ଫଳାଫଳ ବାକି ୪ ରାଜ୍ୟ ସହ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ନଭେମ୍ବର ୨୩ ତାରିଖରେ ଏକାଧିକ ବାହାଘର ଓ ସାମାଜିକ କାର୍ଯ୍ୟ ସବୁ ରହିଛି। ତେଣୁ ଭୋଟିଂ ଉପରେ ଏହା ପ୍ରଭାବ ପକାଇପରେ। ଭୋଟିଂ ହାର କମି ପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖ ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଗତ ୯ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୫ ରାଜ୍ୟ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ରାଜସ୍ଥାନରେ ନଭେମ୍ବର ୨୩ ତାରିଖ ପିରବର୍ତ୍ତେ ୨୫ରେ ହେବ  ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ହେବ। ଏଥିସହ କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର