ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

The Sakala Picture
Published On

ଗାଜଆବାଦ: ବଢିଲା ଭାରତର ଶକ୍ତି । ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସରେ ଏହାକୁ ସାମିଲ କରିଛନ୍ତି । ଏହି ବିମାନ ସ୍ପେନ୍ ଠାରୁ ୬ ହଜାର ୮୫୪ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ୨୦ ସେପ୍ଟେମ୍ବରରେ ଭଦୋଦରାରେ ପହଞ୍ଚିଥିଲା । ଆଜି ଏହା ହିଣ୍ଡେନ ଏୟାରବେସରେ ପହଞ୍ଚିିଲା ପରେ ଏହାକୁ ବାୟୁସେନାରେ ସାମିଲ କରାଯାଇଛି […]

ଗାଜଆବାଦ: ବଢିଲା ଭାରତର ଶକ୍ତି । ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସରେ ଏହାକୁ ସାମିଲ କରିଛନ୍ତି । ଏହି ବିମାନ ସ୍ପେନ୍ ଠାରୁ ୬ ହଜାର ୮୫୪ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ୨୦ ସେପ୍ଟେମ୍ବରରେ ଭଦୋଦରାରେ ପହଞ୍ଚିଥିଲା । ଆଜି ଏହା ହିଣ୍ଡେନ ଏୟାରବେସରେ ପହଞ୍ଚିିଲା ପରେ ଏହାକୁ ବାୟୁସେନାରେ ସାମିଲ କରାଯାଇଛି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହି ବିମାନକୁ ଉଡାଇବା ପାଇଁ ବାୟୁସେନାର ପ୍ରଥମ ବ୍ୟାଚ୍ ବିଦ୍ଧିବଦ୍ଧ ତାଲିମ୍ ନେଇଛନ୍ତି । ସ୍ପେନରୁ ୧୬ଟି ବିମାନ ଅଣାଯାଉଥିବାବେଳେ, ଏହାପରେ ଭାରତରେ ହିଁ ସି-୨୯୫ ବିମାନ ପ୍ରସ୍ତୁତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ବିମାନ ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ଦ୍ୱିଗୁଣିତ ହୋଇ ଯାଇଛି । ଭାରତ ପାଇଁ ଏହି ବିମାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଟ୍ରାନ୍ସପୋର୍ଟ ବିମାନ ଦ୍ବାରା ସୈନିକ, ଯୁଦ୍ଧାସ୍ତ୍ର, ଇନ୍ଧନ ଓ ହାର୍ଡୱେର ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚାଇବାକୁ ସହଜ ହେବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଅନୁସାରେ, ଏହି ବିମାନ ୫ ରୁ ୧୦ ଟନ୍‌ ବିଶିଷ୍ଟ ପରିବହନ ବିମାନ ଅଟେ, ଯାହାକି ଅନେକ ମିଶନକୁ ସଫଳ କରିପାରିବ। ଏହି ବିମାନ ୧୧ ଘଣ୍ଟା ଧରି ଲଗାତର ଉଡ଼ାଣ ଭରିବା ସହିତ ଖୁବ୍‌ କମ୍‌ ସ୍ଥାନରେ ଅବତରଣ ମଧ୍ୟ କରିପାରିବ। ଏହା ଉଭୟ ଦିନ ଓ ରାତିରେ ଲଗାତର ସମାନ କ୍ଷମତାରେ କାର୍ଯ୍ୟ କରିପାରିବ। ଏହାର ବେଗ ଘଣ୍ଟାପ୍ରତି ୪୮୦ କିମି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର