କେତେ ସୁରକ୍ଷିତ ବିମାନ ଯାତ୍ରା? ୧୭ ଦିନରେ ୮ ଥର ଜରୁରୀ ଅବତରଣ, ସ୍ପାଇସଜେଟର ପରିଚାଳନା ବନ୍ଦ ପାଇଁ ଦିଲ୍ଲୀ ହାଇକୋର୍ଟରେ ମାମଲା

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଚଳାଚଳ କରୁଥିବା ବିମାନ ଗୁଡିକରେ କିଛିଦିନ ହେବ ଲାଗାତର ତ୍ରୁଟି ପରିଲକ୍ଷିତ ହେଉଛି। ଗତ ୧୭ ଦିନରେ ବିଭିନ୍ନ ଏୟାରଲାଇନସର ଏକାଧିକ ବିମାନ ୮ ଥର ଜରୁରୀ ଅବତରଣ କରିଛନ୍ତି। ବିଶେଷକରି ସ୍ପାଇସଜେଟ୍ ବିମାନରେ ଅଧିକ ତ୍ରୁଟି ସାମ୍ନାକୁ ଆସୁଛି। କିନ୍ତୁ ଆଜି ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଶାରଜା ଠାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ରବିବାର ସକାଳେ କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଗତ […]

ନୂଆଦିଲ୍ଲୀ : ଦେଶରେ ଚଳାଚଳ କରୁଥିବା ବିମାନ ଗୁଡିକରେ କିଛିଦିନ ହେବ ଲାଗାତର ତ୍ରୁଟି ପରିଲକ୍ଷିତ ହେଉଛି। ଗତ ୧୭ ଦିନରେ ବିଭିନ୍ନ ଏୟାରଲାଇନସର ଏକାଧିକ ବିମାନ ୮ ଥର ଜରୁରୀ ଅବତରଣ କରିଛନ୍ତି। ବିଶେଷକରି ସ୍ପାଇସଜେଟ୍ ବିମାନରେ ଅଧିକ ତ୍ରୁଟି ସାମ୍ନାକୁ ଆସୁଛି। କିନ୍ତୁ ଆଜି ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଶାରଜା ଠାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ରବିବାର ସକାଳେ କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଗତ ଦୁଇ ସପ୍ତାହ ମଧ୍ୟରେ କରାଚିରେ ଭାରତୀୟ ବିମାନର ଏହା ଦ୍ୱିତୀୟ ଜରୁରୀକାଳୀନ ଅବତରଣ। ଏଥି ସହିତ ଆଜି ମଧ୍ୟ ବିମାନ ଚଳାଚଳ ନିୟାମକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଅଧିକାରୀମାନେ ହିଛନ୍ତି ଯେ ଜୁଲାଇ ୧୫ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବାହାରିନ-କୋଚି ବିମାନଟି ମଝି ଆକାଶରେ ଉଡ଼ାଣ ଭରୁଥିବା ବେଳେ ବିମାନର କକପିଟରୁ ଏକ ଜୀବନ୍ତ ପକ୍ଷୀ ମିଳିଥିଲା।ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ ବିମାନଟି ୩୭,୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଳେ ସହ-ପାଇଲଟଙ୍କ ପାର୍ଶ୍ୱରେ ଥିବା ଗ୍ଲୋଭ୍‌ କମ୍ପାର୍ଟମେଣ୍ଟରୁ ପକ୍ଷୀଟି ମିଳିଥିଲା। ତେବେ, ଏହି ଘଟଣା ପରେ ବିମାନଟି ସୁରକ୍ଷିତ ଭାବେ କୋଚିରେ ଅବତରଣ କରିଥିଲା ବୋଲି ସେମାନେ କହିଛନ୍ତି।  ଏହାରି ମଧ୍ୟରେ ଦେଶରେ ବିମାନ ଯାତ୍ରା କେତେ ସୁରକ୍ଷିତ ତାହାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସ୍ୱଦେଶୀ ବିମାନର ଜରୁରୀକାଳୀନ ଅବତରଣ ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପ୍ରଥମେ ଭିସ୍ତାରା ତାପରେ ସ୍ପାଇସଜେଟ୍ ଏବଂ ବର୍ତ୍ତମାନ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ଗତ ୧୭ ଦିନ ମଧ୍ୟରେ ବିମାନରେ ବୈଷୟିକ ତ୍ରୁଟିର ଅନେକ ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ କାରଣରୁ ବିମାନଗୁଡିକ ମଧ୍ୟରୁ ଅନେକଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡୁଥିବାବେଳେ କେତେକ ଅବତରଣ କରିବା ପରେ ଆଉ ଉଡ଼ାଣ ଭରିନଥିଲେ। ସ୍ପାଇସଜେଟରେ ଜରୁରୀକାଳୀନ ଅବତରଣ ଘଟଣା ଅଧିକ ଘଟୁଛି। ଏହି ଘଟଣା ଯୋଗୁଁ ବିମାନ ଚଳାଚଳ ନିୟନ୍ତ୍ରକ (ଡିଜିସିଏ) ଏହି ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଅନ୍ୟପଟେ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ନିକଟ ଅତୀତରେ ଘଟି ଯାଇଥିବା ସିରିଏଲ ତ୍ରୁଟିକୁ ଦର୍ଶାଇ ସ୍ପାଇସ୍‌ ଜେଟର ଉଡ଼ାଣକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଆଗତ ହୋଇଛି। ଆଗତ ଆବେଦନରେ ଦର୍ଶାଯାଇଛି ଯେ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ଏକାଧିକ ଗୁରୁତର ବୈଷୟିକ ତ୍ରୁଟି ଘଟଣା ଘଟିବା ପରେ ସ୍ପାଇସ୍‌ ଜେଟ୍‌ର ବିମାନ ଚଳାଚଳକୁ ବନ୍ଦ କରିଦେବା ଆବଶ୍ୟକ।ଏହି ଉଦ୍ଦେଶ୍ୟରେ ଏୟାର କ୍ୟାରିଅର ସ୍ପାଇସ ଜେଟର ବିମାନ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସ୍ପାଇସ୍‌ ଜେଟ୍‌ ବିମାନରେ ବୈଷୟିକ ତ୍ରୁଟିର ଅନେକ ଘଟଣା ଘଟିବା ପରେ ଏହି ଆବେଦନ କରାଯାଇଛି।ଆବେଦନରେ ଆଇନଜୀବୀ ରାହୁଲ ଭରଦୱାଜ କହିଛନ୍ତି ଯେ ସ୍ପାଇସ ଜେଟ୍‌ ବିମାନ ସହିତ ଏକାଧିକ ସାମ୍ପ୍ରତିକ ଘଟଣା ଘଟିଛି। ସ୍ପାଇସ ଜେଟ୍‌ର କାର୍ୟ୍ୟକୁ ସଠିକ୍‌ ଭାବରେ ପରିଚାଳନା କରାଯାଉଛି କି ନାହିଁ ସେ ବିଷୟରେ ଅନୁସନ୍ଧାନ ପାଇଁ ଏହି ଆବେଦନରେ ଏକ କମିଶନ ମଧ୍ୟ ମାଗା ଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଜୁଲାଇ ୬ ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପାଇସ ଜେଟକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଜୁନ୍‌ ୧୯ରୁ ଏହାର ବିମାନରେ ବୈଷୟିକ ତ୍ରୁଟିର ଆଠଟି ଘଟଣା ରିପୋର୍ଟ ହେବା ପରେ ଏହି ନୋଟିସ ଜାରି କରା ଯାଇଥିଲା। ଅନ୍ୟପକ୍ଷରେ ଡିଜିସିଏ କହିଛି ଯେ ସୁରକ୍ଷିତ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ବିମାନ ସେବା ପ୍ରତିଷ୍ଠା କରିବାରେ ସ୍ପାଇସ୍‌ ଜେଟ୍‌ ବିଫଳ ହୋଇଛି। ଏହି ବିଜ୍ଞପ୍ତିର ଉତ୍ତର ଦେବା ପାଇଁ ନିୟାମକ ସ୍ପାଇସ୍‌ ଜେଟ୍‌କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଡିଜିସିଏର କାରଣ ଦର୍ଶାଅ ନୋଟିସ୍‌ ପରେ ସ୍ପାଇସ୍‌ ଜେଟ୍‌ର ଅଧ୍ୟକ୍ଷ ତଥା ଏମ୍‌ ଡି ଅଜୟ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ସ୍ପାଇସ୍‌ ଜେଟ୍‌ ଉଡ଼ିବା ପାଇଁ ଶତ ପ୍ରତିଶତ ସୁରକ୍ଷିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର