ଭାରତୀୟ ବୈଜ୍ଞାନିକଙ୍କ ଦାବି: ମୃତ୍ୟୁ ପରେ ବି ଜୀବିତ ରହିବ ମନୁଷ୍ୟ, କମ୍ପ୍ୟୁଟରରେ ଲୋଡ୍‌ହେବ ମାନବ ଚେତନା

The Sakala Picture
Published On

ୱାଶିଂଟନ(ଏଜେନ୍ସି): ମୃତ୍ୟୁ ପରେ ବି ମଣିଷ ଜୀବିତ ରହିବ। ୨ଡି, ୩ଡି, ହୋଲୋଗ୍ରାମ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ମଣିଷକୁ ପୁଣି ଜୀବିତ କରାଯିବ। ଟ୍ରାନ୍ସକ୍ରିପ୍ଟ ଡାଟା, ନ୍ୟୁ ଭଏସ ସିନ୍ଥେସିସ୍‌ ଏବଂ ନୂଆ ଭିଡିଓ ମଡେଲ ମାଧ୍ୟମରେ ମାନବ ଚେତନାକୁ କମ୍ପ୍ୟୁଟରରେ ଅପ୍‌ଲୋଡ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆମେରିକାରେ ରହୁଥିବା ଭାରତୀୟ ବୈଜ୍ଞାନିକ ପ୍ରତୀକ ଦେଶାଇ ଦାବି କରିଛନ୍ତି। ଏଥିପାଇଁ ପରିବାରର ବୟସ୍କ ବ୍ୟକ୍ତି […]

ୱାଶିଂଟନ(ଏଜେନ୍ସି): ମୃତ୍ୟୁ ପରେ ବି ମଣିଷ ଜୀବିତ ରହିବ। ୨ଡି, ୩ଡି, ହୋଲୋଗ୍ରାମ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ମଣିଷକୁ ପୁଣି ଜୀବିତ କରାଯିବ। ଟ୍ରାନ୍ସକ୍ରିପ୍ଟ ଡାଟା, ନ୍ୟୁ ଭଏସ ସିନ୍ଥେସିସ୍‌ ଏବଂ ନୂଆ ଭିଡିଓ ମଡେଲ ମାଧ୍ୟମରେ ମାନବ ଚେତନାକୁ କମ୍ପ୍ୟୁଟରରେ ଅପ୍‌ଲୋଡ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆମେରିକାରେ ରହୁଥିବା ଭାରତୀୟ ବୈଜ୍ଞାନିକ ପ୍ରତୀକ ଦେଶାଇ ଦାବି କରିଛନ୍ତି। ଏଥିପାଇଁ ପରିବାରର ବୟସ୍କ ବ୍ୟକ୍ତି ଏବଂ ପ୍ରିୟ ସଦସ୍ୟଙ୍କ ସ୍ବର ଓ ଭିଡିଓକୁ ରେକର୍ଡ କରି ରଖିବାକୁ କହିଛନ୍ତି। ଏଆଇ ଏବଂ ହୋଲୋଗ୍ରାମ ଜ୍ଞାନକୌଶଳରେ ମୃତ ମନୁଷ୍ୟକୁ ଡିଜିଟାଲ ଭାବେ ପୁଣି ଜୀବିତ କରିହେବ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଏଭଳି ଦୃଶ୍ୟ ହଲିଉଡ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ମାନବ ଚେତନାକୁ କମ୍ପ୍ୟୁଟରରେ ଅପଲୋଡ କରିବା ପାଇଁ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତଥ୍ୟ ତଥା ସ୍ବର, ଭିଡିଓ ଏବଂ ଫଟୋ ଦେବାକୁ ପଡିବ। ଏହା ଦ୍ବାରା ଏଆଇ ସିଷ୍ଟମ ଉକ୍ତ ବ୍ୟକ୍ତିଙ୍କୁ ଭଲଭାବେ ବୁଝିପାରିବ। ପରେ ଉକ୍ତ ବ୍ୟକ୍ତିଙ୍କ ଅବତାରର ଡିଜାଇନ କରିପାରିବ। ପରେ ଏଆଇ ସିଷ୍ଟମରେ ଫିଡ୍‌ ଇନଫରମେସନ ମାଧ୍ୟମରେ ବ୍ୟବହାରକାରୀଙ୍କ ସହ କଥା ହୋଇପାରିବ। ଡ. ପ୍ରତୀକ ଦେଶାଇ କାଲିଫର୍ଣ୍ଣିଆ ସ୍ଥିତ ସିଲିକନ ଭ୍ୟାଲିରେ ଅନେକ ଏଆଇ ଷ୍ଟାର୍ଟଅପ ପ୍ରତିଷ୍ଠା କରିଛନ୍ତି। ସେ ଭାରତୀୟ କୃଷକଙ୍କ ସହାୟତା ପାଇଁ ଚାଟବାଟ କିଶାନ ଜିପିଟି ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହା ଉପରେ କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର