ଦେଶର ସବୁଠୁ ବଡ଼ ବୈଜ୍ଞାନିକ ସଂସ୍ଥାର ପ୍ରଥମ ମହିଳା ମୁଖ୍ଯ ହେଲେ ନଲ୍ଲାଥମ୍ବୀ କଲାଇସେଲଭି

The Sakala Picture
Published On

ନୂଆଦିଲ୍ଲୀ: ବରିଷ୍ଠ ବୈଜ୍ଞାନିକା ନଲ୍ଲାଥମ୍ବୀ କଲାଇସେଲଭିଙ୍କୁ ‘କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ’ର (ସିଏସ୍‌ଆଇଆର୍‌) ମହାନିର୍ଦେଶିକା ଭାବେ ନିଯୁକ୍ତି ମିଳିଛି। ‘ସିଏସ୍‌ଆଇଆର୍‌’ ଅଧୀନରେ ସମଗ୍ର ଦେଶରେ ୩୮ଟି ଗବେଷଣା ପ୍ରତିଷ୍ଠାନ ରହିଛି। ଏହି ପ୍ରତିଷ୍ଠାନର ମୁଖ୍ୟା ହେବାରେ କଲାଇସେଲଭି ହେଉଛନ୍ତି ପ୍ରଥମ ମହିଳା। ଦାୟିତ୍ବ ଗ୍ରହଣ ତାରିଖରୁ ସେ ୨ ବର୍ଷ ପାଇଁ ଏହି ପଦବୀରେ ରହିବେ ବୋଲି ‘ପର୍ସୋନେଲ୍‌ ମିନିଷ୍ଟ୍ରି’ ଆଦେଶନାମାରେ ଜାରି କରିଛି। ନୂଆ ଦାୟିତ୍ବ ସହ କଲାଇସେଲବୀ ‘ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇଣ୍ଟିଫିକ୍‌ […]

ନୂଆଦିଲ୍ଲୀ: ବରିଷ୍ଠ ବୈଜ୍ଞାନିକା ନଲ୍ଲାଥମ୍ବୀ କଲାଇସେଲଭିଙ୍କୁ ‘କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ’ର (ସିଏସ୍‌ଆଇଆର୍‌) ମହାନିର୍ଦେଶିକା ଭାବେ ନିଯୁକ୍ତି ମିଳିଛି। ‘ସିଏସ୍‌ଆଇଆର୍‌’ ଅଧୀନରେ ସମଗ୍ର ଦେଶରେ ୩୮ଟି ଗବେଷଣା ପ୍ରତିଷ୍ଠାନ ରହିଛି। ଏହି ପ୍ରତିଷ୍ଠାନର ମୁଖ୍ୟା ହେବାରେ କଲାଇସେଲଭି ହେଉଛନ୍ତି ପ୍ରଥମ ମହିଳା। ଦାୟିତ୍ବ ଗ୍ରହଣ ତାରିଖରୁ ସେ ୨ ବର୍ଷ ପାଇଁ ଏହି ପଦବୀରେ ରହିବେ ବୋଲି ‘ପର୍ସୋନେଲ୍‌ ମିନିଷ୍ଟ୍ରି’ ଆଦେଶନାମାରେ ଜାରି କରିଛି। ନୂଆ ଦାୟିତ୍ବ ସହ କଲାଇସେଲବୀ ‘ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ’ର ସଚିବ ଦାୟିତ୍ବ ମଧ୍ୟ ନିର୍ବାହ କରିବେ।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ

‘ଲିଥିୟମ୍‌-ଆୟନ୍‌’ ବ୍ୟାଟେରି କ୍ଷେତ୍ରରେ କାର୍ଯ୍ଯ ନିମନ୍ତେ ଜଣାଶୁଣା ନଲ୍ଲାଥମ୍ବୀ କଲାଇସେଲଭି ସମ୍ପ୍ରତି ତାମିଲନାଡୁର କରୈକୁଡ଼ିରେ ଥିବା ‘ସିଏସ୍‌ଆଇଆର୍‌-ସେଣ୍ଟ୍ରାଲ୍‌ ଇଲେକ୍ଟ୍ରୋକେମିକାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର ନିର୍ଦେଶିକା ଅଛନ୍ତି। ୨୦୧୯ ଫେବ୍ରୁଆରିରେ ସେ ‘‌ସେଣ୍ଟ୍ରାଲ୍‌ ଇଲେକ୍ଟ୍ରୋକେମିକାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର (ସିଏସ୍‌ଆଇଆର୍‌-ସିଇସିଆର୍‌ଆଇ) ପ୍ରଥମ ମହିଳା ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ସେ ଦୀର୍ଘ ୨୫ ବର୍ଷ ହେବ ଅନୁସନ୍ଧାନ କାର୍ଯ୍ଯରେ ଲିପ୍ତ ରହିଛନ୍ତି । ସେ ବିଦ୍ୟୁତ୍ ରାସାୟନିକ ଶକ୍ତି ପ୍ରଣାଳୀ ଉପରେ ବିଶେଷ ଭାବେ କାର୍ଯ୍ଯ କରୁଛନ୍ତି । ସେ ଏବେ ଲିଥିୟମ, ଆୟନ, ସଲଫର ବ୍ୟାଟେରୀ ଓ ସୁପରଫସପେଟର ବିକାଶ ଉପରେ କାର୍ଯ୍ଯ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର