ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀଙ୍କ ପରଲୋକ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀଙ୍କ ଗୁରୁବାର ପରଲୋକ ହୋଇଯାଇଛି । ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଣ୍ଡିତ ଭଜନ ସୋପୋରୀଙ୍କୁ ‘ସନ୍ତୁରର ସନ୍ଥ’ କୁହାଯାଉଥିଲା। ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋପୋରୀଙ୍କ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ପଣ୍ଡିତ ସୋପୋରି ୧୯୪୮ ମସିହାରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ […]

ନୂଆଦିଲ୍ଲୀ: ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀଙ୍କ ଗୁରୁବାର ପରଲୋକ ହୋଇଯାଇଛି । ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଣ୍ଡିତ ଭଜନ ସୋପୋରୀଙ୍କୁ ‘ସନ୍ତୁରର ସନ୍ଥ’ କୁହାଯାଉଥିଲା। ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋପୋରୀଙ୍କ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

ପଣ୍ଡିତ ସୋପୋରି ୧୯୪୮ ମସିହାରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଭଜନ ଲାଲ ସୋପୋରି । ତାଙ୍କ ପିତା ପଣ୍ଡିତ ଶମ୍ଭୁନାଥ ସୋପୋରି ମଧ୍ୟ ଜଣେ ଜଣାଶୁଣା ସନ୍ତୁର ବାଦକ ଥିଲେ | ଭଜନ ସୋପୋରି କାଶ୍ମୀରର ପ୍ରସିଦ୍ଧ ସୋପୋରି ସୁଫିଆନା ପରିବାରର ବଂଶଜ ଅଟନ୍ତି | ଭଜନ ସୋପାରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ସୋପୋରି ବାଜର ସ୍ଥାପନା କରିଥିଲେ | ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ, ସଂଗୀତ ନତାକ ଏକାଡେମୀ ପୁରସ୍କାର, ଜମ୍ମୁକାଶ୍ମୀର ଷ୍ଟେଟ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ଆଦି ପ୍ରମୁଖ ପୁରସ୍କାର ପ୍ରାପ୍ତ ଥିଲେ।

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

ସୋପୋରିଙ୍କ ପତ୍ନୀ ଏବଂ ଦୁଇ ପୁଅ ସୌରଭ ଏବଂ ଅଭୟ ଅଛନ୍ତି। ଉଭୟ ପୁଅ ମଧ୍ୟ ସନ୍ତୁର ବାଦକ | ସୋପୋରିଙ୍କୁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ କରାଯାଇଛି | ଏଥିମଧ୍ୟରେ ୨୦୦୪ ରେ ପଦ୍ମଶ୍ରୀ, ୧୯୯୨ ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଜାମ୍ମୁ କାଶ୍ମୀରର ଷ୍ଟେଟ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ଅନ୍ତର୍ଭୁକ୍ତ | ସୋପୋରି ୱାଶିଂଟନ୍ ବିଶ୍ୱବିଦ୍ୟାଳୟରୁ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଏବଂ ତାଙ୍କ ପିତା ଏବଂ ଜେଜେ ବାପାଙ୍କ ଠାରୁ ହିନ୍ଦୁସ୍ତାନୀ ସଂଗୀତ ଶିଖିଥିଲେ |

ଆହୁରି ପଢ଼ନ୍ତୁ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ସେପ୍ଟେମ୍ବର ୨୩ରେ ସୋନମ ୱାଙ୍ଗଚୁକ୍‌ଙ୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର