ଦେଶରେ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ: ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଘଟୁଛି ସର୍ବାଧିକ ଦୁର୍ଘଟଣା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ପ୍ରକାଶ ପାଇଛି । ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଛି । ୨୦୨୧ରେ ଏହି ସମୟ ମଧ୍ୟରେ ଘଟିଛି ୪୦ ପ୍ରତିଶତ ଦୁର୍ଘଟଣା । ରାତି ୧୨ଟାରୁ ଭୋର୍ ୬ଟା ଯାଏ ସବୁଠାରୁ ନିରାପଦ। ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ ଦୁର୍ଘଟଣା ଘଟିଥିଲା । ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଜନିତ […]

ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ପ୍ରକାଶ ପାଇଛି । ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଛି । ୨୦୨୧ରେ ଏହି ସମୟ ମଧ୍ୟରେ ଘଟିଛି ୪୦ ପ୍ରତିଶତ ଦୁର୍ଘଟଣା । ରାତି ୧୨ଟାରୁ ଭୋର୍ ୬ଟା ଯାଏ ସବୁଠାରୁ ନିରାପଦ। ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ ଦୁର୍ଘଟଣା ଘଟିଥିଲା । ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଜନିତ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୧ ଲକ୍ଷ ୫୧ ହଜାର ୯୭୧ ଯାହାକି ୨୦୧୧ ପରଠାରୁ ସର୍ବାଧିକ । ଏହାର ଅର୍ଥ ଦୈନିକ ୪୨୨ ଜଣ ତଥା ପ୍ରତି ଘଣ୍ଟାରେ ୧୮ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

୨୦୨୧ରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୩ ଲକ୍ଷ ୮୪ ହଜାର ୪୩୨ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ସେଥିରୁ ୧ ଲକ୍ଷ ୫୮ ହଜାର ଦୁର୍ଘଟଣା ଘଟିଥିଲା ଅପରାହ୍ନ ୩ଟାରୁ ରାତି ୯ ମଧ୍ୟରେ । ଅପରାହ୍ନ ୩ରୁ ୬ ମଧ୍ୟରେ ୭୩ ହଜାର ୪୬୭ଟି ଦୁର୍ଘଟଣା ଘଟିଥିବାବେଳେ ସନ୍ଧ୍ଯା ୬ରୁ ୯ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୮୫ ହଜାର ୧୭୯ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ରାତି ୯ରୁ ୧୨ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୪୧ ହଜାର ୯୨ । ରାତି ୧୨ରୁ ଭୋର ୩ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୧୯ ହଜାର ୬୮୨ । ଭୋର ୩ଟାରୁ ସକାଳ ୬ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୨୦ ହଜାର ୧୨୦ । ସକାଳ ୬ଟାରୁ ସକାଳ ୯ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୪୩ ହଜାର ୩୭୦ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଏହି ସଂଖ୍ୟା ଥିଲା ୬୧ ହଜାର ୩୮୭ । ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୩ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୬୩ ହଜାର ୧୩୯ ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

ଏହି ଧାରା ଗତି ୫ ବର୍ଷ ଧରି ପରିଲକ୍ଷିତ ହୋଇଛି । ୨୦୨୧ ଜାନୁଆରୀରେ ସର୍ବାଧିକ ଅର୍ଥାତ ୪୦ ହଜାର ୩୦୫ଟି ଦୁର୍ଘଟଣା ଘଟିଥିଲା । ଏହାପଛକୁ ଥିଲା ମାର୍ଚ୍ଚ ମାସର ଦୁର୍ଘଟଣା । ମାର୍ଚ୍ଚରେ ଦୁର୍ଘଟଣା ସଂଖ୍ୟା ଥିଲା ୩୯ହଜାର ୪୯୧ । ମାର୍ଚ୍ଚ ମାସରେ ସର୍ବାଧିକ ମୃତ୍ଯୁ ଅର୍ଥାତ ୧୪ ହଜାର ୫୭୯ ହୋଇଥିବାବେଳେ ଜାନୁଆରୀରେ ପ୍ରାଣ ହରାଇଥିଲେ ୧୪ ହଜାର ୫୭୫ ଜଣ । ସନ୍ଧ୍ଯା ୬ଟା ଓ ରାତି ୯ ମଧ୍ୟରେ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୧୪ ହଜାର ୪୧୬ ଦୁର୍ଘଟଣା ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧୦ ହଜାର ୩୩୨ଟି ଦୁର୍ଘଟଣା ଘଟିଛି ।

02 Jan 2023 By The Sakala

ଦେଶରେ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ: ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଘଟୁଛି ସର୍ବାଧିକ ଦୁର୍ଘଟଣା

ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ପ୍ରକାଶ ପାଇଛି । ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଛି । ୨୦୨୧ରେ ଏହି ସମୟ ମଧ୍ୟରେ ଘଟିଛି ୪୦ ପ୍ରତିଶତ ଦୁର୍ଘଟଣା । ରାତି ୧୨ଟାରୁ ଭୋର୍ ୬ଟା ଯାଏ ସବୁଠାରୁ ନିରାପଦ। ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ ଦୁର୍ଘଟଣା ଘଟିଥିଲା । ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଜନିତ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୧ ଲକ୍ଷ ୫୧ ହଜାର ୯୭୧ ଯାହାକି ୨୦୧୧ ପରଠାରୁ ସର୍ବାଧିକ । ଏହାର ଅର୍ଥ ଦୈନିକ ୪୨୨ ଜଣ ତଥା ପ୍ରତି ଘଣ୍ଟାରେ ୧୮ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

୨୦୨୧ରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୩ ଲକ୍ଷ ୮୪ ହଜାର ୪୩୨ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ସେଥିରୁ ୧ ଲକ୍ଷ ୫୮ ହଜାର ଦୁର୍ଘଟଣା ଘଟିଥିଲା ଅପରାହ୍ନ ୩ଟାରୁ ରାତି ୯ ମଧ୍ୟରେ । ଅପରାହ୍ନ ୩ରୁ ୬ ମଧ୍ୟରେ ୭୩ ହଜାର ୪୬୭ଟି ଦୁର୍ଘଟଣା ଘଟିଥିବାବେଳେ ସନ୍ଧ୍ଯା ୬ରୁ ୯ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୮୫ ହଜାର ୧୭୯ ।

ରାତି ୯ରୁ ୧୨ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୪୧ ହଜାର ୯୨ । ରାତି ୧୨ରୁ ଭୋର ୩ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୧୯ ହଜାର ୬୮୨ । ଭୋର ୩ଟାରୁ ସକାଳ ୬ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୨୦ ହଜାର ୧୨୦ । ସକାଳ ୬ଟାରୁ ସକାଳ ୯ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୪୩ ହଜାର ୩୭୦ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଏହି ସଂଖ୍ୟା ଥିଲା ୬୧ ହଜାର ୩୮୭ । ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୩ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୬୩ ହଜାର ୧୩୯ ।

ଏହି ଧାରା ଗତି ୫ ବର୍ଷ ଧରି ପରିଲକ୍ଷିତ ହୋଇଛି । ୨୦୨୧ ଜାନୁଆରୀରେ ସର୍ବାଧିକ ଅର୍ଥାତ ୪୦ ହଜାର ୩୦୫ଟି ଦୁର୍ଘଟଣା ଘଟିଥିଲା । ଏହାପଛକୁ ଥିଲା ମାର୍ଚ୍ଚ ମାସର ଦୁର୍ଘଟଣା । ମାର୍ଚ୍ଚରେ ଦୁର୍ଘଟଣା ସଂଖ୍ୟା ଥିଲା ୩୯ହଜାର ୪୯୧ । ମାର୍ଚ୍ଚ ମାସରେ ସର୍ବାଧିକ ମୃତ୍ଯୁ ଅର୍ଥାତ ୧୪ ହଜାର ୫୭୯ ହୋଇଥିବାବେଳେ ଜାନୁଆରୀରେ ପ୍ରାଣ ହରାଇଥିଲେ ୧୪ ହଜାର ୫୭୫ ଜଣ । ସନ୍ଧ୍ଯା ୬ଟା ଓ ରାତି ୯ ମଧ୍ୟରେ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୧୪ ହଜାର ୪୧୬ ଦୁର୍ଘଟଣା ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧୦ ହଜାର ୩୩୨ଟି ଦୁର୍ଘଟଣା ଘଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର