ମଲ୍ଲିକାର୍ଜୁନ ଖଡଗେ ହେଲେ କଂଗ୍ରେସ ଅଧ୍ୟକ୍ଷ, ୨୪ ବର୍ଷ ପରେ ଅଣଗାନ୍ଧୀ ଧରିଲେ କଂଗ୍ରେସ ମଙ୍ଗ

The Sakala Picture
Published On

ନୂଆଦିଲ୍ଲୀ : ୨୪ ବର୍ଷ ପରେ କଂଗ୍ରେସକୁ ମିଳିଲା ନୂଆ ସଭାପତି। ଅଣ ଗାନ୍ଧି ପରିବାରରୁ ମଲ୍ଲିକାର୍ଜୁନ ଖଡଗେ ହୋଇଛନ୍ତି କଂଗ୍ରେସର ନୂଆ ମୁଖିଆ। ନୂଆ କଂଗ୍ରେସ ସଭାପତି ନେଇ ହୋଇଥିବା ଭୋଟ ଆଜି ଗଣତି କରାଯାଇଛି, ଯେଉଁଥିରେ ସର୍ବାଧିକ ଭୋଟ ପାଇଁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୮ରୁ ଲଗାତାର ଭାବେ ସୋନିଆ ଗାନ୍ଧି ଓ ପରେ ପୁଅ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହୋଇଥିଲେ । ୨୦୧୪, […]

ନୂଆଦିଲ୍ଲୀ : ୨୪ ବର୍ଷ ପରେ କଂଗ୍ରେସକୁ ମିଳିଲା ନୂଆ ସଭାପତି। ଅଣ ଗାନ୍ଧି ପରିବାରରୁ ମଲ୍ଲିକାର୍ଜୁନ ଖଡଗେ ହୋଇଛନ୍ତି କଂଗ୍ରେସର ନୂଆ ମୁଖିଆ। ନୂଆ କଂଗ୍ରେସ ସଭାପତି ନେଇ ହୋଇଥିବା ଭୋଟ ଆଜି ଗଣତି କରାଯାଇଛି, ଯେଉଁଥିରେ ସର୍ବାଧିକ ଭୋଟ ପାଇଁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

୧୯୯୮ରୁ ଲଗାତାର ଭାବେ ସୋନିଆ ଗାନ୍ଧି ଓ ପରେ ପୁଅ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହୋଇଥିଲେ । ୨୦୧୪, ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ, ଦଳରେ ଅସ୍ଥିରତା, ସଂଗଠନ ଦୁର୍ବଳ ଭଳି ଅନେକ ସମସ୍ୟାରେ ଘେରି ରହିଥିବା କଂଗ୍ରେସ ନୂଆ ସଭାପତି ପଦ ପାଇଁ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ସେଥିପାଇଁ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ନିର୍ବାଚନ ଲଢେଇକୁ ଓହ୍ଲାଇଥିଲେ। ହେଲେ ପ୍ରଥମରୁ ହିଁ ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ସୁନିଶ୍ଚିତ ବୋଲି ଜଣାପଡିଥିଲା। ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟରେ ମୁଖ୍ୟ ଭୂମିକା ଗାନ୍ଧୀ ପରିବାର ବୋଲି ବିବେଚନା କରାଯାଉଛି। କାରଣ ଖଡଗେଙ୍କୁ ଗାନ୍ଧୀ ପରିବାରର ନିକଟତର ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ରାହୁଲ ଗାନ୍ଧୀ, ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ ରହିଛି।ଅନ୍ୟପଟେ ଜି-୨୩ ନେତା ମାନେ ମଧ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସପକ୍ଷରେ ରହିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଥିଲେ। କଂଗ୍ରେସ ସଭାପତି ନିର୍ବାଚନ ଲାଗି ଲଢେଇ ପାଇଁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।   ସେ ୮ଥରର ବିଧାୟକ ଓ ୨ ଥରର ଲୋକସଭା ସାଂସଦ। ଜଣେ ଦଳିତ ନେତା ଭାବେ ଜଣାଶୁଣା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକାର ପିସିସି ସଭାପତି, ପୂର୍ବତନ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏଥିସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ମଲ୍ଲିକାର୍ଜୁନ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସୁଛନ୍ତି। ଯିଏ ଦଳର ଜଣେ ଦଳିତ ଚେହେରା ଭାବେ ଜଣାଶୁଣା। ଦଳର ସଭାପତି ଭାବେ ନିର୍ବାଚିତ ହେବାପରେ କଂଗ୍ରେସ ୫୧ ବର୍ଷ ପରେ ଜଣେ ଦଳିତ ଅଧ୍ୟକ୍ଷ ପାଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଦଳ କୌଣସି ଦଳିତ ନେତା କଂଗ୍ରେସ ନେତା ନେତୃତ୍ୱ ନେଇ ନଥିଲେ। କୁହାଯାଉଛି, ନୂଆ ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ମିଳିପାରେ ସଞ୍ଜିବନୀ ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ସୂଚନାଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ପାଇଁ ଗତ ସୋମବାର ଭୋଟ୍‌ ଗ୍ରହଣ ହୋଇଥିଲା। ଦେଶର ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥ୍‌ ହୋଇଥିଲା। ଦଳର ୯୫୦୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଛନ୍ତି।ଭୋଟ ପ୍ରତିଶତ ୯୬ ପ୍ରତିଶତ ଥିବା ବେଳେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଥିଲା। ତେବେ ଆଜି କଂଗ୍ରେସ ମୁଖ୍ୟାଳୟରେ ଭୋଟ ଗଣତି କରାଯାଇଥିଲା। ମଲ୍ଲିକାର୍ଜୁନ ଖଡ଼ଗେ ବହୁ ଆଗରେ ରହିବା ସହ ୭୮୯୭ ଭୋଟ ପାଇ ବଡ଼ ବିଜୟ ହାସଲ କରିଛନ୍ତି।ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସାଂସଦ ଶଶି ଥରୁରଙ୍କୁ ମାତ୍ର ୧ ହଜାର ୭୨ଟି ଭୋଟ ମିଳିଛି।

ମଲ୍ଲିକାର୍ଜୁନ ଖଡଗେଙ୍କ ନାମରେ ରହିଛି କେତେ ସମ୍ପତ୍ତି ?

କଂଗ୍ରେସ ରାଜନୀତିରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଜଣେ ସ୍ୱଚ୍ଛ ଓ ନିର୍ବିବାଦୀୟ ନେତା ଭାବେ ସମସ୍ତେ ଜାଣନ୍ତି । ସେ କେନ୍ଦ୍ର ସରକାରରେ ରେଳମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ରହୁଥିବା ଖଡଗେ ୨୦୧୯ ରାଜ୍ୟସଭା ନିର୍ବାଚନ କ୍ରମରେ ନିର୍ବାଚନ କମିଶନକୁ ଦେଇଥିବା ସମ୍ପତ୍ତି ତାଲିକା ମୁତାବକ ତାଙ୍କ ନିକଟରେ ମୋଟ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଖଡଗେ ନିର୍ବାଚନକୁ ଦେଇଥିବା ଘୋଷଣାପତ୍ର ମୁତାବକ ତାଙ୍କ ନାମରେ କୌଣସି ଗାଡି ନାର୍ହି । ଖଡଗେଙ୍କ ପତ୍ନୀ ଜଣେ ଗୃହିଣୀ ଓ ତାଙ୍କ ନାମରେ ବି କୌଣସି ଗାଡି ନାହିଁ । ସେପଟେ ଏବେ ଜଣେ ଜଣେ ଜିଲ୍ଲା ସ୍ତରୀୟ ନେତା ନିଜ ଜୀବନର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ନିଜ ନାମରେ ରଖୁଥିବା ବେଳେ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଖଡଗେଙ୍କ ନିକଟରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ । ସେପଟେ ଖଡଗେଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ପେଶାରେ ଜଣେ ଓକିଲ । ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ଦଳର ନେତା ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର