ଡାକ୍ତରଙ୍କ ସୁରକ୍ଷାକୁ ନେଇ ଆସିଲା ନୂଆ ନିୟମ: ଖରାପ ବ୍ୟବହାର କଲେ ଚିକିତ୍ସା ପାଇଁ ମନା କରିପାରିବେ ଡାକ୍ତର

The Sakala Picture
Published On

ନୂଆଦିଲ୍ଲୀ: ଡାକ୍ତରଙ୍କ ବିରୋଧରେ ହିଂସା ଘଟଣାକୁ ବନ୍ଦ କରିବା ପାଇଁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ବଡ଼ ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ସୁରକ୍ଷାକୁ ନେଇ କମିଶନ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର୍ସ (ଆରଏମ୍‌ପି) ତଥା ଡାକ୍ତରଙ୍କୁ ଅଧିକ କ୍ଷମତା ଦିଆଯାଇଛି। ପ୍ରଥମ ଥର ପାଇଁ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ମନା କରିବାର ଅଧିକାର ମିଳିବାକୁ ଯାଉଛି। ଖରାପ ବ୍ୟବହାର, ଗାଳିଗୁଲଜ ଏବଂ ମାର୍‌ପିଟ କରୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ […]

ନୂଆଦିଲ୍ଲୀ: ଡାକ୍ତରଙ୍କ ବିରୋଧରେ ହିଂସା ଘଟଣାକୁ ବନ୍ଦ କରିବା ପାଇଁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ବଡ଼ ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ସୁରକ୍ଷାକୁ ନେଇ କମିଶନ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର୍ସ (ଆରଏମ୍‌ପି) ତଥା ଡାକ୍ତରଙ୍କୁ ଅଧିକ କ୍ଷମତା ଦିଆଯାଇଛି। ପ୍ରଥମ ଥର ପାଇଁ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ମନା କରିବାର ଅଧିକାର ମିଳିବାକୁ ଯାଉଛି। ଖରାପ ବ୍ୟବହାର, ଗାଳିଗୁଲଜ ଏବଂ ମାର୍‌ପିଟ କରୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଚିକିତ୍ସା କରିବାକୁ ଡାକ୍ତର ମନା କରିପାରିବେ। ରୋଗୀଙ୍କ ଖରାପ ବ୍ୟବହାର ବିରୋଧରେ ଡାକ୍ତର ଏନ୍‌ଏମସିରେ ଅଭିଯୋଗ ମଧ୍ୟ କରିପାରିବେ। ଏହା ଦ୍ବାରା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ। ଏହି ନୂଆ ନିୟମ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ମେଡିକାଲ ଏଥିକ୍ସ କୋଡ, ୨୦୦୨ର ସ୍ଥାନ ନେବ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଜରୁରିକାଳୀନ ମାମଲାକୁ ଛାଡ଼ି କେଉଁ ରୋଗୀକୁ ଚିକିତ୍ସା କରିବେ ତାହା ଡାକ୍ତର ନିଷ୍ପତ୍ତି ନେବେ। ସେ ଚାହିଁଲେ ଅନ୍ୟ ରୋଗୀଙ୍କୁ ଦେଖିପାରିବେ। ଏହା ସହିତ ରୋଗୀଙ୍କ ପ୍ରତି ଡାକ୍ତରଙ୍କ ଉତ୍ତରଦାୟିତ୍ବ ମଧ୍ୟ ରହିଛି। ସେ ଏହାକୁ ଉପେକ୍ଷା କରିବା ଅନୁଚିତ ବୋଲି କୁହାଯାଇଛି। ରୋଗୀଙ୍କ ଚିକିତ୍ସା ସମ୍ବନ୍ଧିତ ପ୍ରତ୍ୟେକ ବିଷୟରେ ତାଙ୍କ ପରିଜନଙ୍କୁ ଜଣାଇବା ଆବଶ୍ୟକ। ବିନା କୌଣସି କାରଣରେ ରୋଗୀ ଦେଖିବାକୁ ମନା ନ କରିବା ଉଚିତ। ଡାକ୍ତର ରୋଗୀ ଦେଖିବା ପୂର୍ବରୁ ପରାମର୍ଶ ଶୁଳ୍କ ବିଷୟରେ ଜଣାଇଦେବା ଉଚିତ। ଯଦି ଅସ୍ତ୍ରୋପଚାର କରିବାକୁ ପଡ଼େ ତେବେ ତାହାର ଖର୍ଚ୍ଚ ମଧ୍ୟ କହିବାକୁ ପଡ଼ିବ। ଡାକ୍ତର ଏବଂ ତାଙ୍କ ପରିବାର ଫାର୍ମାସ୍ୟୁଟିକାଲ୍ସ କମ୍ପାନୀଙ୍କଠାରୁ କୌଣସି ଉପହାର, ଯାତ୍ରା ସୁବିଧା, ପରାମର୍ଶ ଶୁଳ୍କ କିମ୍ବା ମନୋରଞ୍ଜନ ସୁବିଧା ନେବାରୁ ଦୂରେଇ ରୁହନ୍ତୁ। ଫାର୍ମାସ୍ୟୁଟିକାଲ କମ୍ପାନୀ କିମ୍ବା ତତ୍‌ ସମ୍ବନ୍ଧିତ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ, ସମ୍ମିଳନୀ, ଆଦିରୁ ଆରଏମପି ଦୂରେଇ ରହିବା ଉଚିତ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର