ମିଗ୍‌-୨୧ ଲଢୁଆ ବିମାନର ଉଡ଼ାଣ ବନ୍ଦ; ରାଜସ୍ଥାନ ଦୁର୍ଘଟଣା ପରେ ବାୟୁସେନାର ନିଷ୍ପତ୍ତି

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ମିଗ୍‌-୨୧ ଲଢୁଆ ବିମାନର ଉଡ଼ାଣରେ କଟକଣା ଲଗାଇ ଦେଇଛି। ଗତ ୮ ତାରିଖରେ ରାଜସ୍ଥାନ ହନୁମାନଗଡ଼ରେ ହୋଇଥିବା ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦୁର୍ଘଟଣାରେ ୩ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାର ଯାଞ୍ଚ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମିଗ୍‌-୨୧ ବିମାନ ଉଡ଼ାଣ କରିବ ନାହିଁ। ଏବେ ବାୟୁସେନାରେ ମିଗ୍‌-୨୧ ବିମାନର ୩ଟି ସ୍କ୍ବାଡ୍ରନ ରହିଛି। ପ୍ରତି ସ୍କ୍ବାଡ୍ରନରେ ୧୬ରୁ ୧୮ ଲଢୁଆ ବିମାନ ରହିଥାଏ। ଏହି […]

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ମିଗ୍‌-୨୧ ଲଢୁଆ ବିମାନର ଉଡ଼ାଣରେ କଟକଣା ଲଗାଇ ଦେଇଛି। ଗତ ୮ ତାରିଖରେ ରାଜସ୍ଥାନ ହନୁମାନଗଡ଼ରେ ହୋଇଥିବା ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦୁର୍ଘଟଣାରେ ୩ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାର ଯାଞ୍ଚ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମିଗ୍‌-୨୧ ବିମାନ ଉଡ଼ାଣ କରିବ ନାହିଁ। ଏବେ ବାୟୁସେନାରେ ମିଗ୍‌-୨୧ ବିମାନର ୩ଟି ସ୍କ୍ବାଡ୍ରନ ରହିଛି। ପ୍ରତି ସ୍କ୍ବାଡ୍ରନରେ ୧୬ରୁ ୧୮ ଲଢୁଆ ବିମାନ ରହିଥାଏ। ଏହି ହିସାବରେ ଏବେ ପ୍ରାୟ ୫୦ ବିମାନ ସେବାରେ ଅଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

୨୦୨୫ ସୁଦ୍ଧା ଏହି ବିମାନକୁ ସେବାମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାୟୁସେନା ପାଖରେ ମୋଟ ୩୧ କମ୍ବାଟ ସ୍କ୍ବାଡ୍ରନ ରହିଛି। ମିଗ୍‌-୨୧ ଏକକ ଇଞ୍ଜିନ ଏବଂ ସିଟ୍‌ ବିଶିଷ୍ଟ ଏକ ବହୁମୁଖୀ ଯୁଦ୍ଧ ବିମାନ। ଏହାକୁ ଇଣ୍ଟରସେପ୍ଟର ଏୟାରକ୍ରାଫ୍ଟ ଭାବେ ୧୯୬୩ ବାୟୁସେନାରେ ସାମିଲ କରାଯାଇଥିଲା। କିଛି ବର୍ଷ ପରେ ଏହାର ଆକ୍ରମଣ କ୍ଷମତା ବୃଦ୍ଧି କରାଯାଇଥିଲା। ଏହି ବିମାନ ବାରମ୍ବାର ଦୁର୍ଘଟଣାର ଶିକାର ହେଉଥିଲା। ସେଥିପାଇଁ ଏହାକୁ ଉଡ଼ନ୍ତା କଫିନ କୁହାଯାଉଥିଲା। କେବଳ ଗତ ୧୬ ମାସରେ ମିଗ୍‌-୨୧ ବିମାନ ୭ ଥର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ସୁରକ୍ଷା ରେକର୍ଡ ବହୁତ ଖରାପ। ତେଣୁ ବାୟୁସେନା ଏସ୍‌ୟୁ-୩୦ ଏବଂ ସ୍ବଦେଶୀ ହାଲୁକା ଲଢୁଆ ବିମାନ (ଏଲସିଏ) ଦ୍ବାରା ଏହାକୁ ବଦଳା ଯାଉଛି। ଏଥିରେ ବିଳମ୍ବ ହେବାରୁ ମିଗ୍‌ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

୧୯୬୩ ପରେ ବାୟୁସେନାକୁ ବିଭିନ୍ନ ଶ୍ରେଣୀରେ ୮୭୨ଟି ମିଗ୍‌ ବିମାନ ମିଳିସାରିଛି। ତେବେ ଏଥିରୁ ୫୦୦ଟି ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାରେ ୨୦୦ରୁ ଅଧିକ ପାଇଲଟ ଏବଂ ୫୬ ସାଧାରଣ ଲୋକଙ୍କ ଜୀବନ ଯାଇଛି। ରୁଷ୍‌ ଏବଂ ଚୀନ୍‌ ପରେ ଭାରତ ସର୍ବାଧିକ ମିଗ୍‌-୨୧ ବିମାନ ବ୍ୟବହାର କରୁଛି। ୧୯୬୪ରେ ଏହାକୁ ସୁପରସୋନିକ ଫାଇଟର ଜେଟ୍‌ ଭାବେ ବାୟୁସେନାରେ ସାମିଲ କରାଯାଇଥିଲା। ପ୍ରଥମେ ଏହି ବିମାନ ରୁଷ୍‌ରେ ନିର୍ମାଣ କରାଯାଉଥିଲା। ପରେ ଭାରତକୁ ଏହାର ଜ୍ଞାନକୌଶଳ ମିଳିଥିଲା। ଏହି ବିମାନ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୯୯ କାରଗିଲ ଯୁଦ୍ଧ ସହିତ ବିଭିନ୍ନ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲା। ରୁଷ୍‌ ୧୯୮୫ରେ ବିମାନର ନିର୍ମାଣ ବନ୍ଦ କରିଦେଇଥିଲା। କିନ୍ତୁ ଭାରତ ଏହାକୁ ଉନ୍ନତ କରି ବ୍ୟବହାର କରୁଥିଲା।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର