ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା, ୧.୫ ଡିଗ୍ରୀ ସେଲସିୟସ ବଢିବ ବିଶ୍ୱ ତାପମାତ୍ରା: ଜାତିସଂଘ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ୫ବର୍ଷ ସାରା ବିଶ୍ବବାସୀଙ୍କୁ ଘାଣ୍ଟିବ ତାପମାତ୍ରା । ବିଶ୍ବ ତାପାୟନ 1.5 ଡିଗ୍ରୀ ସେଲସିୟସ ବଢିବ ବୋଲି ସତର୍କ କରାଇଛି ଜାତିସଂଘ । କେବଳ ଏତିକି ନୁହେଁ ଏହି ପାଞ୍ଚ ବର୍ଷ ମଧ୍ୟରୁ ଗୋଟିଏ ବର୍ଷ ସର୍ବାଧିକ ତାପମାତ୍ରାର ଶିକାର ହେବ ବୋଲି ରିପୋର୍ଟରେ କୁହାଯାଇଛି । ବିଶ୍ବ ଜଳବାୟୁ ସଂଗଠନ ପକ୍ଷରୁ କୁହାଯାଇଛି- ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା ୯୮ ପ୍ରତିଶତ ଥିବାବେଳେ ଏହି ୫ ବର୍ଷରୁ କୌଣସି […]

ନୂଆଦିଲ୍ଲୀ: ଆସନ୍ତା ୫ବର୍ଷ ସାରା ବିଶ୍ବବାସୀଙ୍କୁ ଘାଣ୍ଟିବ ତାପମାତ୍ରା । ବିଶ୍ବ ତାପାୟନ 1.5 ଡିଗ୍ରୀ ସେଲସିୟସ ବଢିବ ବୋଲି ସତର୍କ କରାଇଛି ଜାତିସଂଘ । କେବଳ ଏତିକି ନୁହେଁ ଏହି ପାଞ୍ଚ ବର୍ଷ ମଧ୍ୟରୁ ଗୋଟିଏ ବର୍ଷ ସର୍ବାଧିକ ତାପମାତ୍ରାର ଶିକାର ହେବ ବୋଲି ରିପୋର୍ଟରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ବିଶ୍ବ ଜଳବାୟୁ ସଂଗଠନ ପକ୍ଷରୁ କୁହାଯାଇଛି- ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା ୯୮ ପ୍ରତିଶତ ଥିବାବେଳେ ଏହି ୫ ବର୍ଷରୁ କୌଣସି ଗୋଟିଏ ବର୍ଷର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ଆଶଙ୍କା ୬୬ ପ୍ରତିଶତ ରହିଛି। ୨୦୧୫ ପରଠାରୁ ତାପମାତ୍ରା ବୃଦ୍ଧି ଘଟୁଥିବା କୁହାଯାଉଛି। ଗତ ଊନବିଂଶ ଶତାବ୍ଦୀଠାରୁ ବିଭିନ୍ନ ମନୁଷ୍ୟକୃତ କାରଣରୁ ବିଶ୍ବ ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

୧୮୫୦ରୁ ୧୯୦୦ ମଧ୍ୟରେ ହାରାହାରି ତାପମାତ୍ରାଠାରୁ ୨୦୨୨ରେ ୧.୧୫ ଡିଗ୍ରୀ ସେଲସିୟସ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ପ୍ରତି ଦଶନ୍ଧିରେ ତାପମାତ୍ରା ୦.୨ ଡିଗ୍ରୀ ସେଲସିୟମ ବଢୁଛି। ଗତ ୭ ବର୍ଷ ଧରି ଗ୍ରୀନହାଉସ ପ୍ରଭାବ ଜୋରଦାର ପଡିବାରେ ଲାଗିଛି। ଜୁନ ଓ ଜୁଲାଇରେ ଏଲ ନିନୋ ପ୍ରଭାବ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପଡିବା ଆଶଙ୍କା ରହିଛି। ବିଶେଷ କରି ୨୦୨୪ରେ ଏଲ ନିନୋର ପ୍ରଭାବ ସର୍ବାଧିକ ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର