ଜି-୨୦ ସମ୍ମିଳନୀ: ନୂଆଦିଲ୍ଲୀ ଘୋଷଣାପତ୍ରକୁ ମିଳିଲା ମଞ୍ଜୁରୀ

The Sakala Picture
Published On

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ପ୍ରଥମ ଦିନ ଶନିବାର ନୂଆଦିଲ୍ଲୀରେ ଜି-୨୦ ଘୋଷଣା ପତ୍ରକୁ ମଞ୍ଜୁରୀ ମିଳିଛି। ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିଛନ୍ତି। ସମ୍ମିଳନୀର ଦ୍ଵିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ  ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଜି-୨୦ର ରାଷ୍ଟ୍ରାଧ୍ୟକ୍ଷ ଓ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର କଠିନ ପରିଶ୍ରମ ଓ ଆପଣ ସମସ୍ତଙ୍କ ସହଯୋଗରେ ଜି-୨୦ ସମ୍ମିଳନୀର ଘୋଷଣା ପତ୍ର ଉପରେ ସହମତି ପ୍ରକାଶ ପାଇଛି। ମୋର […]

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ପ୍ରଥମ ଦିନ ଶନିବାର ନୂଆଦିଲ୍ଲୀରେ ଜି-୨୦ ଘୋଷଣା ପତ୍ରକୁ ମଞ୍ଜୁରୀ ମିଳିଛି। ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିଛନ୍ତି। ସମ୍ମିଳନୀର ଦ୍ଵିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ  ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଜି-୨୦ର ରାଷ୍ଟ୍ରାଧ୍ୟକ୍ଷ ଓ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର କଠିନ ପରିଶ୍ରମ ଓ ଆପଣ ସମସ୍ତଙ୍କ ସହଯୋଗରେ ଜି-୨୦ ସମ୍ମିଳନୀର ଘୋଷଣା ପତ୍ର ଉପରେ ସହମତି ପ୍ରକାଶ ପାଇଛି। ମୋର ପ୍ରସ୍ତାବ ଏହି ଘୋଷଣାପତ୍ରକୁ କାର୍ଯ୍ୟକାରୀ କରାଯାଉ। ଏହି ୩୭ ପୃଷ୍ଠାର ଘୋଷଣାପତ୍ରକୁ ଆପଣା ଯାଉ ବୋଲି ମୁଁ ଘୋଷଣା କରୁଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶ୍ଵିକ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଜି-୨୦ ଶିଖର ସମ୍ମିଳନୀରେ କହିଛନ୍ତି, ଭାରତ ଆପଣ ସମସ୍ତଙ୍କୁ ଏହି ପ୍ରୟାସରେ ସାମିଲ୍ ହେବାକୁ ଆମନ୍ତ୍ରିତ କରୁଛି। ଭାରତ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତ କରିବାପାଇଁ ବିଶ୍ଵସ୍ତରରେ ପ୍ରସ୍ତାବ ଦେଉଛି। ପରିବେଶ ଓ ଜଳବାୟୁ ଅବଲୋକନପାଇଁ ଜି-୨୦ ଉପଗ୍ରହ ମିଶନ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଉଛି। ମୋର ଏହା ମଧ୍ୟ ପ୍ରସ୍ତାବ ଯେ, ଗ୍ରୀନ କ୍ରେଡିଟ୍ ଉପରେ କାମ ଆରମ୍ଭ କରାଯାଉ। ବିକଶିତ ରାଷ୍ଟ୍ରଗୁଡ଼ିକ ଏହି ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସେହିପରି ଜି-୨୦ ସମ୍ମିଳନୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗୁରୁତ୍ବ ମିଳିଛି। ସାଇବର ସିକ୍ୟୁରିଟି ଉପରେ ମଧ୍ୟ ସମ୍ମିଳୀନରେ ଗୁରୁତ୍ୱାରୋପ କରାଯାଇଛି।  ଥ୍ରୀ-ଏଫ୍‌କୁ ମିଳିତ ଭାବେ ସହମତି ମିଳିଛି। ଥ୍ରୀ-ଏଫର ଅର୍ଥ ହେଉଛି ଫୁଡ୍‌, ଫୁଏଲ ଓ ଫର୍ଟିଲାଇଜର। ଆତଙ୍କବାଦ ବିରୋଧୀ ଅଭିଯାନକୁ ବି ସବୁ ରାଷ୍ଟ୍ରଙ୍କ ସମର୍ଥନ ଜଣାଇଥିବା ବେଳେ ମନି ଲଣ୍ଡରିଂ ଉପରେ ମଧ୍ୟ ସବୁ ରାଷ୍ଟ୍ରଙ୍କ ଗୁରୁତ୍ୱାରୋପ କରିିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର