ଦେଶର ସବୁଠୁ ବୟସ୍କ ମହାବଳ ବାଘ ‘ରାଜା’ର ମୃତ୍ୟୁ

The Sakala Picture
Published On

କୋଲକାତା: ଦେଶର ସର୍ବ ପୁରାତନ ବାଘ ମଧ୍ୟରୁ ରୟାଲ ବେଙ୍ଗଲ ଟାଇଗର ‘ରାଜା’ ପଶ୍ଚିମବଙ୍ଗର ଅଲିପୁରଦ୍ୱା ଜିଲ୍ଲାର ଜାଲଦାପାରା ଜଙ୍ଗଲରେ ୨୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଛି। ରବିବାର ବିଳମ୍ବିତ ରାତିରେ ‘ରାଜା’ର ମୃତ୍ଯୁ ଘଟିଛି। ମୃତ୍ଯୁ ବେଳକୁ ‘ରଜା’କ ୨୫ ବର୍ଷ ୧୦ ମାସ ହୋଇଥିବା ଜଣାପଡ଼ିଛି।  ରାଜାର ମୃତ୍ୟୁ ପରେ ବନ ବିଭାଗର ଅଧିକାରୀମାନେ ଏହି ରୟାଲ ବେଙ୍ଗଲ ଟାଇଗରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗତ ବର୍ଷ ଅଗଷ୍ଟ ୨୩ରେ ବନ ବିଭାଗ ପକ୍ଷରୁ […]

କୋଲକାତା: ଦେଶର ସର୍ବ ପୁରାତନ ବାଘ ମଧ୍ୟରୁ ରୟାଲ ବେଙ୍ଗଲ ଟାଇଗର ‘ରାଜା’ ପଶ୍ଚିମବଙ୍ଗର ଅଲିପୁରଦ୍ୱା ଜିଲ୍ଲାର ଜାଲଦାପାରା ଜଙ୍ଗଲରେ ୨୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଛି। ରବିବାର ବିଳମ୍ବିତ ରାତିରେ ‘ରାଜା’ର ମୃତ୍ଯୁ ଘଟିଛି। ମୃତ୍ଯୁ ବେଳକୁ ‘ରଜା’କ ୨୫ ବର୍ଷ ୧୦ ମାସ ହୋଇଥିବା ଜଣାପଡ଼ିଛି।  ରାଜାର ମୃତ୍ୟୁ ପରେ ବନ ବିଭାଗର ଅଧିକାରୀମାନେ ଏହି ରୟାଲ ବେଙ୍ଗଲ ଟାଇଗରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗତ ବର୍ଷ ଅଗଷ୍ଟ ୨୩ରେ ବନ ବିଭାଗ ପକ୍ଷରୁ ୨୫ ତମ ଜନ୍ମଦିନ ପାଳନ କରାଯାଇଥିଲ।

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

ଅଧିକାରୀଙ୍କ ସୂଚନା ଅନୁଯାୟୀ ୨୦୦୮ ମସିହାରେ ସୁନ୍ଦରବନରୁ ଆହାତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାକୁ ପଶ୍ଚିମବଙ୍ଗର ଅଲିପୁରଦ୍ୱାର ବାଘ ପୁନର୍ବାସନ ସେଣ୍ଟରକୁ ଅଣାଯାଇଥିଲା। ବିଭାଗ ଅନୁସାରେ ସୁନ୍ଦରବନର ମାତଲା ନଦୀ ପାର କରିବା ସମୟରେ ରାଜାକୁ ଗୋଟିଏ କୁମ୍ଭୀର ଆକ୍ରମଣ କରିଥିଲା ଏଥିରେ ସେ ଗୁରୁତର ଆହତ ହୋଇଥିଲା ।  ତେବେ ରଜାର ମୃତ୍ଯୁ ପୂର୍ବରୁ କୌଣସି ଗୁରୁତର ଅସୁସ୍ଥତାର କୌଣସି ଲକ୍ଷଣ ଦେଖା ଯାଇ ନ ଥିଲା।  ମୃତ୍ୟୁର କାରଣକୁ ବୃଦ୍ଧାବସ୍ଥା ସମ୍ବନ୍ଧୀୟ ସମସ୍ୟା ବୋଲି ଚିହ୍ନଟ କରାଯାଇଛି।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

ତେବେ ରାଜା ଦେଶର ସର୍ବ ପୁରାତନ ରୟାଲ ବେଙ୍ଗଲ ଟାଇଗର କି ନାହିଁ ତାହା ନିଶ୍ଚିତ କରାଯାଇ ପାରିନି। ହେଲେ ସେ କହିଛନ୍ତି ଯେ, ଏହି ପ୍ରଜାତିର ବାଘମାନେ ସାଧାରଣତ ୨୦ ବର୍ଷରୁ ଅଧିକ ବଞ୍ଚନ୍ତି ନାହିଁ। ମୂଲ୍ୟାଙ୍କନ ପାଇଁ ଅନେକ ମାନକ ପ୍ରୋଟୋକଲ ଉପରେ ଆଧାର କରି ବିଭାଗ ୨୦୦୮ ରେ ବାଘଙ୍କ ବୟସ ୧୨ ରେ ପହଞ୍ଚିଥିଲା ବୋଲି ଅନ୍ୟ ଜଣେ ବନ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: T-72 ଓ T-90 ଟ୍ୟାଙ୍କ ପାଇଁ ୫୮୬ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର