ଚାଷୀଙ୍କ ପାଇଁ ଖୁସି ଖବର: ମେ ୨୭ରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ସାରା ଦେଶରେ ହେବ ଭଲ ବର୍ଷା

The Sakala Picture
Published On

ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ । ଚଳିତବର୍ଷ ମେ’ ୨୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନର ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଏହି ଆକଳନ କରିଛି । ଯାହାକି ପୁର୍ବରୁ କରାଯାଇଥିବା ଆକଳନର ୪ ଦିନ ଆଗରୁ ମୌସୁମୀ କେରଳ ଛୁଇଁବ […]

ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ । ଚଳିତବର୍ଷ ମେ’ ୨୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନର ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଏହି ଆକଳନ କରିଛି । ଯାହାକି ପୁର୍ବରୁ କରାଯାଇଥିବା ଆକଳନର ୪ ଦିନ ଆଗରୁ ମୌସୁମୀ କେରଳ ଛୁଇଁବ ବୋଲି କୁହାଯାଇଛି । ଯଦିଓ ଓଡ଼ିଶାରେ ମୌସୁମୀ କେବେ ଛୁଇଁବ, ସେକଥା କୁହାଯାଇନି। ହେଲେ ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ଭିତରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥାଏ। ତେଣୁ ଓଡ଼ିଶାରେ ମୌସୁମୀ ଜୁନ୍‌ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୧୫ ତାରିଖରେ ଆଣ୍ଡାମାନ ନିକୋବର ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି।ବିଭାଗ କହିଛି ଯେ ସାଧାରଣତଃ ମୌସୁମୀ ଜୁନ ୧ରେ କେରଳ ଛୁଇଁଥାଏ। ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ। ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିବାର ରହିଛି। ମେ’ ୨୭ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଏଥର ଏହା ସ୍ୱାଭାବିକ ରହିବ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପରେ ଧିରେ ଧିରେ ଅନ୍ୟ ଅଞ୍ଚଳକୁ ସଂପ୍ରସାରିତ ହୋଇଥାଏ । ଯଦି ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ କେରଳରେ ମେ ୨୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚେ ତେବେ ତେବେ ଓଡିଶାରେ ମୌସୁମୀ ବାୟୁ ଜୁନ ୪ରୁ ୧୦ ମଧ୍ୟରେ ଅନୁଭୂତ ହେବା ଆଶା କରାଯାଉଛି ।  ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ କରିଛି ଯେ ଚଳିତ ବର୍ଷ ମେ’ ୨୭ରେ ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହି ଆକଳନରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗ/ପଛ ହେବାର ସମ୍ଭାବନା ରହିଥିବର କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଅନ୍ୟପଟେ ଚଳିତ ବର୍ଷ ଦେଶରେ ମୌସୁମୀ ସ୍ୱାଭାବିକ ରହିବ। କାଁ ଭାଁ ରାଜ୍ୟକୁ ଛାଡ଼ି ଦେଲେ ସାରା ଦେଶରେ ଭଲ ବର୍ଷା ହେବ। ଦ୍ୱିତୀୟାର୍ଦ୍ଧ ଅପେକ୍ଷା ମୌସୁମୀର ପ୍ରଥମାର୍ଦ୍ଧରେ ଭଲ ବର୍ଷା ଥିବାରୁ ଚାଷ କାମ ପାଇଁ ଏହା ବିଶେଷ ସହାୟକ ହେବ। ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ’ ପକ୍ଷରୁ ମୌସୁମୀ ସ୍ଥିତି ସମ୍ପର୍କରେ ଆକଳନ କରାଯାଇ ମଧ୍ୟ କୁହାଯାଇଛି ଯେ ଚଳିତ ମୌସୁମୀ ବର୍ଷରେ ୯୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍‍ରୁ ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ୮୮୦.୬ ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା ସ୍କାଏମେଟ୍‍ କହିଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ରାଜସ୍ଥାନରେ କମ୍‍ ବର୍ଷାର ଆଶଙ୍କା ରହିଛି। ଏହା ସହିତ ଗୁଜୁରାଟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ମଧ୍ୟ ବର୍ଷାର ପରିମାଣ କମିପାରେ। ଅନ୍ୟପଟେ ଉତ୍ତରପ୍ରଦେଶ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଅଧିକ ବର୍ଷାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର