ଅନଲାଇନରେ ଅନ୍ତିମ ସଂସ୍କାର: ମନ୍ତ୍ରୋଚ୍ଚାରଣ

The Sakala Picture
Published On

ଜଗଦଲପୁର: କରୋନା କାଳରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ପଣ୍ଡିତ ଅନଲାଇନ ମାଧ୍ୟମରେ କରୁଛନ୍ତି। ଛତିଶଗଡ ଜଗଦଲପୁରରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କ୍ରିୟାକର୍ମ କରିବା ପାଇଁ ପଣ୍ଡିତ ଭୟ କରୁଛନ୍ତି। ଏଭଳି ସ୍ଥିତିରେ କ୍ରିୟାକର୍ମ ପରେ ୧୩ ଦିନ ପର୍ଯ୍ୟନ୍ତ ହେଉଥିବା ଶ୍ରାଦ୍ଧ କର୍ମ ଆଦି ଅନୁଷ୍ଠାନ କାର୍ଯ୍ୟ ପଣ୍ଡିତ ଘରେ ରହି ସମାପନ କରୁଛନ୍ତି। ସୂଚନା ଅନୁଯାୟୀ ଜଗଦଲପୁରର ୫୦ କିମି ଦୂର ବକାୱଣ୍ଡ ବ୍ଲକର ଜିରାଖୋଲ ଗ୍ରାମରେ ଏଭଳି ଏକ […]

ଜଗଦଲପୁର: କରୋନା କାଳରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ପଣ୍ଡିତ ଅନଲାଇନ ମାଧ୍ୟମରେ କରୁଛନ୍ତି। ଛତିଶଗଡ ଜଗଦଲପୁରରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କ୍ରିୟାକର୍ମ କରିବା ପାଇଁ ପଣ୍ଡିତ ଭୟ କରୁଛନ୍ତି। ଏଭଳି ସ୍ଥିତିରେ କ୍ରିୟାକର୍ମ ପରେ ୧୩ ଦିନ ପର୍ଯ୍ୟନ୍ତ ହେଉଥିବା ଶ୍ରାଦ୍ଧ କର୍ମ ଆଦି ଅନୁଷ୍ଠାନ କାର୍ଯ୍ୟ ପଣ୍ଡିତ ଘରେ ରହି ସମାପନ କରୁଛନ୍ତି। ସୂଚନା ଅନୁଯାୟୀ ଜଗଦଲପୁରର ୫୦ କିମି ଦୂର ବକାୱଣ୍ଡ ବ୍ଲକର ଜିରାଖୋଲ ଗ୍ରାମରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏହି ଗ୍ରାମରେ ଅଧିକ ବ୍ରାହ୍ମଣ ରହୁଛନ୍ତି। ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ପାଞ୍ଚ ଦିନ ତଳେ ଏହି ଗ୍ରାମର ଜଣେ ସଦସ୍ୟ ଇନ୍ଦ୍ରନାଥ ପାଣ୍ଡେଙ୍କର ମୃତ୍ୟୁ ହୋଇଯାଇଥିଲା। ଜଗଦଲପୁରର ମୁକ୍ତିଧାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତେଷ୍ଟି ପରେ ୧୩ ଦିନ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମକୁ ପରିବାର ସଦସ୍ୟ ଗ୍ରାମରେ କରାଇଥିଲେ। ତେବେ ପଣ୍ଡିତ ଘରେ ରହି ଅନଲାଇନ ମାଧ୍ୟମରେ ଏଥିରେ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର