ଶ୍ରୀଲଙ୍କାରେ ଆର୍ଥିକ ଅନଟନ: ବଢୁଛି ହିଂସା, ସୋସିଆଲ୍ ମିଡିଆ ଉପରେ ଲାଗିଲା ବ୍ୟାନ୍

The Sakala Picture
Published On

କଲମ୍ବୋ: ଦେଶର ଘୋର ଆର୍ଥିକ ଅନଟନକୁ ନେଇ ଶ୍ରୀଲଙ୍କା ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଖାଦ୍ୟ, ପାନୀୟ, ପଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସମାଗ୍ରୀର ଘୋର ଅଭାବ ସମେତ ବିଦ୍ୟୁତକାଟ ଶ୍ରୀଲଙ୍କାର ସାଧାରଣ ନାଗରିକଙ୍କୁ ବିଚଳିତ କରିଦେଇଛି। ଯାହାକୁ ନେଇ ଶୁକ୍ରବାର ଠାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତିଙ୍କ ବାସଭବନ ସମ୍ମୁଖରେ ଲୋକଙ୍କ ବିକ୍ଷୋଭ ଏବଂ ଭଙ୍ଗାରୁଜାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ତୁରନ୍ତ ଜରୁରୀ ସ୍ଥିତି ଘୋଷଣା […]

କଲମ୍ବୋ: ଦେଶର ଘୋର ଆର୍ଥିକ ଅନଟନକୁ ନେଇ ଶ୍ରୀଲଙ୍କା ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଖାଦ୍ୟ, ପାନୀୟ, ପଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସମାଗ୍ରୀର ଘୋର ଅଭାବ ସମେତ ବିଦ୍ୟୁତକାଟ ଶ୍ରୀଲଙ୍କାର ସାଧାରଣ ନାଗରିକଙ୍କୁ ବିଚଳିତ କରିଦେଇଛି। ଯାହାକୁ ନେଇ ଶୁକ୍ରବାର ଠାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତିଙ୍କ ବାସଭବନ ସମ୍ମୁଖରେ ଲୋକଙ୍କ ବିକ୍ଷୋଭ ଏବଂ ଭଙ୍ଗାରୁଜାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ତୁରନ୍ତ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା। ହେଲେ ଏହାକୁ ଭ୍ରୁକ୍ଷେପ ନ କରି ଲୋକମାନେ ସାରା ଦେଶରେ ହିଂସା ଚଳାଇଛନ୍ତି। ଅନେକ ସ୍ଥାନରେ ପୋଡାଜଳା ସହିତ ସରକାରୀ ଗାଡି ଏବଂ ସମ୍ପତ୍ତି ଭଙ୍ଗାରୁଜା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ସୋମବାର ସକାଳ ଯାଏଁ ୩୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି।  କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନେବାକୁ ସେନା ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ଏଥିସହ ହିଂସା ମୁକାବିଲା ପାଇଁ ଶ୍ରୀଲଙ୍କାରେ ବନ୍ଦ ହୋଇଛି ସୋସିଆଲ୍ ମିଡିଆ । ସରକାର ସୋସିଆଲ୍ ମିଡିଆ ଉପରେ ବ୍ୟାନ୍ ଲଗାଇଛନ୍ତି । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟସଆପ୍ ଆଦି ସୋସିଆଲ୍ ମିଡିଆ ସାଇଟ୍ ଉପରେ ରୋକ ଲାଗିଛି । ଆନ୍ଦୋଳନାତ୍ମକ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

03 Apr 2022 By The Sakala

ଶ୍ରୀଲଙ୍କାରେ ଆର୍ଥିକ ଅନଟନ: ବଢୁଛି ହିଂସା, ସୋସିଆଲ୍ ମିଡିଆ ଉପରେ ଲାଗିଲା ବ୍ୟାନ୍

କଲମ୍ବୋ: ଦେଶର ଘୋର ଆର୍ଥିକ ଅନଟନକୁ ନେଇ ଶ୍ରୀଲଙ୍କା ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଖାଦ୍ୟ, ପାନୀୟ, ପଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସମାଗ୍ରୀର ଘୋର ଅଭାବ ସମେତ ବିଦ୍ୟୁତକାଟ ଶ୍ରୀଲଙ୍କାର ସାଧାରଣ ନାଗରିକଙ୍କୁ ବିଚଳିତ କରିଦେଇଛି। ଯାହାକୁ ନେଇ ଶୁକ୍ରବାର ଠାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତିଙ୍କ ବାସଭବନ ସମ୍ମୁଖରେ ଲୋକଙ୍କ ବିକ୍ଷୋଭ ଏବଂ ଭଙ୍ଗାରୁଜାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ତୁରନ୍ତ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା। ହେଲେ ଏହାକୁ ଭ୍ରୁକ୍ଷେପ ନ କରି ଲୋକମାନେ ସାରା ଦେଶରେ ହିଂସା ଚଳାଇଛନ୍ତି। ଅନେକ ସ୍ଥାନରେ ପୋଡାଜଳା ସହିତ ସରକାରୀ ଗାଡି ଏବଂ ସମ୍ପତ୍ତି ଭଙ୍ଗାରୁଜା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ସୋମବାର ସକାଳ ଯାଏଁ ୩୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି।  କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନେବାକୁ ସେନା ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ହିଂସା ମୁକାବିଲା ପାଇଁ ଶ୍ରୀଲଙ୍କାରେ ବନ୍ଦ ହୋଇଛି ସୋସିଆଲ୍ ମିଡିଆ । ସରକାର ସୋସିଆଲ୍ ମିଡିଆ ଉପରେ ବ୍ୟାନ୍ ଲଗାଇଛନ୍ତି । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟସଆପ୍ ଆଦି ସୋସିଆଲ୍ ମିଡିଆ ସାଇଟ୍ ଉପରେ ରୋକ ଲାଗିଛି । ଆନ୍ଦୋଳନାତ୍ମକ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର