ଦେଶ ଛାଡି ପାରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ, ଦୁଇଭାଇଙ୍କ ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ

The Sakala Picture
Published On

କଲମ୍ବୋ : ଶ୍ରୀଲଙ୍କାରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଜୋରଦାର ଝଟକା ଲାଗିଛି। ରାଷ୍ଟ୍ରପତି ଥିବା ଗୋଟାବାୟା ରାଜପକ୍ଷେ ଦେଶଛାଡି ଯିବା ପରେ ଏବେ ରାଜପେକ୍ଷ ପରିବାର ଉପରେ କଠୋର ହୋଇଛି ଶ୍ରୀଲଙ୍କା ସୁପ୍ରିମକୋର୍ଟ। ସେ ପଦ ଛାଡ଼ିଥିଲେ ମଧ୍ୟ ଦେଶ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତାଙ୍କ ଭାଇ ପାଇଁ ତଥା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ଶ୍ରୀଲଙ୍କା ଛାଡ଼ି ଅନ୍ୟତ୍ର ଯାଇ ପାରିବେନି। ଆଜି […]

କଲମ୍ବୋ : ଶ୍ରୀଲଙ୍କାରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଜୋରଦାର ଝଟକା ଲାଗିଛି। ରାଷ୍ଟ୍ରପତି ଥିବା ଗୋଟାବାୟା ରାଜପକ୍ଷେ ଦେଶଛାଡି ଯିବା ପରେ ଏବେ ରାଜପେକ୍ଷ ପରିବାର ଉପରେ କଠୋର ହୋଇଛି ଶ୍ରୀଲଙ୍କା ସୁପ୍ରିମକୋର୍ଟ। ସେ ପଦ ଛାଡ଼ିଥିଲେ ମଧ୍ୟ ଦେଶ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତାଙ୍କ ଭାଇ ପାଇଁ ତଥା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ଶ୍ରୀଲଙ୍କା ଛାଡ଼ି ଅନ୍ୟତ୍ର ଯାଇ ପାରିବେନି। ଆଜି ସୁପ୍ରିମକୋର୍ଟ ଦୁଇ ଭ୍ରାତାଙ୍କ ଦେଶ ଛାଡ଼ିବା ଉପରେ ଏପରି ରୋକ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

ତେବେ ବେସିଲ ରାଜପକ୍ଷେ ମହିନ୍ଦ୍ରାଙ୍କ ଭଲି ବିମାନବନ୍ଦର ଦେଇ ଦେଶ ବାହାରକୁ ପଳାୟନ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଯାତ୍ରୀମାନଙ୍କ ହଙ୍ଗାମା କାରଣରୁ ବିମାନବନ୍ଦରରୁ ଫେରିଯିବାକୁ ପଡିଥିଲା । ଅନ୍ୟପକ୍ଷରେ ଗତ କିଛିଦିନ ହେବ ମହିନ୍ଦ୍ରା ରାଜପକ୍ଷେଙ୍କ ଠିକଣା ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ତେବେ ସେ ପୂର୍ବତନ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ଭଲି ଦେଶ ନଛାଡି ଯିବା ପାଇଁ ଶ୍ରୀଲଙ୍କା ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜପକ୍ଷେ ପରିବାର ଦୀର୍ଘ ବର୍ଷ ହେବ ଶ୍ରୀଲଙ୍କାକୁ ନିଜ ଅକ୍ତିଆରରେ ରଖିଥିଲେ । ଏମାନଙ୍କ ଭାଇ ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କାରୁ ଫେରାର ହେବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଭଳି ମହିନ୍ଦା ଓ ବାସିଲ ମଧ୍ୟ ଦେଶ ଛାଡ଼ି ଫେରାର ହେବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ସେମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଗୋଟାବାୟା ଶ୍ରୀଲଙ୍କାରୁ ପ୍ରଥମେ ମାଳଦ୍ୱୀପ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ସେ ସିଙ୍ଗାପୁର ଚାଲି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଏକଦା ସରକାରରେ ସବୁଠୁ ପଦରେ ରାଜପକ୍ଷେ ପରିବାର ରହିଥିଲା । ଗୋଟାବାୟା ରାଜପକ୍ଷେଙ୍କ ପାଇଁ ହିଁ ଦେଶରେ ଅର୍ଥନୀତି ଭୁଶୁଡି ପଡିଥିଲା, ଲୋକମାନେ ଖାଦ୍ୟ ସଙ୍କଟ ଭଳି ଅନେକ ସଙ୍କଟର ସାମ୍ନା କରୁଛନ୍ତି । ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏପ୍ରିଲ ମାସରୁ ବିକ୍ଷୋଭ ଜାରି ରହିଛି। ଲୋକମାନେ ଦୀର୍ଘ ଦିନ ଧରି ଗୋଟାବାୟା ରାଜପକ୍ଷଙ୍କ ଘର ବାହାରେ ବିକ୍ଷୋଭ କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ପଦରେ ଥିବା ମହିନ୍ଦା ରାଜପକ୍ଷ ବିରୋଧ କରିଥିଲେ। ଏପରି କି ବିକ୍ଷୋଭକାରୀଙ୍କୁ ମହିନ୍ଦା ରାଜପକ୍ଷଙ୍କ ସମର୍ଥକମାନେ ମାଡ଼ ମାରିଥିଲେ।ଏହାକୁ ନେଇ ପୂରା ଦେଶରେ ବ୍ୟାପକ ପୋଡ଼ାଜଳା ଦେଖାଯାଇଥିଲା। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଘର ଜାଳି ଦେଇଥିଲେ। ଏହି ପୋଡ଼ାଜଳାକୁ ଦେଖି ମହିନ୍ଦା ରାଜପକ୍ଷ ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଏବେ ତାଙ୍କର ବିଦେଶ ଗସ୍ତ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

ଅନ୍ୟପଟେ ଆଜି ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ୍ ବିକ୍ରମ ସିଂଙ୍ଘେ। ରାନିଲ୍‌ଙ୍କୁ ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ। ରାଜପକ୍ଷ ଇସ୍ତଫା ଦେଇଥିବାରୁ ଶ୍ରୀଲଙ୍କାରେ ମଧ୍ୟ ଶାନ୍ତି ଫେରିବା ଆରମ୍ଭ ହୋଇଛି। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ହେବ ବୋଲି ମଧ୍ୟ ଜଣାପଡ଼ିଛି।

15 Jul 2022 By The Sakala

ଦେଶ ଛାଡି ପାରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ, ଦୁଇଭାଇଙ୍କ ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ

କଲମ୍ବୋ : ଶ୍ରୀଲଙ୍କାରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଜୋରଦାର ଝଟକା ଲାଗିଛି। ରାଷ୍ଟ୍ରପତି ଥିବା ଗୋଟାବାୟା ରାଜପକ୍ଷେ ଦେଶଛାଡି ଯିବା ପରେ ଏବେ ରାଜପେକ୍ଷ ପରିବାର ଉପରେ କଠୋର ହୋଇଛି ଶ୍ରୀଲଙ୍କା ସୁପ୍ରିମକୋର୍ଟ। ସେ ପଦ ଛାଡ଼ିଥିଲେ ମଧ୍ୟ ଦେଶ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତାଙ୍କ ଭାଇ ପାଇଁ ତଥା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ଶ୍ରୀଲଙ୍କା ଛାଡ଼ି ଅନ୍ୟତ୍ର ଯାଇ ପାରିବେନି। ଆଜି ସୁପ୍ରିମକୋର୍ଟ ଦୁଇ ଭ୍ରାତାଙ୍କ ଦେଶ ଛାଡ଼ିବା ଉପରେ ଏପରି ରୋକ ଲଗାଇଛନ୍ତି।

ତେବେ ବେସିଲ ରାଜପକ୍ଷେ ମହିନ୍ଦ୍ରାଙ୍କ ଭଲି ବିମାନବନ୍ଦର ଦେଇ ଦେଶ ବାହାରକୁ ପଳାୟନ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଯାତ୍ରୀମାନଙ୍କ ହଙ୍ଗାମା କାରଣରୁ ବିମାନବନ୍ଦରରୁ ଫେରିଯିବାକୁ ପଡିଥିଲା । ଅନ୍ୟପକ୍ଷରେ ଗତ କିଛିଦିନ ହେବ ମହିନ୍ଦ୍ରା ରାଜପକ୍ଷେଙ୍କ ଠିକଣା ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ତେବେ ସେ ପୂର୍ବତନ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ଭଲି ଦେଶ ନଛାଡି ଯିବା ପାଇଁ ଶ୍ରୀଲଙ୍କା ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜପକ୍ଷେ ପରିବାର ଦୀର୍ଘ ବର୍ଷ ହେବ ଶ୍ରୀଲଙ୍କାକୁ ନିଜ ଅକ୍ତିଆରରେ ରଖିଥିଲେ । ଏମାନଙ୍କ ଭାଇ ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କାରୁ ଫେରାର ହେବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଭଳି ମହିନ୍ଦା ଓ ବାସିଲ ମଧ୍ୟ ଦେଶ ଛାଡ଼ି ଫେରାର ହେବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ସେମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଗୋଟାବାୟା ଶ୍ରୀଲଙ୍କାରୁ ପ୍ରଥମେ ମାଳଦ୍ୱୀପ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ସେ ସିଙ୍ଗାପୁର ଚାଲି ଯାଇଛନ୍ତି।

ଏକଦା ସରକାରରେ ସବୁଠୁ ପଦରେ ରାଜପକ୍ଷେ ପରିବାର ରହିଥିଲା । ଗୋଟାବାୟା ରାଜପକ୍ଷେଙ୍କ ପାଇଁ ହିଁ ଦେଶରେ ଅର୍ଥନୀତି ଭୁଶୁଡି ପଡିଥିଲା, ଲୋକମାନେ ଖାଦ୍ୟ ସଙ୍କଟ ଭଳି ଅନେକ ସଙ୍କଟର ସାମ୍ନା କରୁଛନ୍ତି । ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏପ୍ରିଲ ମାସରୁ ବିକ୍ଷୋଭ ଜାରି ରହିଛି। ଲୋକମାନେ ଦୀର୍ଘ ଦିନ ଧରି ଗୋଟାବାୟା ରାଜପକ୍ଷଙ୍କ ଘର ବାହାରେ ବିକ୍ଷୋଭ କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ପଦରେ ଥିବା ମହିନ୍ଦା ରାଜପକ୍ଷ ବିରୋଧ କରିଥିଲେ। ଏପରି କି ବିକ୍ଷୋଭକାରୀଙ୍କୁ ମହିନ୍ଦା ରାଜପକ୍ଷଙ୍କ ସମର୍ଥକମାନେ ମାଡ଼ ମାରିଥିଲେ।ଏହାକୁ ନେଇ ପୂରା ଦେଶରେ ବ୍ୟାପକ ପୋଡ଼ାଜଳା ଦେଖାଯାଇଥିଲା। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଘର ଜାଳି ଦେଇଥିଲେ। ଏହି ପୋଡ଼ାଜଳାକୁ ଦେଖି ମହିନ୍ଦା ରାଜପକ୍ଷ ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଏବେ ତାଙ୍କର ବିଦେଶ ଗସ୍ତ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।

ଅନ୍ୟପଟେ ଆଜି ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ୍ ବିକ୍ରମ ସିଂଙ୍ଘେ। ରାନିଲ୍‌ଙ୍କୁ ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ। ରାଜପକ୍ଷ ଇସ୍ତଫା ଦେଇଥିବାରୁ ଶ୍ରୀଲଙ୍କାରେ ମଧ୍ୟ ଶାନ୍ତି ଫେରିବା ଆରମ୍ଭ ହୋଇଛି। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ହେବ ବୋଲି ମଧ୍ୟ ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର