ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ଭାରତରେ ପଢ଼ିପାରିବେ ନାହିଁ, ରାଜ୍ୟସଭାରେ ସୂଚନାଦେଲେ କେନ୍ଦ୍ର ସରକାର

The Sakala Picture
Published On

ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତ ଫେରିଥିବା ୨୦ ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ ରହିଛି। ପଢା ଜାରି ରଖିବାର ସୁଯୋଗ ଦେବା ପାଇଁ ଏହି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଏପରି ସମୟରେ କେନ୍ଦ୍ର ସରକାର ସେମାନଙ୍କୁ ଜୋରଦାର ଝଟ୍‌କା ଦେଇଛନ୍ତି। ୟୁକ୍ରେନରୁ ଫେରିଥିବା କୌଣସି ଛାତ୍ରଛାତ୍ରୀଙ୍କୁ ଦେଶର ମେଡିକାଲ କଲେଜରେ ଶିକ୍ଷା ଜାରି ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ […]

ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତ ଫେରିଥିବା ୨୦ ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ ରହିଛି। ପଢା ଜାରି ରଖିବାର ସୁଯୋଗ ଦେବା ପାଇଁ ଏହି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଏପରି ସମୟରେ କେନ୍ଦ୍ର ସରକାର ସେମାନଙ୍କୁ ଜୋରଦାର ଝଟ୍‌କା ଦେଇଛନ୍ତି। ୟୁକ୍ରେନରୁ ଫେରିଥିବା କୌଣସି ଛାତ୍ରଛାତ୍ରୀଙ୍କୁ ଦେଶର ମେଡିକାଲ କଲେଜରେ ଶିକ୍ଷା ଜାରି ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାୱାର ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସେ କହିଛନ୍ତି ଯେ ଇଣ୍ଡିଆନ ମେଡିକାଲ କାଉନସିଲ ଆକ୍ଟ (୧୯୫୬) ଏବଂ ନ୍ୟାସନାଲ ମେଡିକାଲ କମିଶନ ଆକ୍ଟ (୨୦୧୯) ଅନୁଯାୟୀ ବିଦେଶର ମେଡିକାଲ କଲଜରେ ପଢିଥିବା ଛାତ୍ରଛାତ୍ରୀଙ୍କୁ ଦେଶର ମେଡିକାଲ କଲେଜରେ ଶିକ୍ଷା ଜାରି ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଜାତୀୟ ମେଡିକାଲ କମିଶନ ମଧ୍ୟ ଏଥିପାଇଁ ଅନୁମତି ଦେଉନାହାନ୍ତି। ତେଣୁ ଦେଶର ଶିକ୍ଷାନୁଷ୍ଠାନରେ ପଢିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯାଇନାହିଁ। ଅପରପକ୍ଷେ କିଛି ଦିନ ତଳେ ପଶ୍ଚିମବଙ୍ଗ ସରକାର ୪୦୦ ଛାତ୍ରଛାତ୍ରୀଙ୍କ ପଢା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ତେବେ ସେମାନଙ୍କ ନାମଲେଖା ନିୟମ ବିରୋଧୀ ବୋଲି ମେଡିକାଲ କମିଶନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର